ଓଡ଼ିଶା ତାଜା ନ୍ୟୁଜ୍ /୨୫ ଏପ୍ରିଲ ସୋମବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ପାରା ଢିପି ପଞ୍ଚାୟତ ବାଲଣ୍ଡା ଆର୍ ଡି ରାସ୍ତା ଠାରୁ ସିମିଳି ସାହି ( ପି . ଡବ୍ଲୁ .ଡି) ରାସ୍ତା ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଭିତ୍ତି ପ୍ରସ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା,ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,୧୬ ନଂ ଜିଲ୍ଲା ପରିଷଦ ସଭ୍ୟା ଜସ୍ମିନ ଦାସ୍,ସରପଞ୍ଚ ବିଭୂତି ଭୂଷଣ ପ୍ରଧାନ,
ସମାଜ ସେବୀ ଶଙ୍କର୍ଷଣ ବେହେରା,ଦିଲ୍ଲୀପ କୁମାର ଦଳ ବେହେରା, ଦାଶରଥି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ ।ସେହିପରି ଭାବେ ପାରା ଢ଼ିପି ପଞ୍ଚାୟତ ରେ ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଶୁଭ ଉଦଘାଟନ ହୋଇଯାଇଛି । ଏହିପରି ଭାବେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ବିଧାୟକ ଙ୍କ ପ୍ରଚେଷ୍ଟା କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି । ତେଣୁ ଦଶପଲ୍ଲା ବିଧାୟକ ଙ୍କ ଲୋକ ପ୍ରୀୟତା ଦିନକୁ ଦିନ ବଢି ବାରେ ଲାଗିଛି ।














