୨୭ ଡିସେମ୍ବର ମଙ୍ଗଳବାର ( ଓଡ଼ିଶା ତାଜା ନ୍ୟୁଜ ) ରାୟଗଡା :- ରାୟଗଡା ଜିଲ୍ଲା ଗୁଣପୁର ବ୍ଳକ୍ ଅନ୍ତର୍ଗତଃ ଟଲଣା ଗ୍ରାମ ପଞ୍ଚାୟତ ସ୍ଥିତ ପାତିଲି ଗ୍ରାମର ପାଡ୍ରା ସାହିର ରାସ୍ତା ମରାମତି କରିବା ସତ୍ବେ ରାସ୍ତା,ଡ୍ରେନ୍ ର ସୁବିଧା କରାଯାଉ । ଗ୍ରାମସ୍ଥିତ ଲୋକେ ଆଜି ବହୁତ ଦୁଃଖିର ଦୁଃଖଦ କାରଣ ହୋଇ ପଢିଛନ୍ତି । ଟଲଣା ଗ୍ରାମପଞ୍ଚାୟତର ସରପଞ୍ଚ, ଗ୍ରାମସେବକ,ଜି ଆର୍ ଏସ୍ ଭୂଲି ଆସୁ ଥିଲେ ମଧ୍ୟ ଆଜି ପର୍ଯନ୍ତ ରାସ୍ତାର ମରାମତି ଅବହେଳା କରୁଥାନ୍ତି ।
ପଞ୍ଚାୟତ ସ୍ତରୀୟ ଗ୍ରାମସଭା କେତେକ ଅଭିଯୋଗ ପତ୍ର ଦାଖଲ କଲେ ବି ରାସ୍ତା କାମ ଅବ -ହେଳା କରିଛନ୍ତି । ଏଣୁ ଆମ୍ଭ ପାଡ୍ରା ସାହିର ଦଶରୁ କୋଡିଏ ଗୋଟି ଘର ଦୁଇ ଗୋଟି ସାହି ଥିବାବେଳେ ଲୋକେ ଆଜି ରାସ୍ତାରେ ଯାତାୟାତ, ଗାଡି ଯାନ ବାହନ ଯିବା ଆସିବା ବହୁତ ଅସୁବିଧା ହୋଉଛନ୍ତି ।
ଲୋକେ ଆଜି ମଜୁରୀ ପାଇ ନ ଥିବା ବେଳେ ରାସ୍ତା ଘାଟର ମରାମତି ମଧ୍ୟ ହୋଇପାରୁ ନାହିଁ ।ପାତିଲି ଗ୍ରାମର ପାଡ୍ରା ସାହି ପ୍ରତି ପ୍ରଶାସନ ଆଜି ଅଣଦେଖା ହେବାର ଜଣା ପଡିଛି । ପ୍ରଶାସନ ଲୋକେ ପାଡ୍ରା ସାହି ଉପରେ ଆକ୍ଷେପ ରଖି କାର୍ଯ୍ୟ ସଂପୂର୍ଣ୍ଣ କାର୍ଯ୍ୟକାରୀ କରାଇବା ନିମନ୍ତେ ଅନୁରୋଧ କରୁଥିଲେ ।

© 2023 Odisha Taza News.