odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
କଟକ ଜିଲ୍ଲା,ରିପୋର୍ଟ/ଲଷ୍ମୀଧର ଖୁଣ୍ଟିଆ (ଓଡିଶା ତାଜା ନ୍ୟୁଜ୍ ) ୧୭ ମଇ, ରବିବାର :- କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ଏକ ମିନି କାରଖାନା ମଧ୍ୟରୁ ବେଆଇନି ଭାବେ ଗଛିତ ଥିବା ବିପୂଳ ପରିମାଣର ପିଡିଏସ କିରୋସିନ ଜବତ କରିଛି ଯୋଗାଣ ଜିଲ୍ଲା ଯୋଗାଣ ବିଭାଗ । ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ଥାନା ଅନ୍ତର୍ଗତ ବନ୍ଦାଳ ନିକଟରେ ଥିବା ବିନାୟକ ଆଲୁମିନିୟମ କାରଖାନା ଉପରେ ଚଢାଉ କରି 4000 ଲିଟର କିରୋସିନ ଯୋଗାଣ ବିଭାଗ ଅଧିକାରୀମାନେ ଜବତ କରିଛନ୍ତି । ଏଥି ସହିତ କାରଖାନା ର ପରିଚାଳକ ଅତିଥି ଦୋବାଳ ଅଟକ ରଖି ଅଧିକାରୀ ମାନେ ତଦନ୍ତ ଜାରି ରଖିଛନ୍ତି ।
ଖବର ଅନୁଯାଇ ସେଠାରେ ୨୦ ଟି ପ୍ଲାଷ୍ଟିକ ବ୍ୟାରେଲ ରେ କିରୋସିନ କାରଖାନା କାମ ପାଇଁ ରଖାଯାଇଥିଲା । ଏହି କିରୋସିନ ପାରଦ୍ବୀପ ଅଞ୍ଚଳରୁ ଜୈନିକ ବ୍ୟକ୍ତିଙ୍କ ଠାରୁ ୪୫ ଟଙ୍କା ଦରରେ କାରଖାନା ପରିଚାଳକ କିଣିକି ଆଣି ଏଠାରେ ରଖିଥିଲେ, ଏହି କିରୋସିନ କୁ ଆଲୁମିନିୟମ କଟିଂ ଓ ପଲିସ କାର୍ଯ୍ୟରେ ବ୍ୟବହୃତ କରାଯିବାପାଇଁ ଅଣାଯାଇଥିଲା ବୋଲି ତଦନ୍ତରୁ ଜଣାଯାଇଛି, ସାଧାରଣ ଲୋକ ପିଡିଏସ କିରୋସିନ ସଠିକ ଭାବେ ପାଉନଥିବା ବେଳେ ଏଠାରୁ ଏତେ ପରିମାଣର କିରୋସିନ ଜବତ ହେବା ଘଟଣା ସାଧାରଣ ରେ ଚର୍ଚ୍ଚାର ର ବିଷୟ ହୋଇଛି ।












