ଘଣ୍ଟମାଳ ଓ ଗାଡେବନ୍ଧ ପଞ୍ଚାୟତର ୪୫୦ ଜଣ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଶିଶୁଙ୍କ ବିକାଶ ଦିଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହିଳାଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇଥିବା ଯୋଗୁଁ ଏହାର ନିରାକରଣ ଓ ସଚେତନତା ସୃଷ୍ଟି ପାଇଁ ପାଞ୍ଚ ଗୋଟି ନାଟକ ମଧ୍ୟ ଆୟୋଜନ କରାଯାଇଥିଲା । ଉଦଯାପନ ସଭାରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ଭାବେ ନର୍ଲାରୋଡ ଜୟଦୁର୍ଗା ହାଇସ୍କୁଲର ବିଜ୍ଞାନ ଶିକ୍ଷକ ସନ୍ତୋଷ କର, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ତରୁଣ କୁମାର ନାଏକ, ତ୍ରିବିକ୍ରମ ଷଡ଼ଙ୍ଗୀ, ଗାଡେବନ୍ଧ ସରପଞ୍ଚ କବିତା ବାଗ ପ୍ରମୁଖ ଯୋଗଦାନ କରିଥିଲେ ।
ସଭାରେ ମନୋଜ କୁମାର ସା, ଯୁଧିଷ୍ଠିର ଗଉଡ, ସୁକାନ୍ତ ପଧାନ ସହ ସ୍ଥାନୀୟ ୱ।ର୍ଡ ସଭ୍ୟ, ନାଏକ ସରପଞ୍ଚ ଓ ୱ।ଲ୍ଡ ଭିଜନ କର୍ମଚାରୀ ସହଯୋଗ କରିଥିଲେ । ମଞ୍ଚ ପରିଚାଳନା ନରୋତ୍ତମ କରୁଆଁ ଓ ଶେଷରେ ସ୍ଵେଚ୍ଛାସେବୀ କାଶିନାଥ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
© 2023 Odisha Taza News.