ବିଦ୍ୟାଳୟ ର ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ନାୟକ ମଞ୍ଚ ପରିଚାଳନା କରିଥିଲେ | ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସାଥୁଆ ଅତିଥିମାନଙ୍କ ର ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ତରାସ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ | ବିଦ୍ୟାଳୟରେ ଦୀର୍ଘ 10ବର୍ଷରୁ ଉର୍ଦ୍ଧ ସେବା ଦେଇଥିବା 7ଜଣ ସେବାବ୍ରତୀ ମାନଙ୍କୁ ମାନପତ୍ର ଓ ଉପ ଢୋଉକୁନ ପ୍ରଦାନ କରି ସନମାନିତ କରାଯାଇଥିଲା |
ମାଟ୍ରିକ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ସୌମ୍ୟଶ୍ରୀ ସାହୁ ଓ ଅଂଶୁମାନ ପ୍ରସାଦଙ୍କୁ ଟ୍ରଫି ପ୍ରଦାନ କରାଯଇଥିଲା | ପରିଶେଷରେ ବିଦ୍ୟାଳୟ ପରିଚାଳନା କମିଟର ସହ ସମ୍ପାଦକ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ଜେନା ଧନ୍ୟବାଦ ଅର୍ପଣ କରିଥିଲେ | ଏଥିରେ ବିଦ୍ୱତ ପରିଷଦ, ମାତୃଭାରତୀ ଓ ପରିଚାଳନା ସମିତିର ସଭ୍ୟବୃନ୍ଦ ଉପସ୍ଥିତ ରହିଥିଲେ | ଆଚାର୍ଯ୍ୟ ଆଚାର୍ଯ୍ୟା ମାନଙ୍କ ବଳିଷ୍ଠ ନିର୍ଦେଶନାରେ ଶିଶୁମନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ମହ୍ଲାର ଅବିଭାବକ ମାନଙ୍କୁ ବେଶ ବିମୋହିତ କରିଥିଲା |

© 2023 Odisha Taza News.