• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

“ୱାର୍କ ଫ୍ରମ୍ ହୋମ୍‌” ମଡେଲ୍‌କୁ ଶୀଘ୍ର ଗ୍ରହଣ କରିବା ପରେ ପିଏସ୍‌ୟୁ ଗୁଡ଼ିକ କିଭଳି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି

Proprietor Abhimanyu Maharana by Proprietor Abhimanyu Maharana
May 8, 2020
in Uncategorized, ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
“ୱାର୍କ ଫ୍ରମ୍ ହୋମ୍‌” ମଡେଲ୍‌କୁ ଶୀଘ୍ର ଗ୍ରହଣ କରିବା ପରେ ପିଏସ୍‌ୟୁ ଗୁଡ଼ିକ କିଭଳି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି
Share on FacebookShare on TwitterWhatsapp

(ପିଏସ୍‌ୟୁ କର୍ମଚାରୀମାନେ ସମୟ ଅନୁସାରେ ଆଗେଇ ଆସିଛନ୍ତି, ସହଜରେ
ୱାର୍କ ଫ୍ରମ୍ ହୋମ୍ ବ୍ୟବସ୍ଥାକୁ ଗ୍ରହଣ କରିଛନ୍ତି, ଲକ୍‌ଡାଉନ୍ ସମୟରେ
ଯେଭଳି ପରିଚାଳନା ଜାରି ରହିବାରେ କୌଣସି ବଡ଼ ଧରଣର ବିଭ୍ରାଟ ନହୁଏ ତାହାକୁ ନିଶ୍ଚିତ କରିଛନ୍ତି)

ଭୁବନେଶ୍ୱର ,ରିପୋର୍ଟ / ଅଭିମନ୍ୟୁ ମହାରଣା ( ଓଡିଶା ତାଜା ନ୍ୟୁଜ୍‌ )“ୱାର୍କ ଫ୍ରମ୍ ହୋମ୍‌” ,8 ମଇ :- ପି କେ ସିଂହଙ୍କ ଦ୍ୱାରା ଲିଖିତ କରୋନା ଭୂତାଣୁ ବିଶ୍ୱ ମହାମାରୀ କିଭଳି ସହର, ଦେଶ ଏବଂ ସାରା ବିଶ୍ୱର ମହାଦେଶଗୁଡ଼ିକରେ ବିଭ୍ରାଟ ସୃଷ୍ଟି କରିଛି ଯାହା ଉଚ୍ଚ ମରଣଶୀଳତା ଏବଂ ମୃତ୍ୟୁ ହାରର କାରଣ ପାଲଟିଛି ସେବିଷୟରେ ଅନେକ ଲେଖା ପ୍ରକାଶ ପାଉଛି । ଏଠାରେ ପ୍ରକାଶ କରିବା ଅନୁପଯୁକ୍ତ ଯେ ପ୍ରତିଟି କଳା ବାଦଲରେ ଏକ ରୁପାର ରେଖା ରହିଥାଏ । ଏହି ନିର୍ବନ୍ଧଟି ବିଶ୍ୱ ବ୍ୟବସାୟ ଦୁନିଆ ଉପରେ ସେହିଭଳି ପ୍ରଚ୍ଛଦରେ ଆଶୀର୍ବାଦ ଉପରେ ପର୍ଯ୍ୟବେସିତ-ସାରା ଦୁନିଆରେ ୱାର୍କ ଫ୍ରମ୍ ହୋମ୍ ସଂସ୍କୃତିର ଅଭ୍ୟୁଦୟ । ପୂର୍ବରୁ ଚର୍ଚ୍ଚା ହେଉଥିବା କିଛି ନିର୍ଦିଷ୍ଟ କ୍ଷେତ୍ର କିଭଳି ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ୱାର୍କ ଫ୍ରମ ହୋମ୍ (ଡବ୍ଲୁଏଫଏଚ) ମଡେଲ୍‌କୁ ଗ୍ରହଣ କରିଛନ୍ତି, ଏଭଳି କାର୍ଯ୍ୟ କରୁଥିବା ସଂସ୍ଥା ଏବଂ ବ୍ୟକ୍ତିଙ୍କ ସଂଖ୍ୟା ସ୍ୱଳ୍ପ ମାତ୍ର ଥିଲା । କୋଭିଡ୍‌-୧୯ ସେହି ଆଲୋଚନାକୁ ନାଟକୀୟ ଭାବେ ବଦଳାଇ ଦେଇଛି । ଘରୋଇ କ୍ଷେତ୍ରର ସଂସ୍ଥାଗୁଡ଼ିକ ସେମାନଙ୍କ ଲାଭ ପାଇଁ ଡବ୍ଲୁଏଫ୍‌ଏଚ୍ ମଡେଲ୍‌କୁ ବ୍ୟବହାର କରୁଥିବା ଅନେକ କଥା ଜଣାପଡ଼ୁଥିଲେ ମଧ୍ୟ ରାଷ୍ଟ୍ରାୟତ କ୍ଷେତ୍ରର ୟୁନିଟ୍ ଏହି ଦୃଷ୍ଟିକୋଣରୁ ଖବରରେ ବିଶେଷ ନାହିଁ । ରାତାରାତି, ଏକ ନୂଆ ଆଲୋଚନା ଭାରତରେ ଉନ୍ମୁକ୍ତ ହୋଇଛି ଯେଉଁଠାରେ ଇତିହାସ ଲେଖାହୋଇଛି ଯେ ଡବ୍ଲୁଏଫ୍‌ଏଚ୍ ଜରିଆରେ ପିଏସ୍‌ୟୁଗୁଡ଼ିକ ବିଜନେ ଓ କଂଟିନ୍ୟୁଇଟି ପ୍ଲାନ (ବିସିପି)କୁ ଜାରି ରଖିବା ନିଶ୍ଚିତ କରିଛନ୍ତି । କିନ୍ତୁ କୋଭିଡ୍‌-୧୯ ପାଇଁ ଜାରି କରାଯାଇଥିବା ଲକ୍‌ଡାଉନ୍ କୌଣସି ସୁଯୋଗ ଭଳି ମୁହୂର୍ତକୁ ଆଣିନାହିଁ । ଆହ୍ୱାନକୁ ସାମ୍ନା କରିବା ଲାଗି ଆଗେଇ ଆସିବା ମାର୍ଚ୍ଚ ୨୪ରେ ଲକ୍‌ଡାଉନ୍ ଆରମ୍ଭ ହେବା ପରେ ସମସ୍ତ ସଂସ୍ଥା, ସରକାରୀ କିମ୍ବା ଘରୋଇ ପାଇଁ ଏକ କଠିନ ସମୟ ଥିଲା-ଆର୍ଥିକ ବର୍ଷ ଶେଷ ହେଉଥିବାର ସମୟ । ସାଧାରଣତଃ, ଅଧିକାଂଶ କଂପାନି ଶେଷ ମୁହୂର୍ତ ଯୋଗାଡ଼ରେ ଲାଗିଥାନ୍ତି ହିସାବ ଖାତାକୁ ସଜାଡ଼ି ବନ୍ଦ କରିବା ପାଇଁ । କହିବା ଅନାବଶ୍ୟକ ଯେ, ସମସ୍ତ କର୍ମଚାରୀ ଏହି ସମୟରେ ଆଗେଇ ଆସିଥିଲେ ଏବଂ ଲକ୍‌ଡାଉନ୍ ଘୋଷଣା ହେବା ପରେ ୨୦୧୯-୨୦ ଆର୍ଥିକ ବର୍ଷର ଶେଷ ସମୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ସୌଭାଗ୍ୟର ବିଷୟ ହେଉଛି, ଅଧିକାଂଶ ପିଏସ୍‌ୟୁ ଗୁଡ଼ିକ ପାଇଁ ସେମାନଙ୍କର ୮୫%ରୁ ଅଧିକ ଶ୍ରମ ଶକ୍ତି ହେଉଛନ୍ତି ପେସାଦାର ଭାବେ ଯୋଗ୍ୟ । ଏହାର ଫଳ ସ୍ୱବରୂପ ସବୁ ବର୍ଗର କର୍ମଚାରୀମାନେ ବ୍ୟବସ୍ଥାକୁ ଭଲ ଭାବେ ଜାଣିଛନ୍ତି । ନିଶ୍ଚିତ ରୂପେ, ପୂର୍ବରୁ ପିଏସ୍‌ୟୁ କର୍ମଚାରୀମାନେ ଅନଲାଇନ୍‌ରେ କାର୍ଯ୍ୟ କରୁଥିଲେ । ଏକମାତ୍ର ବ୍ୟତିକ୍ରମ ଥିଲା-ସେମାନଙ୍କ ପାଇଁ ସେହି କାର୍ଯ୍ୟ କାର୍ଯ୍ୟାଳୟ ଭିତରେ ସୀମିତ ଥିଲା । ତେଣୁ, ବର୍ତମାନର ଡବ୍ଲୁଏଫ୍‌ଏଚ୍‌ ପାଇଁ ସେହି ବ୍ୟବସ୍ଥାକୁ ଅପହଂଚ ଅଂଚଳ ଯଥା କର୍ମଚାରୀଙ୍କ ଘରେ ହିଁ ମୂତୟନ କରିବା ଦରକାର ପଡ଼ିଥିଲା । ବର୍ତମାନର କରୋନା ଭୂତାଣୁ ସଙ୍କଟକୁ ନଜରରେ ରଖି କର୍ମଚାରୀମାନେ ସମୟର ଆହ୍ୱାନକୁ ଜାଣିପାରିଥିଲେ । ସେହି ଅନୁସାରେ ସେମାନେ ସେମାନଙ୍କ ଜ୍ଞାନ ଏବଂ ସଂସ୍ଥା ତରଫରୁ ସେମାନଙ୍କୁ ଯୋଗାଇ ଦିଆଯାଇଥିବା ବ୍ୟବସ୍ଥାର ଶ୍ରେଷ୍ଠ ବ୍ୟବହାର କରିପାରିଥିଲେ । ଏହା କହିହେବ ନାହିଁ ଯେ କାର୍ଯ୍ୟାଳୟରେ ରହି କାର୍ଯ୍ୟ କରିବାରୁ ଡବ୍ଲୁଏଫ୍‌ଏଚ୍‌କୁ ହଠାତ୍ ପରିବର୍ତିତ ହେବାରେ କୌଣସି ଆହ୍ୱାନ ଦେଖାଦେଇନଥିଲା । ପିଏସ୍‌ୟୁ କର୍ମଚାରୀମାନେ ଯେକୌଣସି ସ୍ଥାନରେ ରହି ଇ- ମେଲ୍‌, କର୍ମଚାରୀ ତଥ୍ୟ ଏବଂ ପୋର୍ଟାଲ୍‌କୁ ହାସଲ କରିପାରୁଛନ୍ତି । ଯାହା ହାସଲ ହୋଇପାରୁନାହିଁ ତାହା ହେଉଛି ଅଫିସର ବ୍ୟବସ୍ଥା । ଏହି ଠାରେ ଆଇଟି ଟିମ୍ ପ୍ରମୁଖ ଭୂମିକା ନିର୍ବାହ କରୁଛି, ଅଧିକାଂଶ କର୍ମଚାରୀଙ୍କୁ ଅଫିସ ବ୍ୟବସ୍ଥାର ରିମୋଟ୍ ଲଗ୍‌ଇନ୍ ପ୍ରଦାନ କରୁଛି । ଅନ୍ୟ ଏକ ପ୍ରମୁଖ ଆହ୍ୱାନ ହେଉଛି ସାଇବର୍ ଆକ୍ରମଣ । ସାରା ବିଶ୍ୱରେ କରୋନାଭୂତାଣୁ ମାମଲା ବଢ଼ୁଛି ଏବଂ ଭାରତରେ ମଧ୍ୟ ଏହା ବଢ଼ୁଛି, ଏକ ନୂତନ ପ୍ରକାରର ମାଲ୍‌ଓୟାର ଓ ରାନସମ୍ ଓୟାର ଆକ୍ରମଣ ଆରମ୍ଭ ହୋଇଯାଇଥିବା ଚର୍ଚ୍ଚା ହେଉଛି । ସତର୍କତାର ବିଷୟ ହେଉଛି, ଏହି ସବୁ ଭାଇରସ୍ କୋଭିଡ୍‌-୧୯ ମାର୍ଗଦର୍ଶିକା ଭାବେ କିମ୍ବା ଷ୍ଟାଟସ୍ ଅପଡେଟ୍‌ ଭାବେ ଆସୁଛି । ଯେହେତୁ ପିଏସ୍‌ୟୁ ଗୁଡ଼ିକୁ ଅଧିକ ରିମୋଟ୍‌ ସଂଯୋଗ ଦରକାର, ବିପଦ ମାତ୍ରା ଅଧିକ ଯାହା ଘରେ ଥିବା ସମସ୍ତ ଆଇଟି ସଂପତିର ସୁରକ୍ଷା ନିଶ୍ଚିତ କରିବା ଅଧିକ କଠିନ ହୋଇପଡ଼ିଛି । ତେଣୁ, ବିଭିନ୍ନ ରାଷ୍ଟ୍ରାୟତ ଉଦ୍ୟୋଗର ଆଇଟି ଟିମ୍ ବିନା କୌଣସି ଗୁରୁତର ତ୍ରୁଟିରେ ସମ୍ପୂର୍ଣ୍ଣ ଆଇଟି ବ୍ୟବସ୍ଥାର ପରିବର୍ତନ କରିପାରିଛନ୍ତି । କଂପାନି ନୀତି ଅନୁସାରେ, ସମସ୍ତ ଶ୍ରମ ଶକ୍ତିଙ୍କୁ ଲାପ୍‌ଟପ ପ୍ରଦାନ କରାଯାଇଛି । ଭର୍ଚୁଆଲ ପ୍ରାଇଭେଟ୍ ନେଟ୍‌ୱର୍କ (ଭିପିଏନ୍‌) ସଂଯୋଗ-ପିଏସ୍‌ୟୁ ଗୁଡ଼ିକ ଅନୁସାରେ, ଏହା ଏକ୍‌ଜିକ୍ୟୁଟିଭ୍‌ମାନଙ୍କୁ ଶତାଧିକ ସଂଯୋଗ ପ୍ରଦାନ କରୁଛି । ପୁନଶ୍ଚ, ଭିଡିଓ କନଫରେନ୍ସି ଆପ୍ଲିକେସନ (ମାଇକ୍ରୋସଫ୍‌ଟ ଟିମସ୍‌) ସଂଯୋଗ ପାଇଁ ଷ୍ଟାପ୍ ଚୟନ କରୁଛନ୍ତି (ଭିଡିଓ କଲିଂ, ଫାଇଲ ସେୟାରିଂ ଓ ଚାଟ୍‌ ସୁବିଧା ପାଇଁ) । ଡବ୍ଲୁଏଫ୍‌ଏଚ୍‌ର ସଂସ୍ଥାଗତକରଣ? ବର୍ତମାନ, ଅଧିକାଂଶ ପିଏସ୍‌ୟୁ ମାମଲାରେ ୮୦ ପ୍ରତିଶତରୁ ଅଧିକ କର୍ମଚାରୀ ଘରେ ରହି କାର୍ଯ୍ୟ କରୁଛନ୍ତି । ସାଂପ୍ରତିକ ସଙ୍କଟକୁ ନେଇ କୌଣସି କାର୍ଯ୍ୟ ସ୍ଥଗିତ କିମ୍ବା ବିଳମ୍ବିତ ହୋଇନାହିଁ । ବର୍ତମାନ ଡବ୍ଲୁଏଫ୍‌ଏଚ୍ ମଡେଲ୍‌ର ସଫଳତାକୁ ନେଇ କିଛି କର୍ମଚାରୀଙ୍କ ପାଇଁ ଏହି ବ୍ୟବସ୍ଥାର ସଂସ୍ଥାକରଣ ପାଇଁ ବିଚାରବିମର୍ଶ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ, କିଛି କର୍ମଚାରୀ କିମ୍ବା ଅଧିକ କର୍ମଚାରୀ ଘରେ ରହି କାର୍ଯ୍ୟ କରିବେ ନା ନାହିଁ ତାହାକୁ ନେଇ ପିଏସ୍‌ୟୁ ଗୁଡ଼ିକର କୌଣସି ଆକଳନ କରିପାରୁନାହାନ୍ତି । ପ୍ରତିଟି ପ୍ରସଙ୍ଗର ଲାଭ ଓ କ୍ଷତି ଦିଗ ରହିଛି । ଏହା କହିବା ବେଳେ ଭବିଷ୍ୟତକୁ ଚାହୁଥିବା ସଂସ୍ଥାଗୁଡ଼ିକ ବିଶ୍ୱ ସ୍ତରରେ ପ୍ରଚଳିତ ଶ୍ରେଷ୍ଠ ପ୍ରଥା ଗ୍ରହଣ କରିବାକୁ ପଡ଼ିବ ଯାହା ସଂସ୍ଥା ଓ କର୍ମଚାରୀଙ୍କ ପାଇଁ ଲାଭଦାୟକ ହେବା ସହିତ ଅଧିକ ଉତ୍ପାଦକତାର ଫଳ ଆଣିବ । କର୍ମଚାରୀଙ୍କ କାର୍ଯ୍ୟ ଦକ୍ଷତା ବଢ଼ାଇବା ଲାଗି କର୍ମ-ଜୀବନ ସନ୍ତୁଳନ ଜରୁରୀ । ଯେହେତୁ ପିଏସୟୁ ଗୁଡ଼ିକ ପାଇଁ ଡବ୍ଲୁଏଫ୍‌ଏଚ୍ ନୂଆ ପରିକଳ୍ପନା ହୋଇଥିବା ବେଳେ ଲକ୍‌ଡାଉନ୍ ହଟିବା ପରେ ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ପାଇଁ ଏହାର ଲାଭ ଏବଂ କ୍ଷତି ଦିଗକୁ ସନ୍ଧାନ କରାଯାଉଛି । ଉଦାହରଣ ସ୍ୱରୂପ, ଏହି ସୁଯୋଗକୁ ନୂତନ ଭାବେ ପିତାମାତା ହେଉଥିବା ନିର୍ଦିଷ୍ଟ କିଛି କର୍ମଚାରୀ, ଯେଉଁମାନେ ମାତୃତ୍ୱ କିମ୍ବା ପିତୃତ୍ୱ ଛୁଟି ଶେଷ ହେବା ପର୍ଯ୍ୟନ୍ତ ଘରେ ରହି କାର୍ଯ୍ୟ କରିବାର ଅନୁମତି ଦିଆଯାଇପାରିବ । ପୁନଶ୍ଚ, ପରିବାରରେ ଯଦି କୌଣସି ଜରୁରୀକାଳୀନ ସମସ୍ୟା ଥିବ, ଯଦି କର୍ମଚାରୀ ଡବ୍ଲୁଏଫଏଚ ଜରିଆରେ ପେସାଦାର ଏବଂ ବ୍ୟକ୍ତିଗତ ଦାୟିତ୍ୱ ନିର୍ବାହ କରିବା ଲାଗି ଇଚ୍ଛା ପ୍ରକାଶ କରିବେ ତାଙ୍କୁ ଏହି ବିକଳ୍ପ ପାଇଁ ଅନୁମତି ଦିଆଯାଇପାରିବ । ଡବ୍ଲୁଏଫ୍‌ଏଚ୍ ମଡେଲ୍‌ର ସଫଳତାକୁ ବିଚାରକୁ ନେଇ ଏହା ନିକଟ ଭବିଷ୍ୟତରେ ନୂଆ ସାଧାରଣ କଥା ହୋଇଯିବ । ଏହା ବ୍ୟତୀତ ଏକ ନମନିୟ କର୍ମ ବ୍ୟବସ୍ଥା ଲାଗୁ କରିବାକୁ ହେବ ଯେଉଁଥିରେ ଡବ୍ଲୁଏଫ୍‌ଏଚ୍ ଓ ଫ୍ଲେକ୍ସି- କାର୍ଯ୍ୟ କରିବାର ସମୟ ରହିବ । ଏଭଳି ପଦକ୍ଷେପ ଏକ ନୂଆ କର୍ମ ସଂସ୍କୃତି ଓ ପରିବେଶ ସୃଷ୍ଟି କରିବ । ଏହା ଉନ୍ନତ ଉତ୍ପାଦକତା, ଶ୍ରେଷ୍ଠ ଉତ୍ସାହ ଏବଂ ଉନ୍ନତ କର୍ମ-ଜୀବନ ସଂସ୍କୃତିର ପ୍ରସାର କରିବ । ଅତିକମ୍‌ରେ ଗୋଟିଏ ମାନଦଣ୍ଡ ଦୃଷ୍ଟିରୁ ଡବ୍ଲୁଏଫ୍‌ଏଚ୍ ହେଉଛି ଏକ ପ୍ରଭାବଶାଳୀ ମଡେଲ୍ । ଏହା ଯାତାୟାତ ସମୟ ହ୍ରାସ କରିବାରେ ସହାୟକ ହେବ । ସହରାଂଚଳରେ ଜଣେ ବ୍ୟକ୍ତିଙ୍କ ଦୈନନ୍ଦୀନ କାର୍ଯ୍ୟରେ ଏହା ପ୍ରାୟ ଦୁଇ ତିନି ଘଂଟାର ସମୟ ନେଇଥାଏ । ମାନବ ସମ୍ବଳ ବିଭାଗ ଏହାକୁ ମନରେ ରଖି ଏବଂ ଏହି ଚିନ୍ତାଧାରାକୁ ବିଚାରକୁ ନେଇ, ପିଏସ୍‌ୟୁ ଗୁଡ଼ିକ ଲକ୍‌ଡାଉନ୍‌ କଟକଣା ହଟିଯିବା ପରେ ଏନେଇ ପିଏସ୍‌ୟୁ ଗୁଡ଼ିକ ଉପଯୁକ୍ତ ନିଷ୍ପତି ନେଇପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ

March 8, 2026
ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

ବାଲିଗୁଡା ରେ ବିଜୁବାବୁ ଙ୍କ ୧୧୦ ତମ ଜୟନ୍ତୀ ପାଳିତ : ଜନସାଧାରଣ ଙ୍କ ହକ ପାଇଁ ବିଜେଡି ସଦାସର୍ବଦା ଲଢେ଼ଇ ଜାରି ରଖିବ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ : କୋଠା ଦେଖୀ ଭିଜିଲାନ୍ସ ଅଧୀକାରୀ ବି ଆଶ୍ଚର୍ଯ୍ୟ

March 8, 2026
ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

ବାଲିଗୁଡା ଓକିଲ ସଂଘ ନିର୍ବାଚନ ମାର୍ଚ୍ଚ ୨୮ ରେ : ପ୍ରାର୍ଥତ୍ପତ୍ର ଦାଖଲ ଆରମ୍ଭ – ନିର୍ବାଚନ ଅଧିକାରୀ ଭାବେ ସୁବ୍ରତ ପ୍ରଧାନ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version