No Result
View All Result
୧୧ ଜାନୁଆରୀ ବୁଧବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ଗ୍ରାମ ଖେଳ ପଡ଼ିଆରେ ଅନୁଷ୍ଠିତ କୋରଡ଼ା ପ୍ରେମିଅର ଲିଗ୍ କ୍ରିକେଟ୍ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ଟି ଖପରା ମାଳ କ୍ରିକେଟ୍ କ୍ଳବ୍ ଏବଂ ପଞ୍ଚସଖା କୃଷକ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଖପରା ମାଳ କ୍ରିକେଟ୍ କ୍ଳବ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୧୦ ଉଇକେଟ ହରାଇ ୧୧୭ ରନ୍ କରିଥିଲା । ଜବାବରେ ପଞ୍ଚସଖା କୃଷକ କ୍ଳବ୍ ୧୨ ଓଭରରେ ୪ ଉଇକେଟ୍ ହରାଇ ମ୍ୟାଚ୍ ଟିକୁ ଜିତି ନେଇଥିଲା ।
ଫାଇନାଲ ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଦଳ ବେହେରା, ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ,ସୋରଡ଼ା ପଞ୍ଚାୟତ ସମିତି ସଭ୍ୟ,ପୂର୍ବତନ ସରପଞ୍ଚ ତଥା ସମାଜ ସେବୀ ଗୋଲଖ ବିହାରୀ ଗୋଚ୍ଛାୟତ,ପଞ୍ଚସଖା କୃଷକ କ୍ଳବ୍ ସଭାପତି ଭଗବାନ ପ୍ରଧାନ ପ୍ରମୁଖ ଯୋଗଦେଇ ବିଜୟୀ ଓ ପରାଜିତ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।ପ୍ଲେୟାର ଅଫ ଦି ସିରିଜ୍ ଆଶୁତୋଷ ଗୋଚ୍ଛାୟତ ଏବଂ ଶ୍ରେଷ୍ଠ ବୋଲର ଶ୍ରୀଧର ସେଠୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଫାଇନାଲ ମ୍ୟାଚ୍ କୁ ପରିଚାଳନା କରିଥିଲେ ଅଞ୍ଜନ ଗୋଚ୍ଛାୟତ ଏବଂ ପ୍ରଶାନ୍ତ ଗୋଚ୍ଛାୟତ।

No Result
View All Result