ଏଥି ସହିତ ପ୍ରଫୁଲ୍ଲ କୁମାର ମହାନ୍ତି, ଅବସର ପ୍ରାପ୍ତ ଶିକ୍ଷକ, ଗଜପତି ଜିଲ୍ଲା ଓଷ୍ଟା ସମ୍ପାଦକ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ଆୟୋଜିତ କ୍ରଯ୍ୟକ୍ରମରେ ଜିଲ୍ଲାର ସାତ ଗୋଟି ବ୍ଲକ ଓ ପାରଳାଖେମୁଣ୍ଡି ପୌରପରିଷଦର ମୋଟ ୩୭୫ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ମୋଟ ୮୧ ଜଣ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିରେ ଦୌଡ଼, ଭଲିବଲ, କବାଡି,ଖୋଖୋ ଓ ଯୋଗାସନର ଉଭୟ ୧୪ ବର୍ଷରୁ କମ୍ ଓ ୧୭ ବର୍ଷରୁ କମ ବାଳକ ବାଳିକା ଅଂଶ ଗ୍ରହଣ କରିଥିଲେ।
ଏହି ପ୍ରତିଯୋଗିତାରେ ଶ୍ରେଷ୍ଟ ବିବେଚିତ ପ୍ରତିଯୋଗୀମାନେ ଆଗାମୀ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିପାରିବେ । ଉକ୍ତ ଜିଲ୍ଲାସ୍ତରୀୟ କ୍ରୀଡାରେ ଖୋ ଖୋ ରେ ଗୋଷାଣୀ ବ୍ଲକର ଉଭୟ ବାଳକ ବାଳିକା ଚମ୍ପିୟାନ ହେବା ବେଳେ କବାଡରେ କାଶୀନଗର ବ୍ଲକ,ଭଲିବଲରେ ଗୋଷାଣୀ ଚମ୍ପିୟାନ ଲାଭ କରିଥିଲେ। ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ଶିକ୍ଷଧିକାରୀଙ୍କ କାର୍ଯ୍ୟଳୟ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ କାର୍ଯ୍ୟକ୍ରମକୁ ସହଯୋଗ କରୁଥିଲେ।

© 2023 Odisha Taza News.