No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୪ ଜୁନ ଶୁକ୍ରବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ପୌର ପରିଷଦ କାର୍ଯ୍ୟାଳୟଠାରେ ଥିବା କନଫେରାନ୍ସ ହଲରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ପୌର ଗୋଟିଏ ପରିଷଦ ଉପାଧ୍ୟକ୍ଷ ଲେଙ୍କା ମଧୁ, ସହକାରୀ ଜିଲ୍ଲା ପାଳ ଜୁବୁଲି ଚରଣ ବେହେରା ପ୍ରମୁଖ ଉପସ୍ଥିତ ରହି ଗଣ ମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପାରଳା ପୌର ପରିଷଦ ପକ୍ଷରୁ ଲୋକାଭିମୂଖୀ ଜନ ଶୁଣାଣୀ ହେଲ୍ପ ଲାଇନ ନମ୍ବର ଜାରି କରାଯାଇଛି ।
ଲୋକଙ୍କ ସମସ୍ୟା ସମାଧାନ କରିବା ସହ ସରକାରଙ୍କ ଲୋକାଭିମୂଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ, ନିକଟତର ହେବା ଲୋକଙ୍କ ପାଖରେ ଏହି ଭଳି ପ୍ରୟାସ କରାଯାଇଛି । ଜନସାଧାରଣଙ୍କ ସକାଶେ ହେଲ୍ପ ଲାଇନ ନମ୍ବର ୭୭ ୩୫୮୩୪୪୮୦ ରଖାଯାଇଛି । ଏହି ଫୋନ ନମ୍ବରରେ କଲ କରି ୧୦ ଟା ରୁ ୨ଟା ପର୍ଯ୍ୟନ୍ତ ପଞ୍ଜିକୃତ ହେବ । ତୁରନ୍ତ ସମାଧାନ କରାଯିବ ବୋଲି କୁହାଯାଇଛି । ଏହି ଜନ ଶୁଣାଣୀ ମାସର ପ୍ରଥମ ମଙ୍ଗଳବାର ହେବ ଯଦି ଛୁଟି ପଡେ ତାହା ହେଲେ ପରବର୍ତ୍ତୀ ଦିନ କରାଯିବ । ଏହି ଭଳି ପୌର ପରିଷଦର ପ୍ରୟାସକୁ ପାରଳାବାସୀ ଭୂୟସ ପ୍ରଶଂସା କରିଛନ୍ତି ।

No Result
View All Result