ଖୋର୍ଦ୍ଧାରୋଡ଼ ର ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ରିଙ୍କେଶ ରୟ ବିଭାଗର ଅନ୍ୟ ଶାଖା ଅଧିକାରୀଙ୍କ ଉପସ୍ଥିତିରେ ଗୁଡ୍ସ୍ ସେଡ୍ ଉଦ୍ଘାଟନ କରିଥିଲେ । ଗୁଡ୍ସ୍ ସେଡ୍ ରେ ଲୋଡିଂ ଏବଂ ଅନଲୋଡିଂ କାର୍ଯ୍ୟକଳାପ ପାଇଁ ଏକ ଲଜିଷ୍ଟିକ୍ ଇନଫ୍ରାକ୍ଟର୍ ଅଛି | ପାନୀୟ ଜଳ ସୁବିଧା ଏବଂ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ସହିତ ସାମଗ୍ରୀ କଂକ୍ରିଟ ରାସ୍ତା,ଗୁଡ଼ସ୍ ଶେଡ ଅଫିସ, ମର୍ଚାଣ୍ଟ ରୁମ,ଶ୍ରମିକ ବିଶ୍ରାମ କକ୍ଷ ଇତ୍ୟାଦି ରହିଛି | ୭ କୋଟିରୁ ଅଧିକ ମୂଲ୍ୟରେ ଗୁଡୁସ ଟର୍ମିନାଲ୍ ପ୍ରତିଷ୍ଠା କରାଯାଇଛି |
ଖୋର୍ଦ୍ଧା ଟାଉନ୍ ଗୁଡ୍ସ୍ ସେଡ୍ ହାଓଡ଼ା – ଚେନ୍ନାଇ ଜାତୀୟ ରାଜପଥ ସନ୍ନିକଟରେ ଅଛି | ଗ୍ରାହକଙ୍କ ପାଇଁ ଖୋର୍ଦ୍ଧା ଟାଉନ୍ ଶିଳ୍ପାଞ୍ଚଳରୁ ଦେଶର ବିଭିନ୍ନ ସ୍ଥାନକୁ ସାମଗ୍ରୀ ପ୍ରେରଣ ଏବଂ ଗ୍ରହଣ କରିବା ଲାଭଦାୟକ ହେବ | ଏହି ଟର୍ମିନାଲରେ ମୁଖ୍ୟ ସାମଗ୍ରୀଗୁଡିକ ଗହମ, ଚାଉଳ,ସିମେଣ୍ଟ,କୋକୋ କୋଲା ମୃଦୂପାନିୟ ଇତ୍ୟାଦି ହେବ | ଏହି ସାମଗ୍ରୀ ଟର୍ମିନାଲରେ ପାର୍ସଲ ଟ୍ରାଫିକ୍ ମଧ୍ୟ ପରିବହନ କରାଯାଇପାରିବ |
ଖୋର୍ଦ୍ଧା ଟାଉନରେ କରାଯାଇଥିବା ଗୁଡୁସ ଟର୍ମିନାଲ,ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ ଶେଷ ହେବା ପରେ ମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ ଗୁଡୁସ ଟର୍ମିନାଲରେ ପରିଣତ ହେବ | ପ୍ରାୟ ୧୬୦ କିଲୋମିଟର ଦୂରତା ହ୍ରାସ କରି ସମ୍ବଲପୁର ଅଞ୍ଚଳରୁ ଅନେକ ସାମଗ୍ରୀ ଏହି ଗୁଡସ୍ ସେଡ୍ ମାଧ୍ୟମରେ ପରିବହନ କରାଯାଇପାରିବ |

© 2023 Odisha Taza News.