୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର.ଉଦୟଗିରି :- ମଙ୍ଗଳବାର ମୋହନା ଗୋଷ୍ଠୀଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କର ଖେଳକୁଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଇଓ ଦେବଦାସ ତାମରାପୁ ସଭାପତିତ୍ବ କରିବା ସହ ପ୍ରଦିପ ପ୍ରଜ୍ଜଳନ କରି ଆରମ୍ଭ ଥିଲେ । ଏଥିରେ ମୁଖ୍ୟ ଅତିଥୀ ଭାବେ ଏ ବିଇଓ କୁନାପାତ୍ର । ଏହି କ୍ରିଡା ପରିଯୋଗିତାକୁ ଅଡବା ହାଇସ୍କୁଲ ଖେଳ ଶିକ୍ଷକ ପ୍ରମୋଦ କୁମାର ନାୟକ ଓ ଶମ୍ନଳ ଶିକ୍ଷକ ସୁମନ୍ତ ପ୍ରଧାନ ଖେଳ ପରିଚାଳନା କରିଥିଲେ ।
ଏହି ଖେଳରେ ଲେମ୍ବୁ ଚାମଚ, ବୁକେଟ ବଲ, ଜିଲାପି ଡିଆ, ବ୍ଲାଇଣ୍ଡ ହିଟ ଓ ମ୍ୟୁଜିକ ଚେୟାର ଏହି ପରି ୫ ପ୍ରକାର ଖେଳ କରା ଯାଇଥିଲା । ଖେଳ ଶେଷରେ ସଫଳ ପ୍ରତିଯୋଗିତା ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରକାଶ କୁମାର ସାହୁ ଏବଂ ବିଇଓ ଅଫିସର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ସର୍ବ ଶେଷରେ ଶଙ୍କର ପଣ୍ଡା ଧନ୍ୟବାଦ ଦେଇଥିଲେ ।

© 2023 Odisha Taza News.