ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶନିବାର ) ବୈପାରିଗୁଡା :- ଏବେ ଗାଁ ଗହଳି ମାନଙ୍କରେ ମହାମାରୀ ରୂପ ନେଉଛି ଅଜଣା ରୋଗ । ଗୋଟିଏ ଦିନ ମଧ୍ୟରେ ୩ ଜଣ ମୃତ୍ୟୁ ବରଣ କରିଥିବା ନେଇ ଶୁଣିବାକୁ ମିଳୁଛି ! ତେବେ ଡାକ୍ତର ଦଳ ଘଟଣାସ୍ଥଳକୁ ଗଲେ ଚିକିତ୍ସା କରି ମଧ୍ଯ ଜାଣି ପାରୁ ନାହାନ୍ତି ରୋଗ ର କାରଣ । ଏମିତି କିଛି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଦଣ୍ଡାବାଡି ପଂଚାୟତର କାଣ୍ଡିକିଗୁଡା ଗ୍ରାମରେ ଏବେ ଖୋଳି ଯାଇଛି ଆତଙ୍କ ସୃଷ୍ଟି !ଅଜଣା ରୋଗ କାରଣ ଜାଣିବା ଲୋକଙ୍କ ପାଇଁ କାଟିକର ପାଢ ।
ଗ୍ରାମବାସୀ କହିବା ଅନୁସାରେ ଗୋଡ଼ ହାତ ଫୁଲିଯିବା ସହ ହଠାତ ଜ୍ୱର ହୋଇ ମୃତ୍ୟୁବରଣ କଥୁଛନ୍ତି ଲୋକେ । ଡାକ୍ତର ଦଳ କାଣ୍ଡିକିଗୁଡା ଗ୍ରାମରେ ପହଂଚି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିବା ବେଳେ ରୋଗର କାରଣ କଣ ଏପର୍ଯ୍ଯନ୍ତ ଅସ୍ପଷ୍ଟ ରହିଛି ! ଏବେବି ଗାଁରେ ପାଖାପାଖି କିଛି ଲୋକ ଆକ୍ରାନ୍ତ ରହିଛନ୍ତି ।
ହେଲେ ଅନ୍ଧବିଶ୍ୱାସ ର ବଶବର୍ତ୍ତି ହୋଇ ଡାକ୍ତରଖାନା ପରିବର୍ତ୍ତେ ଗୁଣିଆ ପାଖରେ ଝଡ଼ାଫୁଙ୍ଖାର ଆଶ୍ରୟ ନେଉଛନ୍ତି ଗାଁ କୁ ଯାଇଥିବା ଡାକ୍ତର ଦଳ ପକ୍ଷରୁ ଶୁଣିବାକୁ ମିଳୁଛି । ପ୍ରାଥମିକ ଭାବେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ପହଞ୍ଚି ଲୋକଙ୍କୁ ବୁଝାଇ ୨ ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ନେବାରେ ସଫଳ ହୋଇଛି । ସମସ୍ତଙ୍କ ରକ୍ତନମୂନା ସଂଗ୍ରହ କରି ଘଟଣାର ତଦନ୍ତ କରୁଛି ସ୍ବାସ୍ଥ୍ୟବିଭାଗ ।















