No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୫ ଡିସେମ୍ବର ଶନିବାର) ଭୁବନେଶ୍ୱର :- ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ତଥା ‘ବିଶ୍ବ ଓଡ଼ିଶା’ର ସଭାପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଜନ୍ମ ଦିନରେ ଏକ ସ୍ୱତନ୍ତ୍ର ଅଧିବେଶନ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ବିଶ୍ବ ଓଡ଼ିଶା ପକ୍ଷରୁ ବାଚସ୍ପତି ଡ. ପାତ୍ରଙ୍କୁ ସ୍ବତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ବାଚସ୍ପତି ତଥା ବିଶ୍ବ ଓଡ଼ିଶା ର ସଭାପତି ଡ. ପାତ୍ରଙ୍କ ଜନ୍ମଦିନକୁ ସ୍ମରଣୀୟ ରଖିବା ପାଇଁ ବାର୍ଷିକ ଅଧିବେଶନ ରଖାଯାଇଥିଲା । ଏଥିରେ ଅନୁଷ୍ଠାନର ବାର୍ଷିକ ବିବରଣୀ, ବିଶ୍ବ ଓଡ଼ିଶା ପକ୍ଷରୁ ପାଳିତ ‘ବିଶ୍ବ ଓଡ଼ିଆ ସଦ୍ଭାବନା ବର୍ଷ ୨୦୨୧’ ର ଉପଲବ୍ଧି, ଆଦି ସମ୍ପର୍କରେ ସମ୍ପାଦକ ମନୋଜ ମନ୍ମୟ ଉପସ୍ଥାପନ କରିଥିବା ବେଳେ ଆଗାମୀ ୨୦୨୨ ବର୍ଷକୁ ‘ବିଶ୍ବ ଓଡ଼ିଆ ଭାଷା ବର୍ଷ’ଭାବରେ ପାଳନ କରିବାକୁ ବାଚସ୍ପତି ଡ. ପାତ୍ର ପରାମର୍ଶ ଦେଇଥିଲେ ।
ଉପସଭାପତି ଡ. ଦ୍ବୀପାୟନ ପଟ୍ଟନାୟକ ବିଶ୍ବ ଓଡ଼ିଶାର ସାମାଜିକ ବିକାଶ ଗ୍ରାମ ପ୍ରକଳ୍ପ ଉପରେ ଏକ ବିଶେଷ ଉପସ୍ଥାପନ କରିଥିଲେ । ଏ ଅବସରରେ ଡ. ପଟ୍ଟନାୟକ ଭାରତ ବଙ୍ଗଳାଦେଶ ମୈତ୍ରୀ ସମ୍ମାନ ଲାଭ କରିଥିବାରୁ ତାଙ୍କୁ ବାଚସ୍ପତିଙ୍କ ପକ୍ଷରୁ ତାରକସି ର ଏକ ଉପହାର ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଉପସଭାପତି ଦିଲୀପ ରାୟ ଆଗାମୀ ସମୟରେ ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ନିଯୁକ୍ତି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଶ୍ବ ଓଡ଼ିଶା ସଦ୍ଭାବନା ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଦେବର୍ଷି ମଲିକ ଓ ଆୟର୍ଲାଣ୍ଡ ରାଷ୍ଟ୍ରଦୂତ ସଞ୍ଜୀବ ବାରିକ, ଆନ୍ତର୍ଜାତିକ ପରିଷଦ ସଦସ୍ୟା ମଧୁସ୍ମିତା ବାରିକ ବିଶେଷ ଅତିଥି ଭାବରେ ଯୋଗଦେଇ ବିଶ୍ବ ଓଡ଼ିଶାର ଓଡ଼ିଆ ଜାତୀୟତା ଜାଗରଣ ଭିତ୍ତିକ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।
ବାଚସ୍ପତିଙ୍କ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆନ୍ତର୍ଜାତିକ ପରିଷଦର ଅଧ୍ୟକ୍ଷ ଡ. ଅରୁଣ କୁମାର ପ୍ରହରାଜ, ଉପାଧ୍ୟକ୍ଷ ଡ. ମଳୟ ନାୟକ, ଡ. ଶୀତଲ କୁମାର, ସଚିବ ଡ. ଅଦ୍ରୀଶ ବ୍ରହ୍ମଦତ୍ତ ଫୋନଯୋଗେ ଡ. ପାତ୍ରଙ୍କୁ ଶୁଭକାମନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ରେ ବିଶ୍ବ ଓଡ଼ିଶା ମହିଳା ପରିଷଦ ରାଜ୍ୟ ସଂଯୋଜିକା ରଶ୍ମିତା ରାଉତ, ଜିଲା ସଂଯୋଜିକା ପ୍ରଭାତି ମହାପାତ୍ର, ସଦସ୍ୟ ପ୍ରତାପ ନାୟକ, ଶୁଭଶ୍ରୀ ରାୟ, ସ୍ବର୍ଣ୍ଣଲତା ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଆଗାମୀ ସମୟରେ ବିଶ୍ବ ଓଡ଼ିଶା ଓଡ଼ିଶାର ସାମାଜିକ ବିକାଶରେ ଆହୁରି ମନୋନିବେଶ କରୁବୋଲି ସଭାପତି ଡ ପାତ୍ର ପରାମର୍ଶ ଦେଇଥିଲେ । ଶେଷରେ ଦିବଂଗତ ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଙ୍କ ବିୟୋଗରେ ବିଶ୍ବ ଓଡ଼ିଶା ପକ୍ଷରୁ ଶୋକବ୍ୟକ୍ତ କରାଯାଇଥିଲା ।
No Result
View All Result