• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାୟଗଡା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)ର ଅଧ୍ୟକ୍ଷା ହେଲେ ଶ୍ରୀମତୀ ବିଦୁଳତା ହୁଇକା : ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ହିସାବରେ ଆସନ୍ତା ତିନି ବର୍ଷ ପାଇଁ କାମ କରିବେ

Proprietor Abhimanyu Maharana by Proprietor Abhimanyu Maharana
January 10, 2023
in ଓଡ଼ିଶା, ରାୟଗଡା, ହୋମ୍
0
ରାୟଗଡା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)ର ଅଧ୍ୟକ୍ଷା ହେଲେ ଶ୍ରୀମତୀ ବିଦୁଳତା ହୁଇକା : ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ହିସାବରେ ଆସନ୍ତା ତିନି ବର୍ଷ ପାଇଁ କାମ କରିବେ
Share on FacebookShare on TwitterWhatsapp

୧୦ ଜାନୁଆରୀ ମଙ୍ଗଳବାର ,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ରାୟଗଡା :- ଶିଶୁ ମାନଙ୍କୁ ଯତ୍ନ ଓ ସୁରକ୍ଷା ଯୋଗାଉଥିବା ଅନୁଷ୍ଠାନ ରୂପେ ରାୟଗଡା ଜିଲ୍ଲା ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି)ର ଅଧ୍ୟକ୍ଷା ଶ୍ରୀମତୀ ବିଦୁଳତା ହୁଇକା ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାଜ କିଶୋର ସାହୁଙ୍କ ଠାରୁ ଦାୟିତ୍ତ୍ଵ ଗ୍ରହଣ କରିଛନ୍ତି । ହୁଇକାଙ୍କ ସହିତ ଆଉ ଚାରି ଜଣ ଯଥା ବରିଷ୍ଠ ସଭ୍ୟ ଶ୍ରୀ କୈଳାଶ ଚନ୍ଦ୍ର ପାଳ, ଶ୍ରୀମତୀ ପ୍ରିୟଦର୍ଶିନୀ ମହାକୁଳ, ଶ୍ରୀମତୀ ଜ୍ୟୋସ୍ନାମୟୀ ପାଢୀ ଓ ଶ୍ରୀ ଗାଗାରିନ ଶବର ମଧ୍ୟ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ରାୟଗଡାର ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଦାୟିତ୍ତ୍ଵ ନେଇଛନ୍ତି ।

ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିଭାଗର ତା୮.୧୨.୨୦୨୨ରିଖର ବିଜ୍ଞପ୍ତି ସଂଖ୍ୟା – ୨୦୫୪୭ ନିର୍ଦ୍ଦେଶନାମାନୁସାରେ ଏହି ପାଞ୍ଚଜଣିଆ କମିଟି ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ ହିସାବରେ ଆସନ୍ତା ତିନି ବର୍ଷ ପାଇଁ କାମ କରିବେ । “ଯୌନ ପିଡିତା କିଶୋର କିଶୋରୀ, ଘରୁ ଲୁଚିଛପି ପଳାଇଯାଉଥିବା ଶିଶୁ, ରାସ୍ତାକଡରେ ଭିକ ମାଗୁଥିବା ପିଲା, ପିତାମାତା ଛେଉଣ୍ଡ ପିଲା, ଅପରାଧରେ ସଂପୃକ୍ତ ଶିଶୁ, ନିଶାଶକ୍ତ ଓ ନିଶା କାରବାର ସହିତ ସଂପୃକ୍ତ କିଶୋର, ବିପଦ ସଙ୍କୁଳ ଅନ୍‌ଲାଇନ୍ ଗେମ୍ ଖେଳୁଥିବା ପିଲା, ବିପଦ ସଙ୍କୁଳ ପରିବେଶରେ ସେଲ୍‌ଫି ନେଇ ଜୀବନକୁ ବିପଦକୁ ଠେଲି ଦେଉଥିବା ଶିଶୁ, ପାଠ ପ୍ରତି ଅନାଗ୍ରହ ପ୍ରକାଶ କରି ଆତ୍ମହତ୍ୟା ପାଇଁ ଚେଷ୍ଟା କରୁଥିବା କିଶୋର କିଶୋରୀ, ଶିଶୁ ଶ୍ରମିକ, ଶିଶୁ ଚାଲାଣ, ବାଲ୍ୟବିବାହ, ଯୌନ ସମ୍ପର୍କ ପାଇଁ ଲାଳାୟିତ ହୋଇ ଘରତ୍ୟାଗ କରି ପୁରୁଷମାନଙ୍କ ସହ ପଳାଉଥିବା କିଶୋରୀ, ବିବାହର ପ୍ରଲୋଭନରେ ପଡି ଘରୁ ଲୁଚି ପଳାଇବା ପରେ ପୋଲିସ୍ ଦ୍ୱାରା ଉଦ୍ଧାର ହୋଇ ଆସୁଥିବା କିଶୋରୀମାନଙ୍କର ଏତାଦୃଶ ଆଚରଣର କାରଣକୁ ଅନୁଧ୍ୟାନ କରି ଶିଶୁ ମଙ୍ଗଳ ସମିତି ଆଗକୁ ଦୃଢ ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଶ୍ରୀମତୀ ହୁଇକା । ବିଚାର ବିମର୍ଶ ପରେ ଶିଶୁମାନଙ୍କର ଉପାଦେୟ ମତାମତକୁ ଆଧାର କରି, ଶିଶୁ ଓ କିଶୋର କିଶୋରୀଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ଓ ସେମାନଙ୍କର ଆବଶ୍ୟକତାକୁ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ ନିଆଯିବ ବୋଲି କହିଛନ୍ତି ବରିଷ୍ଠ ସଦସ୍ୟ ଶ୍ରୀ କୈଳାଶ ଚନ୍ଦ୍ର ପାଳ ।

ଏହାଦ୍ୱାରା ଶିଶୁ ନିର୍ଯାତନାକୁ କମ୍ କରାଯାଇପାରିବା ସହିତ କିଶୋର କିଶୋରୀଙ୍କ ଭବିଷ୍ୟତ ସୁରକ୍ଷିତ ହୋଇପାରିବ । ପୋଲିସ୍ କେମିତି ଶିଶୁବତ୍ସଳ ହେବ ସେଥିପାଇଁ ପ୍ରତି ଥାନାରେ ମହିଳା ଓ ଶିଶୁ ଡେସ୍କ ସ୍ଥାପନ କରାଯାଇଛି । ସେଠାରେ ଶିଶୁ ମଙ୍ଗଳ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯିବା ସହ ଶିଶୁମାନଙ୍କ ସହ ପୋଲିସର ବ୍ୟବହାର କେମିତି ରହିବା ଉଚିତ୍ ସେ ବିଷୟରେ ନିରନ୍ତର ତାଲିମ ଦିଆଯାଊଛି । ଶିଶୁମାନେ ଘରୋଇ ହିଂସାର ଶିକାର ହେଲେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ୧୦୯୮ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବରର ବ୍ୟବସ୍ଥା କରାଯାଇଛି । ଅସହାୟ ଶିଶୁମାନଙ୍କର ଦେଖାଶୁଣା କରିବା ପାଇଁ ଶିଶୁମଙ୍ଗଳ ସମିତି କାର୍ଯ୍ୟ କରୁଛି ।

ରାୟଗଡା ଜିଲ୍ଲାରେ ଦୁର୍ଗମ ଅଞ୍ଚଳକୁ ଚିହ୍ନଟ କରି ବ୍ୟାପକ ସଚେତନତା ଓ ପ୍ରତିରୋଧକ କାର୍ଯକ୍ରମ କରାଯାଉଅଛି ଯାହା ଦ୍ଵାରା ଶିଶୁ ଚାଲାଣ, ବାଲ୍ୟ ବିବାହ, ଶିଶୁ ଶ୍ରମିକ, ଶିଶୁ ଯୌନ ନିର୍ଯାତନରୁ ଶିଶୁମାନଙ୍କୁ ବହୁ ମାତ୍ରାରେ ଉଧାର କରିବା ସହ ଏଥିରେ ସଂଶ୍ଳିଷ୍ଟ ଥିବା ଅପରାଧୀମାନଙ୍କ ବିରୋଧରେ ଦୃଢ କାର୍ଯ।ନୁଷ୍ଠାନ ଗ୍ରହଣ କରାଯାଊଛି । ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ଆବଶ୍ୟକ ଶିକ୍ଷା, ଯତ୍ନ ଓ ଦକ୍ଷତା ବୃଦ୍ଧି ଉପରେ କାର୍ଯକ୍ରମ କରାଯାଉଅଛି ବୋଲି କହିଛନ୍ତି ଶ୍ରୀମତୀ ଜ୍ୟୋସ୍ନାମୟୀ ପାଢୀ ।

ଅନାଥ ଶିଶୁ ମାନଙ୍କୁ ଧନ୍ଦା ମୂଳକ ତାଲିମ, ଶିଶୁ ସୁରକ୍ଷା ଅନୁଷ୍ଠାନ ରେ ଯତ୍ନ ନେବା, ସରକାରଙ୍କ ତରଫରୁ ପୃଷ୍ଠପୋଷକତା, ଆବାସ ଯୋଜନା, ରାସନ୍ କାର୍ଡ ଭଳି ବହୁ ଯୋଜନାରେ ସାମିଲ୍ କରିବା ପାଇଁ ସମସ୍ତ ସରକାରୀ ଅଧିକାରୀ, ଅନ୍ୟ କାର୍ଯ୍ୟାଳୟ ସହଯୋଗିତାରେ ଅନାଥ ଶିଶୁ ଯେଭଳି ତାର ବଞ୍ଚିବାର ଅଧିକାର, ବିକାଶର ଅଧିକାର, ସହଭାଗିତାର ଅଧିକାର ସୁରକ୍ଷାର ଅଧିକାରରୁ ବଞ୍ଚିତ ନହେବା ସକାଶେ ଆପ୍ରାଣ ଚେଷ୍ଟା କରାଯିବ ବୋଲି କହିଛନ୍ତି ସମିତିର ସଭ୍ୟ ଶ୍ରୀ ଗାଗାରିନ ଶବର । ଶୈଶବ ସମୟରେ ଦେଖାଯାଉଥିବା ବିପଦପୂର୍ଣ୍ଣ ସ୍ଥିତିକୁ ଅନୁଧ୍ୟାନ କରି ବିପଦରୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ପଞ୍ଚାୟତ ଓ ବ୍ଲକ ସ୍ଥରରେ ଶିଶୁ ସୁରକ୍ଷା କମିଟିଗୁଡିକୁ ସୁଦୃଢ କରିବା ପାଇଁ ସି ଡ଼ି ପି ଓ ମାନଙ୍କୁ ପୁନଃ ଅବଗତ କରାଯିବ ବୋଲି କହିଛନ୍ତି ଶ୍ରୀମତୀ ପ୍ରିୟଦର୍ଶିନୀ ମହାକୁଳ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026
ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ବିରୋଧୀ ଦଳମାନଙ୍କର ମହିଳା ବିରୋଧୀ ମାନସିକତା ବିରୁଦ୍ଧରେ ନୟାଗଡ଼ରେ ବିଜେପିର ସାମ୍ବାଦିକ ସମ୍ମିଳନୀ

April 28, 2026
ଜାତିଗତ ଜନ ଗଣନାର ୧୨ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବା ଦାବି ନେଇ ରାଜଧାନୀ ରେ ବିକ୍ଷୋଭ ଓ ଧାରଣା

ଜାତିଗତ ଜନ ଗଣନାର ୧୨ ନମ୍ବର କଲମରେ ପଚାରା ଯାଉଥିବା ପ୍ରଶ୍ନରେ ଓବିସି ସାମିଲ କରିବା ଦାବି ନେଇ ରାଜଧାନୀ ରେ ବିକ୍ଷୋଭ ଓ ଧାରଣା

April 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Junior & Senior Artistic Gymnastics National Championships 2026–27

Junior & Senior Artistic Gymnastics National Championships 2026–27

April 28, 2026
ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି

April 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version