No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଜାନୁଆରୀ ସୋମବାର ) ଭୁବନେଶ୍ୱର :- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ମହାପ୍ରୟାଣ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସକାଳେ ଚନ୍ଦ୍ରଶେଖରପୁର ନାଲକୋ ଛକସ୍ଥିତ ମହାତ୍ମା ଗାନ୍ଧୀ ପାର୍କରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତିରେ କଂଗ୍ରେସ ନେତୃବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ମହାତ୍ମା ଗାନ୍ଧୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାଲିଆସାହିର ୧୬ ନଂ ଜୋନର ଗରିବ ବସ୍ତିବାସନ୍ଦାଙ୍କୁ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ ଶ୍ରୀ ଚିନ୍ମୟ ସୁନ୍ଦର ଦାସଙ୍କ ନେତୃତ୍ୱରେ ଜୟଦେବ ଜେନା, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଯଜେ୍ଞଶ୍ୱର ବାବୁ, କିଶୋର ଜେନା, ମନୋରଞ୍ଜନ ଦାଶ, ଦେବୀପ୍ରସାଦ ବାହାଲିଆଙ୍କ ଦ୍ୱାରା ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା ।
ପରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଗାନ୍ଧୀଜୀଙ୍କ ପ୍ରତିମୂର୍ତିରେ ନେତାଗଣ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଉଭୟ କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ପ୍ରସାଦ ହରିଚନ୍ଦନ, ହଳଧର ସେଠୀ, ରଜନୀ ମହାନ୍ତି, ୟାସିର ନୱାଜ, ବିସ୍ମୟ ମହାପାତ୍ର, ଲୋକନାଥ ମହାରଥି, ପ୍ରକାଶ ମିଶ୍ର, ସଂକୁନା କହଁର, ଉମେଶ ଦାଶ, ନାରିନେତ୍ରୀ ସାଇନା ବିବି, ସଂଜୟ ମିଶ୍ର, ଜ୍ୟୋତିଷ ସାହୁ, ମୁନି ଥାପ୍ପା, ଖଗେଶ୍ୱର ମଲ୍ଲିକ, ସୁଶାନ୍ତ ମହାରଣା, ତ୍ରିନାଥ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

No Result
View All Result