ନଭେମ୍ବର ଠାରୁ ମାର୍ଚ୍ଚ ଯାଏଁ ଏଠାକୁ ଉଭୟ ଓଡିଶା ଓ ପଶ୍ଚିମବଂଗର ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ । ତେବେ ବଡ଼ଦିନ ଓ ନୂଆବର୍ଷରେ ଏଠାରେ ଅଧିକ ପର୍ଯ୍ୟଟକ ପହଂଚିଥାନ୍ତି । ବାଲେଶ୍ୱର ଠାରୁ ନୀଳଗିରି ଯାଇ ସେଠାରୁ ଏହି ଶୈବକ୍ଷେତ୍ରକୁ ଆସି ହୋଇଥାଏ ।ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ରଙ୍କ ବନବାସ କାଳରେ ଏଠାରେ ଦେବୀ ସୀତା ଶିବଲିଙ୍ଗ ସ୍ଥାପନ କରି ଆରାଧନା କରିଥିବା କଥା ଶୁଣିବାକୁ ମିଳିଥାଏ ।
କେହି କେହି ଅନ୍ୟ ଏକ କାହାଣୀ କହନ୍ତି । ଅସୁର ରାଜା ବାଣାସୁର ସ୍ଵୟଂଭୂ ଶଙ୍କରଙ୍କୁ ସ୍ଥାପନା କରି ଏଠାରେ ପୂଜା କରୁଥିବା କୁହାଯାଏ । ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ ଏହି ମନ୍ଦିର ଓ ଆଖପାଖ ପରିବେଶ ମନ ଓ ପ୍ରାଣକୁ ଆନ୍ଦୋଳିତ କରିଥାଏ । କର୍ମକ୍ଳାନ୍ତ ମଣିଷ ଟିକିଏ ମାନସିକ ଶାନ୍ତି ପାଇଁ ଏଠାକୁ ଆସିଥାଏ । ଏଠାକାର ଶୀତଳ ଓ କୋଳାହଳ ଶୁନ୍ୟ ପରିବେଶ ସବୁ ବର୍ଗର ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ ।

© 2023 Odisha Taza News.