ଭୁବନେଶ୍ୱର,ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍ ) odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

ନୟାଗଡ ଜ଼ିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ /(ଓଡିଶା ତାଜା ନ୍ୟୁଜ୍ )୧୦ ମଇ,ରବିବାର :- ନୟାଗଡ ଜ଼ିଲ୍ଲା ର ପ୍ରଥମ କରୋନା ଆକ୍ରାନ୍ତ ରଣପୁର ନିର୍ବାଚନ ମଣ୍ଡଳୀ ର ଶରଣକୁଳ ନିକଟସ୍ଥ ହରିହର ପୁର ପଂଚାୟତ ଅନ୍ତର୍ଗତ ଏକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଥିଲା । ଏଥିରେ ନୟାଗଡ ଜିଲ୍ଲା ପ୍ରଶାସନ ର ତତ୍ପରତା ପ୍ରକାଶ ପୂର୍ବକ ଓଡଗାଁ ସ୍ଥିତ ଦମକଳ ବାହିନୀ (ଫାୟାର ସର୍ଭିସ ) ର ଅଧିକାରୀ ଙ୍କ ନେତୃତ୍ୱ ରେ ସମସ୍ତ କର୍ମଚାରୀ
ଦକ୍ଷତା ର ସହ ଅକ୍ଲାନ୍ତ ପରିଶ୍ରମ କରି ପୁରା ସଙ୍ଗରୋଧ କେନ୍ଦ୍ର ସହ ସେଠାରେ ଥିବା ସବୁ ସଙ୍ଗରୋଧ ଗୃହ ସହ ସେଇବାଟ ଦେଇ ଯାଇଥିବା ରାସ୍ତାଘାଟ କୁ ସମ୍ପୂର୍ଣ୍ଣ ଅବଶ୍ୟକୀୟ ଆଈନାନୁମୋଦିତ କେମିକାଲ ପାଣିରେ ମିଶାଇ ସାନିଟାଈଜ କରାଯାଇଥିବା ଜଣାପଡିଛି । ଏଥିପାଇଁ ସମଗ୍ର ଓଡଗାଁ ଅଂଚଳ ରେ ଜିଲ୍ଲା ପ୍ରଶାସନ ଏବଂ ଓଡଗାଁ ଫାୟାର ସର୍ଭିସ ପ୍ରତି ସାଧାରଣ ରେ ଆନନ୍ଦ ପରିଲକ୍ଷିତ ହେଉଛି ।














