No Result
View All Result
୧୫ ଜାନୁଆରୀ ରବିବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର. ଉଦୟଗିରି :- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଅବାରସିଙ୍ଗ ପଞ୍ଚାୟତର ଖାରିପଦା ଗ୍ରାମରେ ଏକ ମକର ସକ୍ରାନ୍ତି ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆଠ ଖଣ୍ଡ ଗ୍ରାମବାସୀ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବରେ ଆର.ଉଦୟଗିରିର ବରିଷ୍ଠ ସମାଜସେବୀ ତଥା ସାଂସଦଙ୍କ ସ୍ଥାନୀୟ ବ୍ଲକ ପ୍ରତିନିଧି ଜଗବନ୍ଧୁ ଦାସ ଜିଲ୍ଲା ପରିଷଦ ସଭ୍ୟା ଜମୁନା ଦଳବେହେରା ,ମହେନ୍ଦ୍ରଗଡ଼ ପଞ୍ଚାୟତ ମକାପଦା ଗ୍ରାମର ବରିଷ୍ଠ ସମାଜସେବୀ ନୀଳମାଧବ ନାୟକଙ୍କ ସମେତ ଆଠ ଖଣ୍ଡ ଗ୍ରାମର ମୁଖ୍ୟ କର୍ମକର୍ତ୍ତା ସ୍ଥାନୀୟ ଗ୍ରାମର ଜନପ୍ରତିନିଧି ଗ୍ରାମର ସଭାପତି,
ସମସ୍ତ ଦେବତା କାର୍ଯ୍ୟ ରେ ଲିପ୍ତ ଆଗଧାଡିର ସଭ୍ୟମାନେ ଉପସ୍ଥିତ ଥିଲେ । ଉକ୍ତ ସଭାରେ ଗ୍ରାମର ବିକାଶ କିପରି ହେବ । ଶିକ୍ଷା, ସ୍ୱାସ୍ଥ୍ୟ ରେ ଗ୍ରାମାଞ୍ଚଳରେ କିଭଳି ଭାବରେ ବିକାଶ ତଥା ଆଧ୍ୟାତ୍ମିକ ଚିନ୍ତନ ମଧ୍ୟ ଶବର ସମାଜରେ କିଭଳି ଭାବରେ ହୋଇପାରିବ ତା ଉପରେ ଆଲୋକପାତ କରିଥିଲେ ଯଦି ସମସ୍ୟା କିଛି ରହିଯାଇଛି ତା ହେଲେ ସ୍ଥାନୀୟ ଜନସାଧାରଣଙ୍କ ସହ ଜିଲ୍ଲା ପ୍ରଶାସନ ମିଶି ତାର ସମାଧାନ କିପରି ସମ୍ଭବ ହେବ ତା ଉପରେ ଆଲୋଚନା କରିଥିଲେ।

No Result
View All Result