• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

କୋଭିଡ୍‌-୧୯ ଓ ହୃତ୍‌ପିଣ୍ଡର ଯତ୍ନ – ଡାକ୍ତର ପି.କେ ସାହୁ

Proprietor Abhimanyu Maharana by Proprietor Abhimanyu Maharana
May 6, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
କୋଭିଡ୍‌-୧୯ ଓ ହୃତ୍‌ପିଣ୍ଡର ଯତ୍ନ – ଡାକ୍ତର ପି.କେ ସାହୁ
Share on FacebookShare on TwitterWhatsapp

କୋଭିଡ୍‌-୧୯ କାରଣରୁ ପ୍ରତି ୫ ଜଣ ରୋଗୀଙ୍କ ମଧ୍ୟରୁ ଜଣଙ୍କ ହୃତ୍‌ପିଣ୍ଡକୁ କ୍ଷତି ପହଂଚିଥାଏ । ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ ଓ ବୟସ୍କ ବ୍ୟକ୍ତିମାନେ କୋଭିଡ୍‌-୧୯ ଯୋଗୁଁ ହୃଦ୍‌ରୋଗର ଶିକାର ହେବାର ଅଧିକ ସମ୍ଭାବନା ରହିଛି ବୋଲି ଡାକ୍ତର ପି.କେ ସାହୁ କହିଛନ୍ତି ।

ଭୁବନେଶ୍ୱର,ରିପୋର୍ଟ /ଅଭିମନ୍ୟୁ ମହାରଣା (ଓଡିଶା ତାଜା ନ୍ୟୁଜ୍‌ ) କୋଭିଡ୍‌-୧୯ ଓ ହୃତ୍‌ପିଣ୍ଡର ଯତ୍ନ , ୬ ମଇ ,ବୁଧବାର :- ନୋଭେଲ କରୋନା ଭାଇରସ୍ ମୁଖ୍ୟତଃ ଫୁସ୍‌ଫୁସ୍‌କୁ କ୍ଷତି ପହଂଚାଇଥାଏ । କିନ୍ତୁ ଏହି ମାରାତ୍ମକ ଭାଇରସ୍ ଯୋଗୁଁ ଶରୀରରେ ଅନ୍ୟ ଏକ ଅଙ୍ଗ, ହୃତ୍‌ପିଣ୍ଡ କିଭଳି ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହେଉଛି ତାହାର ବର୍ଦ୍ଧିତ ମାମଲା ସମ୍ପର୍କରେ ଆପୋଲୋ ଭୁବନେଶ୍ୱରର ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ଡାକ୍ତର ପି.କେ ସାହୁ ସୂଚନା ଦେଇଛନ୍ତି । ହୃଦ୍‌ରୋଗରେ ପୀଡିତ ଥିବା ବ୍ୟକ୍ତିମାନଙ୍କଠାରେ ଏହି ସଂକ୍ରମଣର ଲକ୍ଷଣ ଦେଖାଯିବାର ଅଧିକ ସମ୍ଭାବନା ରହିଥାଏ କିମ୍ବା ସେମାନେ ଅନ୍ୟମାନଙ୍କ ତୁଳନାରେ ଏହି ଭାଇରସ୍‌ ଦ୍ୱାରା ଗମ୍ଭୀର ରୂପେ ସଂକ୍ରମିତ ହୋଇପାରନ୍ତି । କୋଭିଡ୍‌-୧୯ କାରଣରୁ ପ୍ରତି ୫ ଜଣ ରୋଗୀଙ୍କ ମଧ୍ୟରୁ ଜଣଙ୍କ ହୃତ୍‌ପିଣ୍ଡକୁ କ୍ଷତି ପହଂଚିଥାଏ । ବିଶେଷ କରି ଉଚ୍ଚ ରକ୍ତଚାପ, ମଧୁମେହ ଓ ବୟସ୍କ ବ୍ୟକ୍ତିମାନେ କୋଭିଡ୍‌-୧୯ ଯୋଗୁଁ ହୃଦ୍‌ରୋଗର ଶିକାର ହେବାର ଅଧିକ ସମ୍ଭାବନା ରହିଛି ବୋଲି ଡାକ୍ତର ପି.କେ ସାହୁ କହିଛନ୍ତି ।

ଏହି ଭାଇରସ୍ ସଂକ୍ରମଣ ଯୋଗୁଁ ରହିଥିବା ହୃତ୍‌ପିଣ୍ଡ ସମ୍ବନ୍ଧିତ ବିପଦଗୁଡିକ ହେଉଛି: କୋରୋନାରି ଧମନୀରେ ଆଥେରୋସ୍‌କ୍ଲେରୋଟିକ୍ ପ୍ଲାକ୍ (ଫ୍ୟାଟି ଡିପୋଜିଟ୍‌)ର ଫାଟିବା, ଯାହାକି ଗମ୍ଭୀର କୋରୋନାରୀ ସିଣ୍ଡ୍ରୋମ୍ (ହଦୃଘାତ)ର କାରଣ ସାଜିଥାଏ । ଭୁତାଣୁ ସଂକ୍ରମଣ କାରଣରୁ ପ୍ରଦାହଜନକ ପରିସ୍ଥିତି ଅସ୍ୱଭାବିକ ହୃଦ୍‌ଗତି ସୃଷ୍ଟି କରିପାରେ । ଏହାଛଡା ଏହି ସଂକ୍ରମଣ କାରଣରୁ ହୃଦ୍‌ଘାତ ବା ହାର୍ଟ ଫେଲ୍ୟୋର ମଧ୍ୟ ହୋଇପାରେ । ଆପୋଲୋ ଭୁବନେଶ୍ୱରର ଇଣ୍ଟରଭେନ୍ସନାଲ କାର୍ଡିଓଲୋଜି ବିଭାଗର ନିର୍ଦ୍ଦେଶକ ଡାକ୍ତର ପି.କେ ସାହୁ ଆହୁରୀ ମଧ୍ୟ କହିଛନ୍ତି ଯେ, ତେବେ ଏହି ସମସ୍ୟାଗୁଡିକ ରୋକିବା ପାଇଁ ଆପଣ କିଛି କରିପାରିବେ ନାହିଁ । ଆପଣଙ୍କୁ ସଂକ୍ରମିତ ହେବାରୁ ବଂଚିବା ପାଇଁ ଡାକ୍ତରଙ୍କ ପରାମର୍ଶର କଡାକଡି ଭାବେ ଅନୁପାଳନ କରିବାକୁ ହେବ ଯେପରିକି ସାମାଜିକ ଦୂରତା, ଆତ୍ମ-ବିଚ୍ଛିନ୍ନତା ବା ସେଲ୍‌ଫ ଆଇସୋଲେସନ ଓ ବାରମ୍ବାର ହାତ ଧୋଇବା ଇତ୍ୟାଦି । ତେବେ ଯଦି ଆପଣଙ୍କର ହୃଦ୍‌ରୋଗ ରହିଛି ତେବେ ନିୟମିତ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇନଥାଏ କାରଣ ଏହାଦ୍ୱାରା ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ । କିନ୍ତୁ ବାହାରକୁ ଯିବା ସମୟରେ ଆପଣ ଏକ ସାଧାରଣ ମାସ୍କ ପିନ୍ଧିପାରିବେ ।

ଆପଣ ନେଉଥିବା ନିୟମିତ ଔଷଧ ଯେପରିକି ହୃଦ୍‌ରୋଗ, ମଧୁମେହ ଓ ଉଚ୍ଚ ରକ୍ତରାପ ଭଳି ରୋଗ ପାଇଁ ସେବନ କରୁଥିବା ନିୟମିତ ଔଷଧକୁ ଆପଣ ବନ୍ଦ କରନ୍ତୁ ନାହିଁ । ଏହି ଔଷଧଗୁଡିକୁ ବନ୍ଦ କରିବା କିମ୍ବା ବଦଳାଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଗଣମାଧ୍ୟମରେ କିଛି ଖବର ପ୍ରକାଶିତ ହୋଇଥିଲା ଯେ, ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ସାଧାରଣରେ ବ୍ୟବହାର କରାଯାଉଥିବା ଔଷଧ (ଏସିଇ-ଇନ୍‌ହିବିଟର୍ସ ଆଣ୍ଡ ଆଞ୍ଜିଓଟେନ୍‌ସିନ୍‌ ରିସେପ୍ଟର ବ୍ଲକର୍‌) ସଂକ୍ରମଣର ଆଶଙ୍କା ଓ ଗମ୍ଭୀରତାକୁ ବଢାଇପାରେ । କିନ୍ତୁ ବାସ୍ତବରେ ଏହା ଏକ ଗୁଜବ ଏବଂ ଏହାର କୌଣସି ବୈଜ୍ଞାନିକ ଆଧାର ନାହିଁ କି କୌଣସି ନିର୍ଦ୍ଦେଶାବଳୀରେ ଏହାକୁ ଉଲ୍ଲେଖ କରାଯାଇନାହିଁ । ହାର୍ଟ ଟ୍ରାନ୍ସପ୍ଲାଂଟ୍ କରାଇଥିବା କିମ୍ବା ରୋଗ ପ୍ରତିରୋଧକାରୀ ଔଷଧ ଉପରେ ନିର୍ଭର କରୁଥିବା ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ମୁତାବକ ଔଷଧ ସେବନ କରିବା ଜାରି ରଖିବା ଉଚିତ । ଅତିରିକ୍ତ ଭାବେ ଡାକ୍ତର ପି.କେ ସାହୁ କହିଛନ୍ତି ଯେ, ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ (ଏଚ୍‌ସିକ୍ୟୁଏସ୍‌)କୁ ନେଇ ଏବେ ଅନେକ ବିବାଦ ଦେଖାଦେଇଛି । ତେବେ ଏହାର ନିୟମିତ ବ୍ୟବହାର ପାଇଁ ସୁପାରିଶ କରାଯାଏନାହିଁ । ଏହା ହୃତ୍‌ପିଣ୍ଡ ପାଇଁ ଏକ ସମ୍ଭାବ୍ୟ ବିଷାକ୍ତ ଔଷଧ ଏବଂ ଏହା ଅକସ୍ମାତ ହୃତ୍‌ପିଣ୍ଡରେ ଅସ୍ଥିରତା ସୃଷ୍ଟି କରିପାରେ ଯାହାଫଳରେ ହଠାତ୍‌ ମୃତ୍ୟୁ ଘଟିବାର ସମ୍ଭାବନା ରହିଥାଏ । କିଛି ଲୋକେ ଏହାକୁ ଏକ ଆଂଟିବାୟୋଟିକ୍‌ ଆଜିଥ୍ରୋମାୟସିନ୍ ସହ ମିଶାଇ ସେବନ କରୁଛନ୍ତି । କିନ୍ତୁ ଏହି ଦୁଇଟି ଔଷଧ ସମ୍ଭବତଃ ବିପଦ୍‌ଜନକ ମିଶ୍ରଣ ଅଟେ । ଏଗୁଡିକୁ କିଛି ନିର୍ଦ୍ଧିଷ୍ଟ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି ଏବଂ ଏହାର ବ୍ୟବହାର ଫଳପ୍ରଦ ବୋଲି କୌଣସି ପ୍ରମାଣ ନାହିଁ । ତେବେ ଏହି ଔଷଧଗୁଡିକୁ କେବଳ ଡାକ୍ତରଙ୍କ ପରାମର୍ଶକ୍ରମେ ସ୍ୱାସ୍ଥ୍ୟକର୍ମୀ କିମ୍ବା ରୋଗୀଙ୍କ ଦ୍ୱାରା ଗ୍ରହଣ କରାଯିବା ଉଚିତ ।

ବିପଦକୁ ନିୟନ୍ତ୍ରଣ କରିବା ପାଇଁ କିଛି ନିୟମ ରହିଛି ଯାହାକୁ ପ୍ରତ୍ୟେକ ବ୍ୟକ୍ତି ଅନୁପାଳନ କରିବା ଉଚିତ । ଯଦି ଆପଣଙ୍କର ହୃଦ୍‌ରୋଗ କିମ୍ବା ଉଚ୍ଚ ରକ୍ତଚାପ କିମ୍ବା ମଧୁମେହ ରହିଛି ତେବେ ନିମ୍ନଲିଖିତଗୁଡିକ ହେଉଛି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ:ଅସୁସ୍ଥ ଥିବା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ । ଯେତେ ସମ୍ଭବ ଅନ୍ୟ ବ୍ୟକ୍ତିଙ୍କଠାରୁ ଦୁଇ ମିଟର ଦୂରତାରେ ରୁହନ୍ତୁ । ହାତକୁ ବାରମ୍ବାର ସାବୁନ ଓ ଉଷୁମ ପାଣିରେ ପ୍ରାୟ ୨୦ ମିନିଟ୍ ପର୍ଯ୍ୟନ୍ତ ଧୁଅନ୍ତୁ । କାଶିବା ସମୟରେ ମୁହଁକୁ ଏକ ଟିସ୍ୟୁ ଦ୍ୱାରା କଭର୍ କରନ୍ତୁ କିମ୍ବା କହୁଣୀ ଭିତରେ ମୁହଁକୁ ବନ୍ଦ କରି କାଶନ୍ତୁ । ଛିଙ୍କିବା ସମୟରେ ନାକକୁ ଏକ ଟିସ୍ୟୁ ଦ୍ୱାରା କଭର୍ କରନ୍ତୁ କିମ୍ବା କହୁଣୀର ଭିତର ପାଶ୍ୱର୍କୁ ବ୍ୟବହାର କରନ୍ତୁ । ଆଖି, ନାକ ଓ ପାଟିକୁ ବାରମ୍ବାର ଛୁଇଁବାରୁ ନିବୃତ ରୁହନ୍ତୁ । ବାରମ୍ବାର ସ୍ପର୍ଶ ହେଉଥିବା ପୃଷ୍ଠଗୁଡିକୁ ଯେପରିକି ଡୋର୍‌ନବ୍‌, ହ୍ୟାଣ୍ଡେଲ, ଷ୍ଟିଅରିଙ୍ଗ୍ ହ୍ୱିଲ୍ କିମ୍ବା ଲାଇଟ୍ ସ୍ୱିଚ୍‌କୁ ଭୁତାଣୁକୁ ନଷ୍ଟ କରିବା ପାଇଁ ଏକ ଡିସ୍‌ଇନ୍‌ଫେକ୍‌ଟାଂଟ୍‌ରେ ସଫା କରନ୍ତୁ । ଯେତେସମ୍ଭବ ଘରେ ରହିବା ପାଇଁ ଚେଷ୍ଟା କରନ୍ତୁ ଏବଂ ସମ୍ଭବ ହେଉଥିଲେ ଘରୁ କାମ କରନ୍ତୁ । ଯଦି ଆପଣଙ୍କୁ ଜ୍ୱର ହୋଇଛି ( ୩୭.୮ ଡିଗ୍ରୀ ସେଲ୍‌ସିୟସ୍ କିମ୍ବା ତାହାଠାରୁ ଅଧିକ ତାପମାତ୍ରା ରହିଛି ), କାଶ ହେଉଛି କିମ୍ବା ଛାତିରେ ସଂକ୍ରମଣ ହୋଇଛି ତେବେ ଆପଣ ସେଲ୍‌ଫ-ଆଇସୋଲେସନରେ ରହିବା ଉଚିତ ବୋଲି ଡାକ୍ତର ପି.କେ ସାହୁ କହିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version