No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଜାନୁଆରୀ ସୋମବାର ) ଭୁବନେଶ୍ୱର :- ଓଡ଼ିଶା ବିଧାନସଭାକୁ ସମ୍ମାନଜନକ କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ଇ-ଗଭର୍ଣ୍ଣାନସ୍ ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଛି । ବିନା କାଗଜରେ ଡିଜିଟାଲ୍ ମୋଡରେ ସୁଚାରୁ ରୂପେ ବିଧାନସଭା କାର୍ଯ୍ୟ ପରିଚାଳନାରେ ଓଡ଼ିଶା ବିଧାନସଭା ସମଗ୍ର ଦେଶରେ ଅଗ୍ରଣୀ ଏବଂ ପଥପ୍ରଦର୍ଶକ ଭୂମିକା ଗ୍ରହଣ କରିଛି । ଏହି ନିରବଚ୍ଛିନ୍ନ ଯାତ୍ରାକୁ ସ୍ୱୀକୃତି ପ୍ରଦାନ କରି ସମ୍ମାନଜନକ ଜାତୀୟ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବଳିଷ୍ଠ ନେତୃତ୍ୱ ଏବଂ ପ୍ରବଳ ଇଚ୍ଛାଶକ୍ତି ବଳରେ ଏବଂ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦଳଗତ ନେତୃତ୍ୱ ଓ ପ୍ରୋତ୍ସାହନରେ ଏହା ସମ୍ଭବ ହୋଇପାରିଥିବାରୁ ସବୁ ମହଲରେ ଏହାକୁ ସ୍ୱାଗତ କରାଯାଇଛି । କମ୍ପୁଟର ସୋସାଇଟି ଅଫ୍ ଇଣ୍ଡିଆର ୧୯ ତମ ସମ୍ମାନଜନକ ପୁସ୍କାର ସମାରୋହ ଏମ୍.ଏନ୍.ଏନ୍.ଆଇ.ଟି. ଆଲାହାବାଦ ପ୍ରୟାଗରାଜ ଠାରେ ଆସନ୍ତା ଜାନୁଆରୀ ୨୩ ତାରିଖରେ ଅନୁଷ୍ଠିତ ହେବ
ଏବଂ ଏହି ପୁରସ୍କାର ସମାରୋହରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସହ ରାଜ୍ୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ରର କବିତା ରାୟ ଦାଶ, ଜାତୀୟ ପ୍ରଯୁକ୍ତି ବିଦ୍ୟା ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ସରିତା ସାହୁ, ଦିଲ୍ଲୀପ କୁମାର ମାନ୍ଧତା, ସୁଦୀପ୍ତ ସାମନ୍ତ, ଅଶୋକ କୁମାର ବେହେରା ପ୍ରମୁଖ ଯୋଗ ଦେବେ । ଓଡ଼ିଶା ବିଧାନସଭା ଏ କ୍ଷେତ୍ରରେ ସମଗ୍ର ଦେଶରେ ଆଦର୍ଶ ସ୍ଥାନୀୟ ହୋଇପାରିଥିବାରୁ ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।
No Result
View All Result