• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆରପାରିରେ ମହାନ ଅଭିନେତା – ମିହିର ଦାସ

Proprietor Abhimanyu Maharana by Proprietor Abhimanyu Maharana
January 11, 2022
in ଓଡ଼ିଶା, କଟକ, ହୋମ୍
0
ଆରପାରିରେ ମହାନ ଅଭିନେତା – ମିହିର ଦାସ
Share on FacebookShare on TwitterWhatsapp

ଏମିତି ଯିବାର ନଥିଲା, ମିହିର ଭାଇ – ଓମ୍ ଶାନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଜାନୁଆରୀ ମଙ୍ଗଳବାର ) କଟକ :- ଆଜି ୬୩ ବର୍ଷ ବୟସରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଆରପାରିରେ ବର୍ଷିଆନ ଅଭିନେତା ମିହିର ଦାସ । ତାଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ପ୍ରତ୍ୟେକ ବର୍ଗର ବ୍ୟକ୍ତିବିଶେଷ ତାଙ୍କ ପରଲୋକରେ ଶୋକାଭିଭୂତ ହୋଇପଡିଛନ୍ତି । ପିଲାଟି ବେଳୁ ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ବାନ୍ଧି ରାକ୍ଷୀ ପାରିଥିବା ମିହିର ଦାସ ଆଜି ଆଉ ନାହାନ୍ତି ବୋଲି ଅନେକ ସହ କଳାକାର, ନିର୍ଦ୍ଦେଶକ ଓ ଦର୍ଶକ ବିଶ୍ୱାସ କରିପାରୁ ନାହାନ୍ତି ।

ଏକାଧାରରେ ଜଣେ ସହ-ଅଭିନେତା, ଚରିତ୍ର ଅଭିନେତା, ଖଳନାୟକ, ହାସ୍ୟ ଅଭିନେତା ଓ ନାୟକ ଭାବେ ଅଭିନୟ କରି ସେ ଦର୍ଶକଙ୍କ ପ୍ରିୟଭାଜନ ହୋଇପାରିଥିଲେ । ରାମାୟଣ, ସ୍କୁଲ ମାଷ୍ଟର ଓ ଛ’ମାଣ ଆଠ ଗୁଣ୍ଠ ଚିତ୍ରରେ ଅଭିନୟ କରିବା ପରେ ଏଇତ ଦୁନିଆଁ ଚଳଚ୍ଚିତ୍ରରୁ ସହ ଅଭିନେତା ଭାବେ ଓଡିଆ ଚଳଚ୍ଚିତ୍ର ଜଗତରେ ପରିଚୟ ଲାଭ କରିଥବା ମିହିର ‘ପୁଅ ମୋର ଭୋଳା ଶଙ୍କର’ରେ ନାୟକ ଭାବେ ବେଶ୍‍ ସଫଳତା ଅର୍ଜନ କରିଥିଲେ ।

ପ୍ରାୟ ୨୫୫ରୁ ଊର୍ଦ୍ଧ୍ବ ଚଳଚ୍ଚିତ୍ର ଓ ୫୦ରୁ ଊର୍ଦ୍ଧ୍ବ ଧାରାବାହିକରେ ସେ ଅଭିନୟ କରିଛନ୍ତି।ବର୍ତ୍ତମାନ ସେ ସର୍ବାଧିକ ଓଡିଆ ଚିତ୍ରରେ ଅଭିନୟ କରି ରେକର୍ଡ ସୃଷ୍ଟି କରିଛନ୍ତି। ଜୀବନ୍ତ ଅଭିନୟ ପାଇଁ ସର୍ବଦା ଦର୍ଶକଙ୍କ ପ୍ରିୟ ଅଭିନେତା ଥଲେ ମିହିର ଦାସ ।

ପିଲାଟି ବେଳେ ସେ ଯେତେବେଳେ ପଞ୍ଚମ ଶ୍ରେଣୀରେ ପଢୁଥିଲେ ସେତେବେଳେ ସ୍କୁଲ ବାର୍ଷିକ ଉଛବରେ ଅନୁଷ୍ଠିତ ହେଇଥିବା ‘ମଣିକାଞ୍ଚନ’ ନାଟକରେ ପ୍ରଥମେ ଅଭିନୟ କରି ପ୍ରଶଂସିତ ହୋଇଥିଲେ । କଟକ ରେଭେନ୍ସା କଲେଜରେ ଆଇ.ଏ ଦ୍ୱିତୀୟ ବର୍ଷ ପଢିବା ବେଳେ ସେ ‘ସେମାନେ ବି ମୋର’ ଡ୍ରାମାରେ ବାପା ଭୂମିକାରେ ଅଭିନୟ କରି ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ ହୋଇଥିଲେ। ପୁଣି ନାଟ୍ୟ ସଂପାଦକ ଭାବେ ନାଟକ ମଞ୍ଚସ୍ଥ ଓ ଅଭିନୟ ମଧ୍ୟ କରିଥିଲେ । କଳାବିକାଶ କେନ୍ଦ୍ରରେ ମଞ୍ଚସ୍ଥ ହେଉଥିବା ଅନେକ ନାଟକରେ ଅଭିନୟ କରି ସେ ପ୍ରଶଂସିତ ହୋଇଥିଲେ ।

ମିହିର ଦାସ ପ୍ରଥମେ ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶିତ ରାମାୟଣ ଚିତ୍ରରେ ଶତ୍ରୃଘ୍ନ ଚରିତ୍ରରେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ପାଦ ଦେଇଥିଲେ। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ପୁଅ ମୋର ଭୋଳା ଶଙ୍କର ଚିତ୍ରରେ ମୁଖ୍ୟ ନାୟକ ଭାବେ ଅଭିନୟ କରି ସେ ରାତାରାତି ଜଣେ ସଫଳ ନାୟକ ହୋଇପାରିଥିଲେ ।

ଚଳଚ୍ଚିତ୍ର ବ୍ୟତୀତ ଛୋଟ ପରଦାରେ ମଧ୍ୟ ମିହିର ଦାସ ବେଶ୍‍ ପରିଚିତ ଥିଲେ । ପ୍ରଥମେ ସେ ମୂଲିଆ ଧାରାବାହିକରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ କାଆଗେ କହିବି ଗୁହାରୀ, କାଳରାତ୍ରୀ, ଜୀବନ, ଚିନ୍ତା ନକର ଚିନ୍ତାମଣିକୁ, ବିଲୁଆ ବିଚାର ଓ ଉତ୍ତରଦାୟୀ ଭଳି ଧାରାବାହିକରେ ଅଭିନୟ କରିଛନ୍ତି । ପୁଅ ମୋର ଭୋଳା ଶଙ୍କର ଚିତ୍ର ପାଇଁ ଶ୍ରେଷ୍ଠ ନାୟକ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ସମ୍ମାନିତ ମିହିର ଦାସ ସୌଭାଗ୍ୟବତୀ, ଲକ୍ଷ୍ମୀପ୍ରତିମା, ବିଧାତା, ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ, ଫେରିଆ ମୋ ସୁନା ଭଉଣୀ, ପ୍ରେମ ଅଢେଇ ଅକ୍ଷର, ଅଭିମନ୍ୟୁ, ଭିଜା ମାଟିର ସ୍ୱର୍ଗ ପ୍ରଭୃତି ଚିତ୍ରରେ ବଳିଷ୍ଠ ଅଭିନୟ ପାଇଁ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ୨୦୨୧ ଡିସେମ୍ବର ମାସରେ ଡାଇଲିସିସ ସମୟରେ ହୃଦଘାତ ହେବାରୁ ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ କିଛି ବର୍ଷ ହେବ ସେ କିଡ଼ନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରଲୋକରେ ‘ସମାଜ’ ପରିବାର ଗଭୀର ଶୋକ ପ୍ରକାଶ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ

June 18, 2026
ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ

ରଜ ଉପଲକ୍ଷେ ତାସ ଟୁର୍ଣ୍ଣାମେଣ୍ଟ

June 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

ମା’ ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ

June 18, 2026
କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version