୮ ଜାନୁଆରୀ ରବିବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ରେ ସାମିଲ ହେବାପାଇଁ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା କଳାକାର ମାନଙ୍କ ସାମର୍ଥ୍ୟ ପରୀକ୍ଷା ଓ ଆବେଦନ ପତ୍ର ଯାଞ୍ଚ ପ୍ରକ୍ରିୟା ପରି ସମାପ୍ତି ହୋଇଛି । ସଙ୍ଗୀତଜ୍ଞ ପୂର୍ଣ୍ଣଚନ୍ଦ୍ର ଶତପଥୀ , ବାଦ୍ୟ ବିଶାରଦ ନିରଞ୍ଜନ ନାୟକ, ପାଲା ବିଶେଷଜ୍ଞ ଯୋଗିନାଥ ପତି ବିଚାରକ ଭାବେ ଉପସ୍ଥିତ ରହି
୪ ଶହ ରୁ ଉର୍ଦ୍ଧ୍ବ କଳାକାର ମାନଙ୍କ ସାମର୍ଥ୍ୟ ପରୀକ୍ଷା କରିବା ସହ ଆବେଦନ ପତ୍ର ଯାଞ୍ଚ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପ୍ରମୋଦ କୁମାର ନାୟକ,ଗୋଲଖ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସାମାଜିକ ସୁରକ୍ଷା ଅଧିକାରୀ ରଘୁନାଥ ସାହୁ ।














