No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୩ ଜୁନ ଶୁକ୍ରବାର/ ପାରଳାଖମୁଣ୍ଡି :- ଭୂମି ହୀନ ଭାଗ ଚାଷି ମାନଙ୍କୁ ବିନା ବନ୍ଧକରେ କୃଷି ଋଣ ଦେଇ ସ୍ୱାବଲମ୍ବୀ କରିବା ସକାଶେ ସରକାର ଏହି ଯୋଜନା କରିଥିବା ବେଳେ ଗଜପତିରେ ଏହା ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ବଳରାମ ଯୋଜନାରେ ଭୂମି ହୀନ କୃଷକ ମାନଙ୍କମିଳିତ ଦେୟ ଗୋଷ୍ଠୀ ଗଠନ କରି ଫସଲ ଋଣ ପାଇଁ ବ୍ୟାଙ୍କରେ ଆବେଦନ କରିଲେ ଆବଶ୍ୟକ ଦସ୍ତାବିଜ ଦାଖଲ ପରେ ବ୍ୟାଙ୍କ ଗୋଷ୍ଠୀ ପ୍ରତି 1.6 ଲକ୍ଷ ଟଙ୍କା ଫସଲ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି ।
କୃଷକ ସାଥି ମାନେ ନିଜ ପଞ୍ଚାୟତରେ ଚାରି ପାଞ୍ଚ ଜଣ ଚାଷୀଙ୍କୁ ନେଇ ଏହି ଗୋଷ୍ଠୀ ଗଠନରେ ସହାୟତା କରିଥାନ୍ତି । ପ୍ରତି ବ୍ୟକ୍ତିଙ୍କୁ ମିଳିତ ଦେଇ ଗୋଷ୍ଠୀ କୁ ଋଣ ଦେବା ପାଇଁ ନାବାର୍ଡ ଦ୍ବାରା ଧାର୍ଯ୍ୟ ଲକ୍ଷ ରଖାଯାଇ ଥାଏ । କ୍ଷେତ୍ର ପରିଦର୍ଶନ ପରେ ନିର୍ଦ୍ଧିଷ୍ଟ ଫର୍ମରେ ଗ୍ରାମ୍ୟ କୃଷି କର୍ମଚାରୀ, କୃଷି ଅଧିଦର୍ଶକ ମାନେ ଭାଗ ଚାଷୀଙ୍କୁ ଚାଷ ପ୍ରମାଣପତ୍ର ଦିଅନ୍ତି ।
ମିଳିତ ଦେୟ ଗୋଷ୍ଠୀର କୌଣସି ସଦସ୍ୟ ବ୍ୟାଙ୍କ ଋଣ ଖିଲାପି ହୋଇ ନ ଥିବେ ବା ଗୋଟିଏ ପରିବାରର ସଦସ୍ୟ ହୋଇ ନ ଥିବେ । ଏହି ଭଳି ବଳରାମ ଯୋଜନାରେ ନିୟମ ରହିଥିବା ବେଳେ ଚାଷୀଙ୍କୁ ଏହି ବିଷୟରେ ସଚେତନତା ଓ ପ୍ରଚାର ପ୍ରସାର ଅଭାବରୁ ଏହି ଯୋଜନା ଗଜପତି ଜିଲ୍ଲାରେ ଫେଲ ମାରିଥିବାର ଜଣା ପଡ଼ିଛି ।

No Result
View All Result