ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ବୁଧବାର ) ବୈପାରିଗୁଡା :- କୋରାପୁଟ ଜିଲ୍ଲା ଗ୍ରସ୍ତରେ ଖାଦ୍ଯଯୋଗାଣ ମନ୍ତ୍ରୀ ଆସିଥିବା ସମୟରେ ବୈପାରିଗୁଡା ବ୍ଲକର ପିଡିଏସ୍ ସମସ୍ଯାକୁ ନେଇ ମନ୍ତ୍ରୀଙ୍କ ସହ ବୈପାରିଗୁଡା ଜିଲ୍ଲାପରିଷଦ ସଭ୍ଯ ରାଜେଶ୍ବର ମହୁରିଆ ଓ ସରପଂଚ ମାନେ ଦେଖା କରି ତାହାର ସମାଧାନ କରିବା ନେଇ ପତ୍ର ପ୍ରଦାନ କରିଥିବାର ଜଣାପଡିଛି ! ତେବେ ବୈପାରିଗୁଡା ପଂଚାୟତର ନୂତନ ପଂଚାୟତ କାର୍ଯ୍ଯାଳୟ ଠାରେ ପିଡିଏସ ଚାଉଳ ସହ ଅନ୍ଯ ସାମଗ୍ରୀ ଗୁଡିକ ବଣ୍ଟନ କରିବା ନେଇ ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ! ପୁରୁଣା କାର୍ଯ୍ଯାଳୟ ପରିସର ଭିତରେ ଥିବା ଗୋଦାମଗୃହରେ ଆଉ ପିଡିଏସ ଚାଉଳ ହିତାଧିକାରୀଙ୍କୁ ପ୍ରଦାନ ନ କରି ନୂତନ ପଂଚାୟତ କାର୍ଯାଳୟ ପରିସର ଠାରେ ପିଡିଏସ ସାମଗ୍ରୀ ବଣ୍ଟନ କରିବା ନେଇ ସରପଂଚ ଦାବି କରୁଥିଲେ ମଧ୍ଯ ତାହାର କିଛି ସମାଧାନର ବାଟ ଏପର୍ଯ୍ଯନ୍ତ ନ ବାହାରିବା ରୁ ଶେଷରେ ବାଧ୍ଯ ହୋଇ ଜିଲ୍ଲାପରିଷଦ ସଭ୍ଯ ଏ ବିଷୟକୁ ନେଇ ମନ୍ତ୍ରୀଙ୍କୁ ଦେଖା କରି ସମସ୍ଯା ର ସମାଧାନ କରିବା ପାଇଁ ଆଲୋଚନା ମଧ୍ଯ କରିଛନ୍ତି !
ସୂଚନା ଯୋଗ୍ଯ କି ବୈପାରିଗୁଡା ବ୍ଲକ ପ୍ରଥମେ ୧୬ ଗୋଟି ଗ୍ରାମପଂଚାୟତ କୁ ନେଇ ଗଠିତ ଥିବା ବେଳେ୨୦୧୬ ମସିହାରେ ବୈପାରୀଗୁଡା ପଂଚାୟତ କୁ ଭାଗ କରି ନୂତନ ପଂଚାୟତ ଭାବେ ପୂଜାରୀଗୁଡା ଗଠନ କରାଯାଇଥିଲା ! ସେହି ପରି ଭାବେ ଦୋରାଗୁଡା ପଂଚାୟତକୁ ଭାଗ କରି ନୂତନ ପଂଚାୟତ ଭାବେ ମାଠପଡା ଓ ରାମଗିରି ପଂଚାୟତକୁ ଭାଗ କରି ପେନ୍ଦାପଡା ନୂତନ ପଂଚାୟତ ଏବଂ ବାଲିଗାଁ ପଂଚାୟତକୁ ଭାଗ କରି ଚେରକା ନୂତନ ପଂଚାୟତ ଭାବେ ଉଭା ହୋଇଛି ! ନୂତନ ଭାବେ ୪ ଟି ପଂଚାୟତକୁ ମିଶାଇ ଏବେ ବୈପାରିଗୁଡା ବ୍ଲକରେ ୨୦ ଗୋଟି ଗ୍ରାମପଂଚାୟତ ରହିଛି ! ନୂତନ ପଂଚାୟତ ଗଠନ ହେବାର ପ୍ରାୟ ୬ ବର୍ଷ ରୁ ଉର୍ଦ୍ଧ ସମୟ ଅତିକ୍ରମ କରିଥିଲେ ମଧ୍ଯ ଏପର୍ଯ୍ଯନ୍ତ ଏହି ୪ ପଂଚାୟତର ହିତାଧିକାରୀ ମାନେ ତାଙ୍କ ପୁରୁଣା ପଂଚାୟତରୁ ହିଁ ପିଡିଏସ ସାମଗ୍ରୀ ନେଉଛନ୍ତି !
ହିତାଧିକାରୀଙ୍କ ସୁବିଧା ପାଇଁ ଏହି ପଂଚାୟତ କାର୍ଯାଳୟ ମାନଙ୍କରେ ମଧ୍ଯ ପିଡିଏସ ସାମଗ୍ରୀ ବଣ୍ଟନ କରାଯିବା ପାଇଁ ବୈପାରୀଗୁଡା ଜିଲ୍ଲା ପରିଷଦ ସଭ୍ଯ ରାଜେଶ୍ୱର ମହୁରୀଆ ମାନ୍ୟବର ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ଯୁକ୍ତ ଅତୁନ ସବ୍ୟସାଚୀ ନାୟକ ଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇ ଥିଲେ l ମାନ୍ୟବର ମନ୍ତ୍ରୀ ଅଭିଯୋଗ କୁ ଗ୍ରହଣ କରି ଜିଲ୍ଲା ଯୋଗାଣ ଅଧିକାରୀ ଙ୍କୁ 7 ଦିନ ମଧ୍ୟରେ ସମସ୍ୟା ର ସମଧାନ କରିବା ନେଇ ନିର୍ଦେଶ ମଧ୍ଯ ଦେଇଥିବାର ଜଣାପଡିଛି ! ମନ୍ତ୍ରୀ ଙ୍କୁ ଦାବିପତ୍ର ଜଣାଇବା ସମୟରେ ଜିଲ୍ଲାପରିଷଦଙ୍କ ସହିତ ପୂଜାରୀଗୁଡା ସରପଞ୍ଚ ସତ୍ୟ ମାଝୀ, ମାଠପଡା ସମିତି ସଭ୍ୟ ଲକ୍ଷ୍ମଣ ଚନ୍ଦ୍ରପଡିଆ ଉପସ୍ଥିତ ରହିଥିଲେ !















