• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

‘ଅନ୍ତର୍ଜାତୀୟ ଜୈବବିବିଧତା ଦିବସ’ ‘ବଞ୍ଚିବା ପାଇଁ ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ’

Proprietor Abhimanyu Maharana by Proprietor Abhimanyu Maharana
May 22, 2022
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
‘ଅନ୍ତର୍ଜାତୀୟ ଜୈବବିବିଧତା ଦିବସ’ ‘ବଞ୍ଚିବା ପାଇଁ ଜୈବବିବିଧତାକୁ ସମ୍ମାନ ଦେବାକୁ ପଡ଼ିବ’
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ /୨୨ ମଇ ରବିବାର / ଭୁବନେଶ୍ୱର :- ଓଡ଼ିଶା ଜୈବବିବିଧତା ବୋର୍ଡ ଆନୁକୂଲ୍ୟରେ ସ୍ଥାନୀୟ ଇମେଜ ପରିସରରେ ‘ଅନ୍ତର୍ଜାତୀୟ ଜୈବବିବିଧତା ଦିବସ’ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରାଳୟର ପ୍ରାକ୍ତନ ମହାନିର୍ଦ୍ଦେଶକ ତଥା ଓଡ଼ିଶା ଭୁସଂପତ୍ତି ଅଧିକାର ପ୍ରାଧିକରଣର ଅଧ୍ୟକ୍ଷ ସିଦ୍ଧାନ୍ତ ଦାସ କହିଛନ୍ତି ଯେ ମଣିଷ ସମାଜ ପାଇଁ ସମଗ୍ର ଜୀବଜଗତ ବିପଦ ମଧ୍ୟକୁ ଟାଣି ହୋଇଆସୁଛି । ଆମେ ହେଉଛୁ ସୃଷ୍ଟିର ଗୋଟିଏ ଅଂଶ ଓ ଆମ ଯୋଗୁଁ ସୃଷ୍ଟି ରହିନି । ଜୈବବିବିଧତାର ସଂରକ୍ଷଣ ଓ ସୁରକ୍ଷା ବଳରେ ଆମେ ନିଜେ ହିଁ ଆମ ନିଜକୁ ବଞ୍ଚାଇବାକୁ ପଡ଼ିବ । ପରିବେଶକୁ ଆବର୍ଜନାମୁକ୍ତ କରିବାକୁ ପଡ଼ିବ । ଆମର ସ୍ୱାର୍ଥ ପାଇଁ ଜୈବବିବିଧତାର ସଂରକ୍ଷଣର ନିତାନ୍ତ ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରି ଏ ଦିଗରେ ସଂକଳ୍ପ ନେବାକୁ ପଡ଼ିବ ବୋଲି ସେ ଆହ୍ୱାନ ଦେଇଛନ୍ତି । ପୂର୍ବତନ ପ୍ରଧାନ ମୁଖ୍ୟ ବନସଂରକ୍ଷକ ଏବଂ ବନବାହିନୀ ମୁଖ୍ୟ ଡ. ସଂଦୀପ ତି୍ରପାଠୀ କହିଛନ୍ତି ଯେ ଖାଦ୍ୟଠାରୁ ଆରମ୍ଭ କରି ପାଣି, ପବନ ପର୍ଯ୍ୟନ୍ତ ମଣିଷର ସମସ୍ତ ଆବଶ୍ୟକତା ଜୈବବିବିଧତାରୁ ମିଳିଥାଏ ।

ଓଡ଼ିଶା ଜୈବବିବିଧତାରେ ସମୃଦ୍ଧ । ସଦ୍ୟତମ ଜାତୀୟ ଜଙ୍ଗଲ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ୯୯୩ ବର୍ଗ କିଲୋମିଟର ଜଙ୍ଗଲ ଅଭିବୃଦ୍ଧି ଘଟିଛି । ଚିଲିକା ଓ ଭିତରକନିକା ଭଳି ଦୁଇଟି ରାମ୍‌ସାର ସାଇଟ୍‌ ଆର୍ଦ୍ରଭୂମି ଓଡ଼ିଶାକୁ ଜୈବବିବିଧତା କ୍ଷେତ୍ରରେ ଅଧିକ ପରିପୁଷ୍ଟ କରିଛି । ଜଳବାୟୁ ପରବର୍ତ୍ତନ ହେଉଛି ଜୈବବିବଧତା ପାଇଁ ବଡ଼ ବିପଦ । ଓଡ଼ିଶା ରାଜ୍ୟ ଜୈବବିବିଧତା ବୋର୍ଡ ଜୈବବିବିଧତାର ସଂରକ୍ଷଣ ଓ ସୁରକ୍ଷା ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରୁଛି ବୋଲି ସେ ପ୍ରକାଶ କରିଛନ୍ତି । ସ୍ୱାଗତ ଭାଷଣ ଦେଇ ବୋର୍ଡର ଅଧ୍ୟକ୍ଷ ଶ୍ରୀ ରାଜୀବ କୁମାର କହିଛନ୍ତି ଯେ ମିଳିତ ଜାତିସଂଘର ପ୍ରସ୍ତାବ ଅନୁଯାୟୀ ଚଳିତ ବର୍ଷ ‘ଜୀବଜଗତର ପ୍ରତ୍ୟେକ ଜୀବନ ପାଇଁ ଏକ ସୁଦୃଢ଼ ଭବିଷ୍ୟତ ନିର୍ମାଣ’ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି । ଭାରତରେ ଦେଖାଯାଉଥିବା ୧୬ ପ୍ରକାରର ପ୍ରମୁଖ ଜଙ୍ଗଲ ମଧ୍ୟରୁ ୫ ପ୍ରକାର ଓଡ଼ିଶାରେ ଦେଖାଯାଏ ।

ରାଜ୍ୟରେ ଜୈବବିବିଧତାର ସଂରକ୍ଷଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ୧୯ଟି ବନ୍ୟପ୍ରାଣୀ ଅଭୟାରଣ୍ୟ ସହିତ ଗୋଟିଏ ଲେଖାଏଁ ଜାତୀୟ ଉଦ୍ୟାନ, ପ୍ରସ୍ତାବିତ ଜାତୀୟ ଉଦ୍ୟାନ, ଜୈବମଣ୍ଡଳ ଏବଂ ଦୁଇଟି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କରିଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟରେ ୫୧୭୪ ପ୍ରଜାତିର ଉଦ୍ଭିଦର ଚିହ୍ନଟ ଓ ନାମକରଣ କରାଯାଇଥିବାବେଳେ ୨୮ଟି ସ୍ଥାନୀୟ ପ୍ରଜାତି ଓ ୧୫୭ଟି ବିଲୁପ୍ତପ୍ରାୟ ପ୍ରଜାତି ରହିଛନ୍ତି । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ଓଡ଼ିଶାର ଜୈବବିବିଧତା ସଂପର୍କିତ ଏକ ପ୍ରାମାଣିକ ଚଳଚ୍ଚିତ୍ର, ଦେବୀ ମୁହାଣର ସମୁଦ୍ର କଙ୍କଡ଼ା ସଂପର୍କିତ ଏକ ପୁସ୍ତିକା ଏବଂ ବନ୍ୟଜନ୍ତୁ ପରିଚାଳନା ପାଇଁ ମାର୍ଗଦର୍ଶିକା ଉନ୍ମୋଚିତ ହୋଇଥିଲା । ରାଜ୍ୟର ୧୦ଟି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ‘ମନୁଷ୍ୟ ସମାଜ ପାଇଁ ଜୈବବିବିଧତା’ ଶୀର୍ଷକ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।

ଦ୍ୱିତୀୟ ଅଧିବେଶନରେ ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ସୁଦର୍ଶନ ପଣ୍ଡା କହିଥିଲେ ଯେ ସମସ୍ତ ଜୀବଜଗତ ଜୈବବିବିଧତାର ଗୋଟିଏ ଗୋଟିଏ ଅଂଶ । ଆମଦେଶରେ ମରୁଭୂମିଠାରୁ ଆରମ୍ଭ କରି ଜଙ୍ଗଲ, ସମୁଦ୍ର, ପାହାଡ଼, ବୃକ୍ଷଲତା ଭରି ରହିଛି । ଜଙ୍ଗଲ ବାହାରେ ଯେଉଁସବୁ ଜୀବଜନ୍ତୁ ଓ ଉଦ୍ଭିଦଜଗତ ରହିଛି ତାକୁ ମଧ୍ୟ ଆମେ ସଂରକ୍ଷଣ କରିବା ଉଚିତ । ଉଦ୍ଭିଦଜଗତଠାରୁ ଆମକୁ ତ୍ୟାଗ, ଛୋଟ ଛୋଟ ପ୍ରାଣୀଙ୍କଠାରୁ ଆମକୁ ଶୃଙ୍ଖଳା ଏବଂ ଅନ୍ୟାନ୍ୟ ପ୍ରାଣୀଙ୍କଠାରୁ ଆମକୁ ନିରୁପିତ ଆବଶ୍ୟକତା ବିଷୟରେ ଶିଖିବାକୁ ପଡ଼ିବ ବୋଲି ସେ ମତ ଦେଇଥିଲେ । ରାଜ୍ୟ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ଶଶି ପଲ ତାଙ୍କ ବକ୍ତବ୍ୟରେ ଉପଯୁକ୍ତ ସଂରକ୍ଷଣ, ସୁରକ୍ଷା ଓ ସହାବସ୍ଥାନର ଅନନ୍ୟ ଉଦାହରଣ ଭାବରେ ଆମ ରାଜ୍ୟରେ କୁମ୍ଭୀର ସଂରକ୍ଷଣ, ଗଞ୍ଜାମ ଜିଲ୍ଲାର କୃଷ୍ଣସାର ମୃଗ ସଂରକ୍ଷଣ ଏବଂ ମଙ୍ଗଳାଯୋଡ଼ିର ବହିରାଗତ ପକ୍ଷୀଙ୍କ ସୁରକ୍ଷା ଇତ୍ୟାଦିର ଉଦାହରଣ ଦେଇ ସେ ଜୈବବିବିଧତାର ସ୍ଥିତି ଉପରେ ଆଲୋକପାତ କରିଥିଲେ ।

ସମାରୋହରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଶିଶିର ରଥ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ଶ୍ରୀ ସୁଶୀଲ କୁମାର ପପ୍‌ଲି, ବନ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁରେଶ ପନ୍ଥ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟସଚିବ ଡ. କେ. ମୁରୁଗେସନ୍‌, ପୂର୍ବତନ ମୁଖ୍ୟ ବନ ସଂରକ୍ଷକ ଶ୍ରୀ ବିଜୟ କେତନ ପଟ୍ଟନାୟକ, ଜିତେନ୍ଦ୍ର କୁମାର ଏବଂ ନନ୍ଦନକାନନର ନିର୍ଦ୍ଦେଶକ ଶ୍ରୀ ମନୋଜ ନାୟାରଙ୍କ ସମେତ ବହୁ ଗବେଷକ, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ଜୈବବିବିଧତା ପରିଚାଳନା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ବୋର୍ଡର ସଦସ୍ୟସଚିବ ଡ. ନିହାର ରଞ୍ଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

September 20, 2026
ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

September 20, 2026
ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ

ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ

September 20, 2026
ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ

ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ

September 20, 2026

Recent News

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

September 20, 2026
ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

September 20, 2026
ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ

ଗଣେଶ ଓ ବିଶ୍ୱକର୍ମା ଦେବଙ୍କ ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା ବିସର୍ଜନ

September 20, 2026
ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ

ପୁରୀଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ବେଳାଭୂମି ସଫେଇ ଅଭିଯାନ

September 20, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

ଡାକ୍ତର ସ୍ବର୍ଗତ ରାଧାଚରଣ ପଣ୍ଡା ଙ୍କ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ

September 20, 2026
ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

ଅତିବଡ଼ି ଜଗନ୍ନାଥ ଦାସ ଙ୍କ ଜୟନ୍ତୀ ଉତ୍ସବ

September 20, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version