ଡ. ଆରମୟି ନାୟକ ( ଏଚ.ଏମ.ଓ ) , ଡ. ରଂଜିତ କୁମାର ମାଝୀ ( ଏଚ .ଏମ.ଓ ),ରଶ୍ମି ମିଶ୍ର ( ଏ.ଏମ . ଓ ) , ଡ. ମନୋରଞ୍ଜନ ମୁଦୁଲି ( ଏ.ଏମ.ଓ ), ଜ୍ଞାନେଶ୍ଵର ପରିଡା ( ଯୋଗ ଶିକ୍ଷକ ), ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ଫକୀରମୋହନ ସାହୁ, ଉକ୍ତ ଜଗନ୍ନାଥ ପ୍ରସାଦ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟର ଭୂମିକା, ରୋଗର କାରଣ ଓ ନିରାକରଣ , ଶିକ୍ଷ୍ୟା କ୍ଷେତ୍ରରେ ଯୋଗର ଭୂମିକା ଏପରି ଅନେକ କଥା ବସ୍ତୁ ସମ୍ପର୍କରେ ଆଲୋଚନା କରାଯାଇଥିଲା । ପରେ ପରେ ପିଲା ମାନଙ୍କୁ ଯୋଗ ଶିକ୍ଷ୍ୟା ସହିତ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନଙ୍କୁ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ୍ ଔଷଧ ପ୍ରଦାନ ମଧ୍ୟ କରା ଯାଇଥିଲା । ବିଦ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ ଔଷଧିୟ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା ।

© 2023 Odisha Taza News.