ଚଳିତ ବର୍ଷ ପଞ୍ଚୁପାଣ୍ଡବ ମହୋତ୍ସବ ପଡ଼ିଆରେ ଆସନ୍ତା ଫେବୃଆରୀ ୨ ତାରିଖ ରୁ ୫ ତାରିଖ ପର୍ଯ୍ୟନ୍ତ ୪ ଦିନଧରି ଏହି ମହୋତ୍ସବ କିପରି ଶାନ୍ତି ଶୃଙ୍ଖଳା ସହ ସମ୍ପାଦିତ ହେଵ ସେ ଉପରେ ପ୍ରସ୍ତୁତି ବୈଠକ ରେ ଆଲୋଚନା ହୋଇଥିଲା । ପଞ୍ଚୁପାଣ୍ଡବ ମହୋତ୍ସବ ସୁଚାରୁରୂପେ ସମ୍ପାଦିତ ହେବା ପାଇଁ ବିଭିନ୍ନ ବିଭାଗର କମିଟି ଗଠନ କରାଯାଇଥିଲା । ମହୋତ୍ସବ ରେ ଉନ୍ମୋଚନ ହେବାକୁ ଥିବା ପାଞ୍ଚାଳୀ ସ୍ମରଣିକା ପାଇଁ ଆସନ୍ତା ଜାନୁଆରୀ ୧୦ ତାରିଖ ମଧ୍ୟରେ ବିଭିନ୍ନ ଲେଖା ପଠାଇବା ପାଇଁ ସ୍ଥିରୀକୃତ ହେଇଥିଲା । ପଞ୍ଚୁପାଣ୍ଡବ ମହୋତ୍ସବ କମିଟି ର କୋଷାଧ୍ୟକ୍ଷ ପୂର୍ବ ମହୋତ୍ସବ ର ଖର୍ଚ୍ଚ ବିବରଣୀ ପଠନ କରିଥିବା ବେଳେ ସମ୍ପାଦକ ଦିଲ୍ଲୀପ କୁମାର ଦଳ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ । ଚଳିତ ବର୍ଷ ପଞ୍ଚୁପାଣ୍ଡବ ମହୋତ୍ସବ ଏକ ନୂଆ ରୂପ ନୂଆ ରଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଦର୍ଶକ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିବ ବୋଲି କୋଣ ଅନୁକୋଣ ରେ ଆଲୋଚନା ହେଉଛି ।


© 2023 Odisha Taza News.