ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁନ ଶୁକ୍ରବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ସଦର ମହକୁମାରୁ କିଛି ଦୂରତା ରେ ଥିବା ନୂଆଗାଁ ରେଳ ଷ୍ଟେସନ କୁ ଚଳିତ ମାସ 20 ତାରିଖରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ୱର ରୁ ମହିପୁର ଯାଏଁ ଚାଲୁଥିବା ଟ୍ରେନ୍ ର ସମ୍ପ୍ରସାରଣ ସହ ଆସନ୍ତା 21 ରୁ ନୂଆଗାଁ ରୁ ପୁରୀ କୁ ନୂତନ ଟ୍ରେନ୍ ଚାଲିବା ପାଇଁ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି।ଯାହାକି ଲୋକମାନଙ୍କ ମଧ୍ୟରେ ଭରି ରହିଥିବା ଉତ୍କଣ୍ଠା ଶେଷ ହେବାକୁ ଯାଉଛି ।














