ଏହି ଶିବିରରେ ସମସ୍ତ ପ୍ରକାର ନିଃଶୁକ୍ଳ ପ୍ରାଥମିକ ସ୍ବାସ୍ଥ୍ୟ ଜନିତ ଚିକିତ୍ସା ପରାମର୍ଶ ସହିତ ରୋଗ ନିରୂପଣ, ଔଷଧ ବିତରଣ ଓ ପ୍ରତିଷେଧକ ଟୀକା ଯଥା ଟି ଟି ଦିଆଯାଇଥାଏ । ଉକ୍ତ ଶିବିରଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ହାଟପଦା ଓ ଷ୍ଟେସନପଡ଼ା ରୁ ଡ଼ ନୁପୁର ପାଢ଼ୀ ଓ ଡ଼ ସନ୍ଦୀପ ତ୍ରିପାଠୀଙ୍କ ସହ ବିଭିନ୍ନ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ଦ୍ଵାରା ଆୟୋଜିତ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ତରଫରୁ ରାଜକୁମାର ଗୁପ୍ତା,
ଭାରପ୍ରାପ୍ତ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ତୁଷାର ନାୟକ, ସହାୟକ ସହରାଞ୍ଚଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପରିଚାଳକ ଓ ଚନ୍ଦ୍ରକାନ୍ତ ପଣ୍ଡା, ଜନସ୍ୱାସ୍ଥ୍ୟ ପରିଚାଳକ ଆଦି ଉପସ୍ଥିତ ଥିଲେ। ଏହି ଶିବିର କୁ ସଫଳ କରିବା ପାଇଁ ପୌର ପରିଷଦ କାର୍ଯ୍ୟାଳୟ ତରଫରୁ ସୁଶାନ୍ତ ଦାଶ, ତୁଷାର ପଣ୍ଡା, ନବ ବାରିକ, ଶ୍ରୀରାମ ପଣ୍ଡା ଆଦି ସହଯୋଗ କରିଥିଲେ ।
© 2023 Odisha Taza News.