No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୫ ଜୁନ ବୁଧବାର/ଭୁବନେଶ୍ୱର :- ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସମସ୍ୟା ପାଣ୍ଠି ରୁ ସୁନ୍ଦରପଦା ଗୋଖିବାବା ଲେପର୍ସି କଲୋନୀ ର କୁଷ୍ଠ ରୋଗ ମୁକ୍ତ ବ୍ୟକ୍ତି ଙ୍କ ୨୨ଗୋଟି ପରିବାର ପାଇଁ ପ୍ରାୟ ୧ କୋଟି ୪୬ ଲକ୍ଷ୍ ଟଙ୍କାରେ ଗୃହ ନିର୍ମାଣ ହେବ ।ପ୍ରତ୍ୟେକ ପରିବାର ପାଇଁ ୨ ବଖରା ଘର,ରୋଷେଇ ଘର ଏବଂ ଶୌଚାଳୟ ବ୍ୟବସ୍ଥ। ଅଛି। ଗତ ଡ଼ିସେମ୍ବର ୨୮ ତାରିଖ ରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଲିଙ୍ଗରାଜ ଏବଂ ଗୋଖିବାବା କଲୋନୀ ପାଇଁ ୪ କୋଟି ଟଙ୍କାର ଶିଳାନ୍ୟାସ କରିଥିବାବେଳେ ଆଜି ଏକାମ୍ର ବିଧାୟକ ତଥା ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାର ଭୂମି ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମଧୁସ୍ମିତା ପ୍ରଧାନ, ବି ଏମ୍ ସି ଅଧିକ୍ଷଣ ଯନ୍ତ୍ରୀ ପ୍ରଶାନ୍ତ ମିଶ୍ର,ପୂର୍ବତନ କର୍ପୋରେଟର କୃଷ୍ଣ ସେଠି, ଛବିନ୍ଦ୍ର ଜେନା, ଜିତେନ୍ଦ୍ର ନନ୍ଦ, ଅଷ୍ଫର୍ ଇକବାଲ,ଦୀପକ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଇଟିପୂର୍ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ରକ୍ତ ଦାନ ଶିବିରରେ ମଧ୍ୟ ଶ୍ରୀ ପଣ୍ଡା ରକ୍ତ ଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ସାହୁ,ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ,ସରପଞ୍ଚ ଅନିତା ସୁବୁଦ୍ଧି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଆର୍ତବନ୍ଧୁ ନାୟକ ଏବଂ ଡ. ମନୋରଞ୍ଜନ ମିଶ୍ର ପ୍ରଭୁତି ଉପସ୍ଥିତ ଥିଲେ ।

No Result
View All Result