No Result
View All Result
୬ ଜାନୁଆରୀ ଶୁକ୍ରବାର ୨୦୨୩ ( ଓଡ଼ିଶା ତାଜା ନ୍ୟୁଜ ) ବୋଲଗଡ :- ମାନବିକତା ଦେଖାଇଲେ ଜଣେ ମହିଳା ରାସ୍ତାରୁ ପାଇଥିବା ଟଙ୍କା ଏବଂ ମନିପର୍ସ କୁ ଫେରାଇଛନ୍ତି | ମିଳିଥିବା ସୂଚନା ଅନୁସାରେ ପ୍ରଭାତ ନାୟକ ଗଡଖୋଲ ଗ୍ରାମ ର ଜଣେ ବ୍ୟକ୍ତି ବଜାର କରିବାପାଇଁ ରାଜସୁନାଖଳା ଯାଉଥିବା ବେଳେ ଗୋଡ଼ିଆଳି ଗ୍ରାମ ମଧ୍ୟରେ ଯାଉଥିବା ବେଳେ ପ୍ରଭାତ ଙ୍କ ପକେଟ ରୁ ମନିପର୍ସ ଟି ପଡିଯାଇଥିଲା | ଉକ୍ତ ପର୍ସଟିକୁ ଗୋଡ଼ିଆଳି ଗ୍ରାମର ବସନ୍ତ ପରମଗୁରଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ପରମଗୁର ପାଇଥିଲେ |
ସେ ଉକ୍ତ ପର୍ସ ମଧ୍ୟରେ ଥିବା ଠିକଣା ରେ ଯୋଗାଯୋଗ କରିବାପରେ ପର୍ସଟି ପ୍ରଭାତ ନାୟକ ଙ୍କର ହୋଇଥିବା ଜାଣିପାରିଥିଲେ | ପ୍ରଭାତ ଖବର ପାଇ ଗୋଡ଼ିଆଳି ଗ୍ରାମକୁ ଯାଇ ସନ୍ଧ୍ୟାରାଣୀ ଙ୍କ ନିକଟରେ ପହଞ୍ଚିଥିଲେ | ଶ୍ରୀମତୀ ସନ୍ଧ୍ୟାରାଣୀ ନିଜର ମାନବିକତା ଦେଖାଇ ଉକ୍ତ ପର୍ସ ଏବଂ ସେଥିରେ ଥିବା 7740 ଟଙ୍କା ଏବଂ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର ଫେରେଇଥିଲେ | ମହିଳାଙ୍କ ଏଭଳି ମାନବିକତା ପାଇଁ ଅଞ୍ଚଳରେ ବେଶ ଚର୍ଚ୍ଚା ହେଉଛି |

No Result
View All Result