No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ବରଗଡ଼ :- ଶିଶୁ ସାହିତ୍ୟ ପ୍ରତି ଶିଶୁ ମାନଙ୍କର ମମତା ସୃଷ୍ଟି ହେଲେ ଯାଇ ସାହିତ୍ୟର ବିକାଶ ସାଧିତ ହୋଇପାରିବ। ତେଣୁ ଶିଶୁ ମାନଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବାର ଗୁରୁ ଦାୟିତ୍ବ ଶିଶୁ ପତ୍ରିକା ମାନଙ୍କର ରହିଛି। ଶିଶୁ ପତ୍ରିକା ର ନିର୍ବାଚିତ ଶିଶୁ ମନଲାଖି ଲେଖା ହିଁ ଶିଶୁ ମାନଙ୍କୁ ପତ୍ରିକା ପଠନ ପ୍ରତି ଆକୃଷ୍ଟ କରିବ ବୋଲି “କଳାମାଣିକ” ଶିଶୁ ସାହିତ୍ୟ ପତ୍ରିକା ଲୋକାର୍ପଣ ଉତ୍ସବରେ ମତ ପ୍ରକାଶ ପାଇଛି । ବସନ୍ତ ପଞ୍ଚମୀର ପାବନ ଅବସରରେ ସ୍ଥାନୀୟ ରାଣା ପ୍ରତାପ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ସାରସ୍ବତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ମହତାବ ଶିଶୁ ସାହିତ୍ୟ ସଂସଦର ମୁଖପାତ୍ର ‘କଳାମାଣିକ’ ର ଜନ୍ମଦିନ ସଂଖ୍ୟା କୁ ଉନ୍ମୋଚନ କରି ଶିଶୁ ସାହିତ୍ୟ ପ୍ରତି ଶିଶୁ ମାନଙ୍କୁ ଆକୃଷ୍ଟ କରିପାରିଲ ସାହିତ୍ୟ ର ବିକାଶ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।
‘କଳାମାଣିକ’ର ସମ୍ପାଦକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଲୋକାର୍ପଣ ଉତ୍ସବରେ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ମନୋରଞ୍ଜନ ମେହେର ଓ ସମ୍ପାଦନା ମଣ୍ଡଳୀର ସଦସ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ଗୋପାଳକୃଷ୍ଣ ମିଶ୍ର, ସୁପ୍ରଭା ସାମଲ, ସୁବାସ ଚନ୍ଦ୍ର ସାହୁ, ପାର୍ବତୀ ଦାଶ ଷଡ଼ଙ୍ଗୀ, ବିଦ୍ୟାଳୟ ର ଚେୟାରମେନ ପଦ୍ମିନୀ ଗଡତିଆ, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ସୁଧାଂଶୁ ଶେଖର ସାହୁ, ସୁନୀତା ମିଶ୍ର, ତପସ୍ଵିନୀ ତ୍ରିପାଠୀ,ପ୍ରଭାତୀ ମଣୀ ସାହୁ, ଜ୍ୟୋତ୍ସ୍ନା ତ୍ରିପାଠୀ, ନନ୍ଦିତା ସାହୁ, ବବିତା ନାୟକ, ଡାକ୍ତର ଭୋଇ, ସଂଜ୍ଞା ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ’କଳାମାଣିକ’ଶିଶୁ ପତ୍ରିକା ୧୯୯୨ ମସିହାରୁ ଦୀର୍ଘ ଦିନ ଧରି ପ୍ରକାଶିତ ହୋଇଥିଲା ମାତ୍ର ଅସୁବିଧା ବଶତଃ ମଝିରେ କିଛି ବର୍ଷ ବନ୍ଦ ହୋଇ ଏହା ପୁଣି ଥରେ ପ୍ରକାଶ ପାଇଛି। ଚଳିତ ସ°ଖ୍ୟାରେ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ମାନଙ୍କ ଲେଖା ସ୍ଥାନିତ ହୋଇଅଛି। ଶେଷରେ ଶିକ୍ଷକ ଗୋପବନ୍ଧୁ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result