No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୪ ଜାନୁଆରୀ,ସୋମବାର ) ଗଞ୍ଜାମ :- ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ବିଭିନ୍ନ ସମୟରେ ନିଜ କର୍ତବ୍ୟ ପରିସରରୁ ବାହାରି ରୋଗୀଙ୍କୁ ସାହାଯ୍ୟ କରିଥିବାର ଅନେକ ଦୃଷ୍ଟାନ୍ତ ଆମକୁ ଦେଖିବାକୁ ମିଳିଛି । ଏପରିକି ଅନେକ ଥର ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କର ବହୁ ମୂଲ୍ୟବାନ ଜିନିଷ ଫେରାଇ ନିଜର କର୍ତବ୍ୟନିଷ୍ଠା ତଥା ସଚ୍ଚୋଟପଣିଆର ପ୍ରମାଣ ଦେଇଛନ୍ତି । ବର୍ତମାନ ସମାନ ଧରଣର ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଘଟଣାନୁଯାୟୀ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ଅଧିନସ୍ଥ ଗୋଚ୍ଛାପଡ଼ା ଗ୍ରାମର ରମେଶ ଗନ୍ତାୟତ(୫୫) ନାମକ ଜଣେ ବ୍ୟକ୍ତି ଘର କାମ କରୁଥିବା ସମୟରେ ଅସାବଧାନତା ବସତଃ ଘର ଛାତରୁ ତଳକୁ ଖସିପଡ଼ି ଗୁରୁତର ହୋଇଥିଲେ ।
ଯାହାପରେ ପରିବାର ଲୋକ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ଖବର ପାଇବା ପରେ ଇଏମଟି ପ୍ରଦୀପ ପଣ୍ଡା, ଡ୍ରାଇଭର ବିଷିକେଶନ ସ୍ୱାଇଁ ଏବଂ ସହାୟକ ସତ୍ୟନାରାୟଣ ନାୟକ ତୁରନ୍ତ ଏକ ୧୦୮ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ସେଠାରୁ ଆହତଙ୍କୁ ଆଣି ପ୍ରଥମେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଇଥିଲେ । କିନ୍ତୁ ପରେ ସେଠାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଏମ୍.କେ.ସି.ଜି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ଆହତ ବ୍ୟକ୍ତିଙ୍କୁ ସ୍ଥାନାନ୍ତର କରିବା ସମୟରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ତାଙ୍କ ନୀକଟରୁ ୩୨,୦୦୦ଟଙ୍କା ଏବଂ ଏଟିଏମ କାର୍ଡ ପାଇଥିଲେ । ଯାହାପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଆହତଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗ କରି ଟଙ୍କା ସମେତ ସମସ୍ତ ଜିନିଷ ତାଙ୍କୁ ହସ୍ତାନ୍ତର କରିଛନ୍ତି । ଆଜିର ଦୁନିଆରେ ମାନବିକତା ହଜିଯାଉଥିବାବେଳେ ଆମ୍ବୁଲାନ୍ସ କର୍ମଚାରୀମାନଙ୍କ ଏଭଳି ମାନବିକତା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି ଏବଂ କର୍ମଚାରୀମାନଙ୍କର ଏଭଳି ମହତ କାର୍ଯ୍ୟ ପାଇଁ ସେମାନେ ବେଶ ପ୍ରଶଂସିତ ମଧ୍ୟ ହୋଇଛନ୍ତି ।

No Result
View All Result