No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୯ ଜୁନ ରବିବାର/ପାରଳାଖେମୁଣ୍ଡି :- ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜିଲ୍ଲାପାଳକଙ୍କ ସମ୍ମିଳନୀ କକ୍ଷ ୪ରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦକ୍ଷିଣାଞ୍ଚଳ ରାଜଶ୍ବ କମିଶନ ଅତିରିକ୍ତ ସଚିବ ରଞ୍ଜନ ବିଶ୍ବାଳ ,ରାଜ୍ୟ ବୀୟର୍ୟ୍ଯୟ ପରିଚାଳନା ବିଭାଗର ଅଧିକାରୀ ରାଜକିଶୋର ଘୋଡାଇ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପିଡ଼ି ମହେଶ୍ବର ଚନ୍ଦ୍ର ନାୟକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ପ୍ରଭାସ କୁମାର ବେହୁରା ଉପସ୍ଥିତ ରହିଥିଲେ ।
ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଥିଲା ରାଜ୍ୟ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ବନ୍ୟା, ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନ, ଜୀବନକୁ କିପରି ରକ୍ଷା କରି ପାରିବା ସେ ନେଇ ଆଲୋଚନା କରାଯାଇଥିଲା । ଗଜପତି ଜିଲ୍ଲାକୁ ବିପର୍ଯୟ ପରିଚାଳନା ନିମନ୍ତେ ଜିଲ୍ଲାସ୍ତରୀୟ /ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କ କାର୍ଯ୍ୟଦକ୍ଷତା ଏବଂ କୁଶଳତାକୁ ସଠିକ ଭାବେ କାର୍ଯ୍ୟକ୍ରମ କରାଇବା l ବିଶେଷ କରି ଜିଲ୍ଲା ସାଧାରଣ ସ୍ବାସ୍ଥ୍ୟ, ପ୍ରାଣୀଚିକିତ୍ସା, ଆର ଡାବ୍ଲୁ ଏସଏସ , ବିଦ୍ୟୁତ, ବିଭାଗର ଅଧିକାରୀ ଆଲୋଚନା କରାଯାଇଥିଲା ।
ଏହା ସବୁ ବିଭାଗର ଅଧିକାରୀ, ବିଡ଼ିଓ, ତହସିଲଦାର ଏବଂ ଅନ୍ୟ ପଦସ୍ଥ ଅଧିକାରୀ ମାନେ କିପରି ନିଜ ନିଜ ବିଭାଗ ଦ୍ଵାରା ଏହାକୁ ପରିଚାଳନା କରିବେ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏକ କାଳ୍ପନିକ ବାତ୍ୟା ସିତରଙ୍ଗକୁ ନେଇ ଏକ ପାୱାର ପାଇଣ୍ଟ ପ୍ରେଜେଣ୍ଟସନ ମାଧ୍ୟମରେ କିପରି ଏହାର ମୁକାବିଲା କରିବେ ସେ ଦିଗରେ ଏକ ଜିଲ୍ଲା ସ୍ତରୀୟ ଟେବୁଲ ଟପ ଏକ୍ସର ସାଇଜ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରଦୋଷ କୁମାର ଶତପଥି ପରିଚାଳନା କରିଥିବା ବେଳେ ଶାଶଙ୍କ ଶତପଥି, ଶୁଶିଲ କୁମାର କର, ଅଜିତା ପାତ୍ର, ସନ୍ତୋଷ ପ୍ରଧାନ ଏବଂ ମିନକେତନ ବେହେରା ସହଯୋଗ କରିଥିଲେ l

No Result
View All Result