• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଲେଶ୍ୱରର ବନ୍ୟା ସ୍ଥିତିକୁ ଦେଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ ଅଧୁନା ବନ୍ୟା ପରିସ୍ଥିତି ମନୁଷ୍ୟକୃତ :- ଶରତ ପଟ୍ଟନାୟକ

Proprietor Abhimanyu Maharana by Proprietor Abhimanyu Maharana
August 24, 2022
in ଓଡ଼ିଶା, ବାଲେଶ୍ଵର, ମହାନଗର, ହୋମ୍
0
ବାଲେଶ୍ୱରର ବନ୍ୟା ସ୍ଥିତିକୁ ଦେଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ ଅଧୁନା ବନ୍ୟା ପରିସ୍ଥିତି ମନୁଷ୍ୟକୃତ :- ଶରତ ପଟ୍ଟନାୟକ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୩ ଅଗଷ୍ଟ ମଙ୍ଗଳବାର ) ବାଲେଶ୍ୱର :- ସାରା ରାଜ୍ୟରେ ୧୫ ଜିଲ୍ଲାର ୧୫ ଲକ୍ଷରୁ ଅଧିକ ଲୋକ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଦୀର୍ଘ ୧ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ମହାନଦୀ ଓ ତା’ର ଶାଖା ନଦୀରେ ବନ୍ୟାଜଳ ଆସିବାରୁ ଛୋଟ ଛୁଆଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧା, ଗାଈ ଗୋରୁ, ଛେଳି, ମେଣ୍ଢା ଆଦି ସମସ୍ତେ ଜଳବନ୍ଦି ହୋଇ ରହିଛନ୍ତି । ଏହି ଅବସରରେ ଆଜି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବନ୍ୟାଂଚଳ ଗ୍ରସ୍ତ କରି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ସରକାରଙ୍କ ଉପରେ ଅସନ୍ତୋଷ ଜାହିରି କରିଛନ୍ତି । ବନ୍ୟା ପରିଚାଳନାରେ ଘୋର ତୃଟି ଯୋଗୁଁ ବନ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ବିଶେଷ କରି ବାଲେଶ୍ୱର ଜିଲ୍ଲାର ଅଧିକାଂଶ ଅଂଚଳର ଗରୀବ ଲୋକମାନେ ୩ ଦିନ ଧରି ଚଳବନ୍ଦି ହୋଇ ରହିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କ ପାଖରେ ପହଂଚି ପାରିନାହାନ୍ତି କିମ୍ବା ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାଲ, ପିଇବା ପାଣି ଓ ହାଲୋଜେନ୍ ବଟିକା ଇତ୍ୟାଦି ଅତି ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିପାରିନାହିଁ, ଯାହାକି ୨୨ ବର୍ଷର ବିଜେଡ଼ି ସରକାରଙ୍କ ଦକ୍ଷତା ଓ ବନ୍ୟା ଦୃର୍ଗତଙ୍କ ପାଇଁ ତାଙ୍କ ନିଷ୍ଠା ଓ ପାରିବାପଣିଆକୁ ସୂଚାଉଛି । ହଜାର ହଜାର ଏକର ଚାଷ ଜମି, ପରିବା ଚାଷ ଜମି ଓ ପାନ ବରଜ ବନ୍ୟାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ରାଜ୍ୟ ସରକାର ଜିରୋ କାଜୁଆଲଟି କଥା କେବଳ ଗଣମାଧ୍ୟମରେ କହୁଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ୧୫ ରୁ ଅଧିକ ଲୋକ କାନ୍ଥ ଭୁଷୁଡ଼ିବା ଏବଂ ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି ।

ଶ୍ରୀ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଜଳେଶ୍ୱର, ଭୋଗରାଇ ଓ ବସ୍ତା ଆଦି ଅଂଚଳର ବନ୍ୟା ବିପନ୍ନକୁ ଭେଟି ତାଙ୍କ ଦୁଃଖ ଦୁର୍ଦ୍ଦିଶା କଥା ବୁଝିଛନ୍ତି । ବାଲେଶ୍ୱର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରୀଙ୍କ ତତ୍ୱାବଧାନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବନ୍ୟା ପ୍ରପିଡ଼ିତଙ୍କୁ ଶୁଖିଲା ଖାଦ୍ୟ, ହାଲୋଜିନ୍ ବଟିକା, ପିଇବା ପାଣି, ପାଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କୁ ଅତି କଟୁ ସମାଲୋଚନା କରି କହିଛନ୍ତି ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ସରକାର ବନ୍ୟାଂଚଳ ପାଇଁ କୌଣସି ସ୍ଥାୟୀ ପ୍ରତିକାର ନ କରି ମିଛ ପ୍ରତିଶ୍ରୁତି ଦେଇ ସାଧାରଣ ଜନତାକୁ ପ୍ରତାରଣା କରିଚାଲିଛନ୍ତି । ଯାହାଫଳରେ ଏଭଳି ମନୁଷ୍ୟକୃତ ବନ୍ୟା ଦେଖାଦେଇଛି ।

ସୁବର୍ଣ୍ଣରେଖା ନଦୀର ବନ୍ୟାକୁ ସପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସ ସରକାର ସମୟରେ ଯୋଜନ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଏହି ୨୨ ବର୍ଷର ସରକାର ଏହାକୁ କାର୍ଯ୍ୟକାରୀ କରାଇବାରେ ସାମାନ୍ୟତମ ନିଷ୍ଠା ଦେଖାଇଲେ ନାହିଁ । ଯଦି କଂଗ୍ରେସ ରାଜ୍ୟରେ ୨୦୨୪ରେ କ୍ଷମତାକୁ ଆସିବ ତାହାଲେ ସୁବର୍ଣ୍ଣରେଖାର ବନ୍ୟାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ବାହାଘରବେଳେ ବାଇଗଣ ରୁଇଁଲା ପରି ବନ୍ୟା ବିପନ୍ନଙ୍କ ପାଇଁ ରାଜ୍ୟ ସରକାର ଯାହା କରୁଛନ୍ତି ତାହା ନ କହିବା ଭଲ । ଗରୀବ ଲୋକଙ୍କ ପାଇଁ ରାଜ୍ୟ ସରକାର ବିଜୁ କୁଡ଼ିଆ ଯୋଜନା, ବିଜୁ ପକ୍କା ଯୋଜନା ଇତ୍ୟାଦି କଲେ । କିନ୍ତୁ ଆଜି ହଜାର ହଜାର ଲୋକ ମାଟି ଘରେ ଅଛନ୍ତି । ତେଣୁ ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ କାହିଁକି ବାଦ୍ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଏ ରାଜ୍ୟ ସରକାର କେବଳ ଭୋଟ ହାତେଇବା ପାଇଁ ଯୋଜନାଗୁଡ଼ିକ ଘୋଷଣା କରିଛନ୍ତି । ହଜାର ହଜାର କୋଟି ଟଙ୍କା ନଦୀବନ୍ଧ ସୁରକ୍ଷା ମରାମତି ପାଇଁ ଖର୍ଚ୍ଚ କରାଯାଉଛି । କିନ୍ତୁ ଏତେ ଘାଇ କିପରିି ହେଲା । ମୁଖ୍ୟମନ୍ତ୍ରୀ କେବଳ କାଚ ଘରେ ବସି ଏବଂ ଆକାଶମାର୍ଗରେ ଯାଇ ବନ୍ୟାଂଚଳ ବୁଲିଆସିଲେ ବନ୍ୟା ଦୁର୍ଗତଙ୍କ ଦୁଃଖ ସରିବ ନାହିଁ । ତେଣୁ ବନ୍ୟା ଦୁର୍ଗତଙ୍କ କଥା ଅଗ୍ରାଧିକାର କଥା ବୁଝନ୍ତୁ ଏବଂ ଆବଶ୍ୟକ ରିଲିଫ୍ ସାମଗ୍ରୀ ତୁରନ୍ତ ଯୋଗାଇବା ସହ ହାଲୋଜେନ ବଟିକା ଯୋଗାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଏବେ ବି ବହୁ ଲୋକ ପାଣି ଘେରରେ ଅଛନ୍ତି ।

ତାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଅଣାଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ସହିତ ଆସନ୍ତା ଚାଷ ପାଇଁ କୃଷକ ମାନଙ୍କୁ ବିହନ ଓ ସାର ବିନାମୂଲ୍ୟରେ ଯୋଗାଇ ଦିଅନ୍ତୁ । ନଦୀରେ ସୃଷ୍ଟିରେ ହୋଇଥିବା ଘାଇକୁ ତୁରନ୍ତ ମରାମତି କରାଯାଉ । ଏ ସମୟରେ ବନ୍ୟାଂଚଳ ରେ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୋଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଦାବୀ କରିଛନ୍ତି । ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା ସଭାପତି ସଂଜୀବ ଗିରୀ, ବିଧାୟକ ସୁଦର୍ଶନ ଦାସ, ସତ୍ୟସୁନ୍ଦର ଦାସ, ବିଜନ ନାୟକ, ରାଜ୍ୟ ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅଭିଶେକ ମହାନନ୍ଦ ପ୍ରମୁଖ ବହୁ ଛାତ୍ର, ମହିଳା, ଯୁବ ଓ ନେତୃବର୍ଗମାନେ ବନ୍ୟାଂଚଳ ପରିଦର୍ଶନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version