୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକ୍ ଖାରଡ଼ା ପଞ୍ଚାୟତ ଅନ୍ତର୍ଗତ ତାଡାବା ଓ ନାବଡ଼ାଗ୍ରାମଠାରେଅଗ୍ରଣୀସ୍ୱେଚ୍ଛାସେବୀ ଅନୁଷ୍ଠାନ ଆରକେଏସଏସ: ପକ୍ଷରୁ ଦୁଇ-ଦିନିଆ ଏକ ଇ-ଶ୍ରମ ଉପଭୋକ୍ତା ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ସଚେତନତା ଶିବିର କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସ୍ଥିତ ଶ୍ରମ ଓ ନିଯୁକ୍ତିମନ୍ତ୍ରଣାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ବେହେରା ଉଦଘାଟନ କରିଥିଲେ ।ଆରକେଏସଏସ: ଅନୁଷ୍ଠାନର ମୁଖ୍ୟ ତଥା ସଂପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା ଏଥିରେ ଯୋଗଦେଇ ଇ-ଶ୍ରମ କାର୍ଡ ପୋର୍ଟାଲର ଆବଶ୍ୟକତା ଉପରେ ଉପାଦେୟ ସୂଚନା ମାନ ଉପଭୋକ୍ତା ମାନଙ୍କୁ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀ ଗଣେଶ ପ୍ରଧାନ ଓ ଲିଙ୍ଗରାଜ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଥିବା ଉପଭୋକ୍ତା ମାନଙ୍କୁ ଇ-ଶ୍ରମ କାର୍ଡ ପଞ୍ଜିକରଣ ,
ଆଧାର ସହମୋବାଇଲ୍ ଫୋନ୍ ନମ୍ୱର୍ ଲିଙ୍କ ବ୍ୟାଙ୍କ୍ ଏକାଉଣ୍ଟ୍ ସହ ସମଗ୍ର ଦେଶରେ ଇ-ଶ୍ରମ କାର୍ଡ ଉପଭୋକ୍ତାଙ୍କୁ ଦୁର୍ଘଟଣା ଜନିତ ମୃତ୍ୟୁ ୨ ଲକ୍ଷ ଟଙ୍କା ଆଂଶିକ , ଅକ୍ଷମତା ପାଇଁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ।ଏଥିସହ ଏହାର ଯୋଗାଯୋଗ ନମ୍ବର ୧୪୪୩୪ ରହିଥିବା ବେଳେ ଏହା ଶ୍ରମ ମନ୍ତ୍ରଣାଳୟ , ଭାରତ ସରକାରଙ୍କ ଅଣ ସଂଗଠିତ ଶ୍ରମିକ କଲ୍ୟାଣକାରୀ ଯୋଜନା ପଞ୍ଜୀକୃତ ଉପଭୋକ୍ତା ମାନେ ଏହାର ଲାଭ ପାଇପାରିବେ ବୋଲି ବୁଝାଇ କହିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା , ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବିମା ଯୋଜନା ଓ ଅଟଳ ପେନସନ ଯୋଜନାର ଗୁରୁତ୍ବ ଓ ଉପାଦେୟ ସମ୍ପର୍କରେ ଉପସ୍ଥିତ ସମସ୍ତ ଉପଭୋକ୍ତା ମାନଙ୍କୁ ବୁଝାଇ ସଚେତନ କରାଇଥିଲେ ।ଏହି ସବୁ କାର୍ଯ୍ୟକ୍ରମକୁ ଅନୁଷ୍ଠାନର କର୍ମୀ ଶ୍ରୀ ଜନାଥ ଗମାଙ୍ଗ ପରିଚାଳନା ଓ ସହଯୋଗ କରିବା ସଙ୍ଗେ ସଙ୍ଗେ ଶେଷରେ ଉପସ୍ଥିତ ଥିବା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।














