ମନ୍ଦିରରୁ ସମୁଦ୍ର କୂଳ ଯିବା ରାସ୍ତାରେ କେବେ ଲାଗିବ ଆଲୁଅ ଓ କେବେ ହଟିବ ଗଛଗୁଡ଼ିକର ଡ଼ାଳ : ପୋଲିସ ପ୍ରଶାସନ କାହିଁକି ସେଠାରେ କଡ଼ା ସୁରକ୍ଷା ଦେଉନାହାନ୍ତି …?
ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ପୁରୀ :- ପୁରୀ ଶ୍ରୀମନ୍ଦିର ଚର୍ତୁଃ ପାର୍ଶ୍ଵରେ ଚାଲିଛି ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ଶ୍ରୀମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ପ୍ରଶାସନ ତରଫରୁ ବୃକ୍ଷ ରୋପଣ କରାଯାଇଛି ଯାହାକି ଏବେ ନିଶାଶକ୍ତ ଲୋକଙ୍କର ଆଡ୍ଡା ସ୍ଥଳୀ ପାଲଟିଛି । ତେବେ ଶ୍ରୀମନ୍ଦିର ସମ୍ମୁଖ କାକୁଡିଖାଇ ଛକ ଠାରୁ ଏମାର ମଠ ପର୍ଯ୍ୟନ୍ତ ଫୁଲ ଗଛ ରୋପଣ କରାଯାଇଛି ଯାହା କି ସନ୍ଧ୍ୟା ସମୟରେ ସେହି ସ୍ଥାନ ଟି ସମୂର୍ଣ୍ଣ ଅନ୍ଧକାର ରହୁଥିବା ଦେଖିବାକୁ ମିଳିଛି ।

ଗତ କିଛି ଦିନ ପୂର୍ବରୁ ସେହି ଅନ୍ଧାରିଆ ସ୍ଥାନ ରେ ଏକ ମର୍ଡର କେସ ମଧ୍ୟ ହୋଇଥିଲା ଯାହା ପୁରୀ ବାସିଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । ମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ କୌଣସି କଡାକଡି ବ୍ୟବସ୍ଥା ଗ୍ରହଣ କରାଯାଇନଥିବା ଦେଖିବାକୁ ମିଳୁଛି । ଶ୍ରୀମନ୍ଦିରର ସୁରକ୍ଷା ଓ ଭକ୍ତଙ୍କ ଗହଳିକୁ ଶୃଙ୍ଖଳିତ କରିବା ପାଇଁ ପ୍ଲାଟୁନ ପ୍ଲାଟୁନ ପୋଲିସ୍ ଫୋର୍ସ ପ୍ରତ୍ୟେକ ଦିନ ଉପସ୍ଥିତ ରହୁଛନ୍ତି ହେଲେ ହେଁ ମନ୍ଦିର ର ସମ୍ମୁଖ ରାସ୍ତା ନିଶା ଶକ୍ତ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟି ଗଲାଣି ସେ ଦିଗରେ କାହାର ନଜର ନଥିବା ଦେଖିବାକୁ ମିଳିଛି ।
ପ୍ରଶାସନ ମଧ୍ୟ ଦେଖି ନଦେଖିଲା ଭଳି ଚୁପ୍ ରହିଛି । ଶ୍ରୀମନ୍ଦିରରୁ ସ୍ଵର୍ଗଦ୍ଵାର ଓ ସମୁଦ୍ର କୂଳ ଯିବାର ଏକ ମାତ୍ର ରାସ୍ତା ଯେଉଁ ପଟେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଯିବା ଆସିବା କରିଥାନ୍ତି ତେବେ ଉକ୍ତ ସ୍ଥାନଟି ଗଛ ଡାଳରେ ଘଞ୍ଚ ହୋଇ ରହିଛି ଯାହାକି ଦିନ ଦ୍ଵିପହରେ ଉକ୍ତ ରାସ୍ତା ଦେଇ ଅତିକ୍ରମ କରିବା କଷ୍ଟସାଧ୍ୟ ହୋଇ ପଡ଼ୁଛି ।
ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ରୋପଣ ହୋଇଥିବା ଗଛ ଗୁଡ଼ିକ ଏଭଳି ଘଞ୍ଚ ଓ ଗହଳିଆ ହୋଇ ରହିଲେ ନିଶା ଶକ୍ତ ବ୍ୟକ୍ତି ଙ୍କ ଆଡ୍ଡା ତଥା ଅପରାଧର ଗନ୍ତା ସ୍ଥଳୀ ପାଲଟିବାରେ ଲାଗିଛି ବୋଲି ଚର୍ଚ୍ଚା ର ବିଷୟ ହୋଇ ପଡ଼ିଛି । ଅପରାଧ ରୋକିବା ଓ ଯାତ୍ରୀ ଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସ ର କଡା ବ୍ୟବସ୍ଥା କରାଇବା ସହ ଉକ୍ତ ଛକରେ ବିଦ୍ୟୁତ ଲାଇଟ୍ ର ବ୍ୟବସ୍ଥା କରାଯିବା ପାଇଁ ସାଧାରଣ ରେ ଦାବି ହୋଇଛି । ମନ୍ଦିର ପ୍ରଶାସନ ଉକ୍ତ ସ୍ଥାନରେ ବିଶେଷ ଦୃଷ୍ଟି ଦେବାକୁ ଜନସାଧାରଣ ପ୍ରତିକ୍ରିୟା ରଖିଛନ୍ତି । ତେବେ ପ୍ରଶାସନ କେବେ ଏହା ଦିଗରେ ଦୃଷ୍ଟି ନିକ୍ଷେପ କରୁଛି ଦେଖିବାକୁ ବାକି ରହିଲା ।












