No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ / ୩୦ ଏପ୍ରିଲ ଶନିବାର /ନୟାଗଡ଼ :- ଆଜି ପୂର୍ବାହ୍ନ ଘ.୦୮.୩୦ମି. ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମ୍ମିଳନୀ କକ୍ଷ( ଟ୍ରେନିଙ୍ଗ୍ ୟୁନିଟ୍ )ରେ ସ୍ବାସ୍ଥ୍ୟ ବିଭାଗର ୯ଗୋଟି ସ୍ଥାୟୀ କମିଟି ,ତମାଖୁ ସେବନ ନିୟନ୍ତ୍ରଣ ଏବଂ ସ୍ଵାସ୍ଥ୍ୟ ବିଭାଗ ଦ୍ୱାରା ଜିଲ୍ଲାର ୮ଗୋଟି ବ୍ଲକରେ ନିର୍ମାଣଧନ ଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା ଉପରେ ଏକ ବୈଠକ ଜିଲ୍ଲାପାଳ ଡା.ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଶେଷତଃ ନିର୍ମାଣ କାର୍ଯଗୁଡ଼ିକ ଉପରେ ଅଧିକ ଗୁରୁତ୍ଵ ଦେଇ ଜିଲ୍ଲାପାଳ ଡା, ଟୁଡୁ ସଂପୃକ୍ତ ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ବ୍ଲକ ଏବଂ ତହସିଲରୁ ଆସିଥିବା ଅଧିକାରୀମାନଙ୍କୁ ଠିକ ସମୟରେ ସେମାନଙ୍କ କାର୍ଯ୍ୟ ମିଳିତ ସହଯୋଗରେ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ADPHO ଡା. ନୌସ ଦ ଅଲ୍ଲୀ ଖାଁ ପାଠ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ ୬୩ପ୍ରକାର ରୋଗର ନିଦାନ ନିରୂପଣ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଜିଲ୍ଲାରେ ଥିବା ୧୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୩୭ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନିଦାନ ନିରୁପଣ ତାଲିକା ସଭାରେ ଉପସ୍ଥାପନ କରିଥିଲେ । ଏହି ବୈଠକରେ ସଂପୃକ୍ତ ଲାଇନ ବିଭାଗର ଅଧିକାରୀ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ(ଯକ୍ଷ୍ମା)ଡା. ଶରତ ଚନ୍ଦ୍ର ଦାଶ, ଡା. ତାରାକାନ୍ତ ତ୍ରିପାଠୀ , ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା, ପୁଷ୍ପା ନିଳିମା ଲାକ୍ରା,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଯୋଗଦାନ କରିଥିଲେ । ଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମକରନ୍ଦ ବେଉରା ସଭାପତିଙ୍କ ଅନୁମତିକ୍ରମେ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ ବୈଠକର ପରିସମାପ୍ତି ଘୋଷଣା କରିଥିଲେ ।

No Result
View All Result