• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୌଶଲ୍ୟାଗଙ୍ଗ ସରକାରୀ ମାଛଫାର୍ମରେ ଗିଫଫ ହ୍ୟାଚେରୀ ପ୍ରତିଷ୍ଠା : ଗିଫଫ ଟିଲାପିଆ ଏକବିଂଶ ଶତାବ୍ଦୀର ମୁଖ୍ୟ ଚାଷ ଉପଯୋଗୀ ମାଛ ପ୍ରଜାତି ରୂପେ ପରିଗଣିତ ହେବ

Proprietor Abhimanyu Maharana by Proprietor Abhimanyu Maharana
December 23, 2021
in ଓଡ଼ିଶା, ମହାନଗର, ହୋମ୍
0
କୌଶଲ୍ୟାଗଙ୍ଗ ସରକାରୀ ମାଛଫାର୍ମରେ ଗିଫଫ ହ୍ୟାଚେରୀ ପ୍ରତିଷ୍ଠା : ଗିଫଫ ଟିଲାପିଆ ଏକବିଂଶ ଶତାବ୍ଦୀର ମୁଖ୍ୟ ଚାଷ ଉପଯୋଗୀ ମାଛ ପ୍ରଜାତି ରୂପେ ପରିଗଣିତ ହେବ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଡିସେମ୍ବର ବୁଧବାର ) ଭୁବନେଶ୍ୱର :- ୨୦୨୧ ଓଡ଼ିଶା ରାଜ୍ୟ ମତ୍ସ୍ୟଚାଷୀଙ୍କର ଆବଶ୍ୟକତା ଓ ଆଗ୍ରହକୁ ଦେଖି କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛ ଫାର୍ମ ମଧ୍ୟରେ ରାଜ୍ୟର ପ୍ରଥମ ଗିଫଫ ଟିଲାପିଆ ହ୍ୟାଚେରୀ ବା ଯାଆଁଳ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଆନୁକୂଲ୍ୟରେ ପ୍ରତିଷ୍ଠା ହୋଇଥିବା ଏହି ହ୍ୟାଚେରୀ ଦ୍ୱାରା ଆମ ରାଜ୍ୟର ଚାଷୀମାନଙ୍କର ଆବଶ୍ୟକତା ପୂରଣ ସହିତ ଏହି ଅଧିକ ଅମଳକ୍ଷମ ପ୍ରଜାତିର ଯାଆଁଳ ପଡ଼ୋଶୀ ରାଜ୍ୟକୁ ମଧ୍ୟ ପଠାଯାଇପାରିବ । କୌଶଲ୍ୟାଗଙ୍ଗସ୍ଥିତ ସରକାରୀ ମାଛଫାର୍ମ ରାଜ୍ୟର ଏକ ଅଗ୍ରଣୀ ମାଛଫାର୍ମ । ଏଠାରେ କାର୍ପ ମାଛ ସହିତ ଅନ୍ୟ କେତେକ ଉନ୍ନତ ପ୍ରଜାତିର ମାଛ ଯାଆଁଳ ଉତ୍ପାଦନ ବ୍ୟତୀତ ଗବେଷଣା ଓ ଚାଷୀଙ୍କୁ ଜ୍ଞାନକୌଶଳ ପ୍ରଦାନ କରାଯାଉଛି ।

ଚଳିତ ବର୍ଷ ଏହି ସରକାରୀ ଫାର୍ମରେ ୩୫ କୋଟି ଉନ୍ନତ ଗୁଣ୍ଡ ଯାଆଁଳ ଉତ୍ପାଦନ ସହିତ ୧୦୬ ଲକ୍ଷ ଫ୍ରାଏ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି । ଏକ ଉନ୍ନତ ପ୍ରଜାତି ତଥା ଅଧିକ ଅମଳକ୍ଷମ ଗିଫଫ ଟିଲାପିଆ ମାଛ ଗତ ତିନି ବର୍ଷ ଧରି ଓଡ଼ିଶାରେ ପରୀକ୍ଷାମୂଳକ ଭାବେ ଚାଷ କରାଯାଇଥିଲା । ଏହି ମାଛ ସାତମାସ ଚାଷ ଅବଧିରେ ଏକର ପ୍ରତି ଗୋଟିଏ ଚାଷରେ ୩-୪ ମେଟି୍ରକ୍‌ ଟନ୍‌ ଉତ୍ପାଦନ ଯୋଗୁଁ ଅନେକ ଚାଷୀ ଏହି ପ୍ରଜାତିର ମାଛ ଚାଷ ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଚାଷରେ ଭାରତ ସରକାରଙ୍କ ଅନୁଶ୍ରୁତ ନୀତି ଅନୁଯାୟୀ ଉନ୍ନତ ଜୈବ ସୁରକ୍ଷା ପଦ୍ଧତି ଅବଲମ୍ବନ କରାଯାଇଥାଏ ।

ଏଥି ପୂର୍ବରୁ ଏହି ପ୍ରଜାତିର ଉନ୍ନତ ଯାଆଁଳ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ନିକଟସ୍ଥ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରରୁ ଅଣାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିଲା ା ଅଧିକ ଆବଶ୍ୟକତା ହେତୁ କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଆନୁକୂଲ୍ୟରେ ତଥା ୱାଲର୍ଡ ଫିସ୍‌ ସଂଗଠନର ବୈଷୟିକ ପରାମର୍ଶରେ ରାଜ୍ୟର ଏହି ପ୍ରଥମ ଗିଫଫ ଟିଲାପିଆ ହ୍ୟାଚେରୀ ପ୍ରତିଷ୍ଠା କରାଯାଇଛି ା ଏଥିରେ ଗିଫଫ ବା ଉନ୍ନତ ଆନୁବଂଶିକ ପ୍ରଜାତିର କେବଳ ପୁରୁଷ ଲିଙ୍ଗ ବିଶିଷ୍ଟ ଯାଆଁଳ ହର୍‌ମୋନ୍‌ ପ୍ରୟୋଗ ଦ୍ୱାରା ଉତ୍ପାଦନ କରାଯାଉଛି । ଏହା ଦ୍ୱାରା ଅନାବଶ୍ୟକ ପ୍ରଜନନକୁ ରୋକାଯାଇପାରିବ । ଏହି ମାଛ ଏକ ଆକର୍ଷଣୀୟ ଆକୃତି, କେବଳ ମଝି କଣ୍ଟା, ସ୍ୱାଦ ଓ ପୁଷ୍ଟିଯୁକ୍ତ ହେତୁ ଅଧିକ ଲୋକପି୍ରୟ ହୋଇପଡ଼ିଛି ।

ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନର ଆକଳନ ଅନୁଯାୟୀ ଏହା ବିଶ୍ୱରେ ସ୍ୱଳ୍ପ ଚାଷ ଅବଧିରେ ଅଧିକ ଉତ୍ପାଦନ ହେତୁ ସମଗ୍ର ଜଳକୃଷି ଉତ୍ପାଦନର ୬୦ ପ୍ରତିଶତ ସ୍ଥାନ ଅଧିକାର କରିବା ଆଶା କରାଯାଏ । ପ୍ରକାଶଯୋଗ୍ୟ ଯେ ଟିଲାପିଆ ପ୍ରଜାତି ଏକବିଂଶ ଶତାବ୍ଦୀର ମୁଖ୍ୟ ଚାଷ ଉପଯୋଗୀ ପ୍ରଜାତି ରୂପେ ପରିଗଣିତ ହେବ । ଏହି ମାଛ ପ୍ରଜାତି ପୋଖରୀ, କେଜ ବା ପଞ୍ଜୁରୀ ଚାଷ ବ୍ୟତୀତ ବାୟୋଫ୍ଲକ୍‌ ଚାଷ ପଦ୍ଧତି ପାଇଁ ସର୍ବୋତ୍କୃଷ୍ଟ ଅଟେ । ବାର୍ଷିକ ୫୦ ଲକ୍ଷ ଯାଆଁଳ ଉତ୍ପାଦନ କ୍ଷମତାସଂପନ୍ନ ଏହି ନୂତନ ଭାବେ ଉଦ୍‌ଘାଟିତ ହ୍ୟାଚେରୀ ନିମନ୍ତେ ଦୁଇ କୋଟି ଟଙ୍କା ବ୍ୟୟ କରାଯାଇଛି ଏବଂ ଏହା ୪୭୦୦ ବର୍ଗଫୁଟ ଅଞ୍ଚଳରେ ଅବସ୍ଥିତ । ଏଥି ସହିତ ଜୈବସୁରକ୍ଷାଯୁକ୍ତ ୪ ଏକର ପରିମିତ ପୋଖରୀ, ବିଜ୍ଞାନାଗାର ଓ ଅତ୍ୟାଧୁନିକ ଯନ୍ତ୍ରପାତି ସଂଯୋଗ କରାଯାଇଛି ।

ଏଥିରେ ରାଜୀବ ଗାନ୍ଧୀ ଜଳକୃଷି କେନ୍ଦ୍ରରୁ ଅଣାଯାଇଥିବା ରୋଗମୁକ୍ତ ବୃଡଷ୍ଟକର ଉପଯୁକ୍ତ ଲାଳନପାଳନ କରି ପ୍ରଜନନ କାର୍ଯ୍ୟରେ ଲଗାଯାଉଥିବା ହେତୁ ଉନ୍ନତ ଯାଆଁଳ ଚାଷୀଙ୍କୁ ଯୋଗାଇ ଦିଆଯାଇପାରୁଛି । ଗତବର୍ଷ ଏକ ଅସ୍ଥାୟୀ ହ୍ୟାଚେରୀରେ ପରୀକ୍ଷାମୂଳକ ଭାବେ ୪ ଲକ୍ଷ ଗିଫଫ ଯାଆଁଳ ସଫଳତାର ସହ ଉତ୍ପାଦନ କରାଯାଇଥିଲା ା ଚଳିତ ବର୍ଷ ଅଦ୍ୟାବଧି ୯ ଲକ୍ଷ ଉନ୍ନତ ଗିଫଫ ଯାଆଁଳ ଉତ୍ପାଦନ କରାଯାଇ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି । ଏହି ନୂତନ ହ୍ୟାଚେରୀ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେବା ଦ୍ୱାରା ଚାଷୀମାନଙ୍କର ଆବଶ୍ୟକତା ପୂରଣ ହୋଇପାରିବ । ରାଜ୍ୟରେ ଗିଫଫ ଯାଆଁଳର ଅଧିକ ଆବଶ୍ୟକତାକୁ ଆଖି ଆଗରେ ରଖି ଘରୋଇ ଉଦ୍ୟୋଗରେ ୪ଟି ଗିଫଫ ଯାଆଁଳ ଉତ୍ପାଦନ କେନ୍ଦ୍ର ସ୍ଥାପନ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି ।

ଏହି କେନ୍ଦ୍ରରେ ଉନ୍ନତ ଯାଆଁଳ ଯୋଗାଣ ସହ ଚାଷୀମାନଙ୍କୁ ଗିଫଫ ଚାଷ ନିମନ୍ତେ ଉପଯୁକ୍ତ ତାଲିମ ଓ ବୈଷୟିକ ସହାୟତା ପ୍ରଦାନ ବ୍ୟବସ୍ଥା କରାଯାଉଛି । ଏହି ନୂତନ ଗିଫଫ ହ୍ୟାଚେରୀକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆନୁଷ୍ଠନିକ ଭାବେ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ ଏବଂ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମତି ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ । ମତ୍ସ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଲକ୍ଷ୍ମଣ କୁମାର ମିଶ୍ର ଏବଂ ହ୍ୟାଚେରୀ ପରିଚାଳକ ତଥା ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସାମଲ ହ୍ୟାଚେରୀ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

June 23, 2026
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version