No Result
View All Result
୯ ଜାନୁଆରୀ ସୋମବାର,୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ପାଟଣାଗଡ଼ :- ପାଟଣାଗଡ ବ୍ଳକ ଖୁଣ୍ଟସମଲାଇ ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ଜିଲ୍ଲାପାଳ ଚଞ୍ଚଳ ରଣା ଙ୍କ ଅଧ୍ୟକ୍ଷତାରେ ବ୍ଳକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ଜିଲ୍ଲାପାଳ ଶ୍ରୀରଣା ଓ ଜିଲ୍ଳା ଆରକ୍ଷୀ ଅଧକ୍ଷ ନିତିନୀ କୁଶଳକର ଯୋଗଦେଇ ଲୋକମାନଙ୍କର ବିଭିନ୍ନ ଅଭୀଯୋଗ ଶୁଣିଥିଲେ । ସମୂଦାୟ ୧୦୮ଗୋଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା । ସେଥିମଧ୍ୟରୁ ସାମୁହିକ ଭାବେ ୧୨ ଟି ଅଭିଯୋଗ,ବ୍ୟକ୍ତିଗତ ୯୬,ବ୍ୟକ୍ତିଗତ ୧ ଗୋଟି ମାମଲାରେ ତତ୍କାଳ ସାମାଧନ କରାଯାଇଥିଲା । ସେହିପରି ମୂଖ୍ୟ ମୂଖ୍ୟ ଆର୍ଥିକ ସହାୟତା ୧୬ ଗୋଟି ଦରଖାସ୍ତକାରୀ ଙ୍କୁ ଆର୍ଥିକ ସହାୟତା ଚେକ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।
ଏଥିରେ ପାନୀୟ ଜଳ ସମସ୍ୟା ,ମାହାତ୍ମାଗାନ୍ଦୀ ଗ୍ରାମ୍ୟନିଶ୍ଚିତ କର୍ମନିଯୁକ୍ତି ଯୋଜନା ,ଶିକ୍ଷା ,ବାର୍ଦ୍ଧକଭତ୍ତା,ବିଧବା ଭତ୍ତା ,ରାସନ୍ କାର୍ଡ ,ସହ ଅବଶିଷ୍ଟ ମାମଲା ଗୁଡିକୁ ସାମାଧାନ ନିମନ୍ତେ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଜନଶୁଣାଣି ରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀ , ବିଡ଼ିଓ ସୁମନ୍ତ କୁମ୍ଭାର ,ତହସିଲଦାର ଲକ୍ଷଣ ମାଝୀ ଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ଓ କୃଷି ବିଭାଗ ,ଉଦ୍ୟାନ ବିଭାଗ ,ଶିକ୍ଷାବିଭାଗ ,ସ୍ବାସ୍ଥବିଭାଗ ,ପ୍ରାଣିଚିକିତ୍ସାବିଭାଗ ,ମୃତ୍ତିକା ସଂରକ୍ଷଣ ବିଭାଗ ,ଗ୍ରାମ୍ୟପାନୀୟଜଳ ଯୋଗାଣ ବିଭାଗ, ଆଇସିଡିଏସ ବିଭାଗ ,ପୁଲିସ ବିଭାଗ ,ଜଙ୍ଗଲ ବିଭାଗ , ଲାଇନବିଭାଗ ,
ପଞ୍ଚାୟତ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଶୁଣାଣୀ କରିବାରେ ଜିଲ୍ଲାପାଳ ଶ୍ରୀ ରାଣା ଙ୍କୁ ସହଯୋଗ କରିଥିଲେ । ହାଇସ୍କୁଲ ପଡିଆରେ ଆୟୋଜିତ ପ୍ରର୍ଦଶନୀ ଷ୍ଟଳ ଗୁଡିକୁ ଜିଲ୍ଲାପାଳ ବୁଲି ଦେଖିବା ସହ ବିଭିନ୍ନ ସ୍ବୟସହାୟକ ଗୋଷ୍ଠି ମାନଙ୍କୁ ଚେକ ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ସ୍ଥାନୀୟ ନିରଞ୍ଜନ ଭୋଇ ହାଇସ୍କୁଲ ଙ୍କୁ ୫ଟି ଯୋଜନାରେ ସାମିଲ ହୋଇ ଚାଳିଥିବା କାମ କୁ ସ୍କୁଲ କୁ ଜିଲ୍ଲାପାଳ ଶ୍ରୀ ରାଣା ବୁଲି ଦେଖିଥିଲେ ।
No Result
View All Result