No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୬ ଡିସେମ୍ବର ସୋମବାର ବାଲିଗୁଡା :- କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେଵୀ ମା ପାଟଖଣ୍ଡା ମନ୍ଦିର ପରିସରରେ ଚାଲିଅଛି ହନୁମାନ ବିଗ୍ରହ ପ୍ରତିଷ୍ଠା ମହୋତ୍ସବ ! ଏହି ମହୋତ୍ସବ ଚାରି ଦିନ ଧରି ଅନୁଷ୍ଠିତ ହେବ l ଆଜି ଦ୍ୱିତୀୟ ଦିନରେ ହନୁମାନ ମୂର୍ତ୍ତୀ ନିକଟରେ ପୂଜା ଅର୍ଚନା ହେବା ସହ ୧୦୮ ହନୁମାନ ଚାଳିଶା କାର୍ଯ୍ୟକ୍ରମ ହୋଇଥିଲା l ବିଶେଷ ଆକର୍ଷଣରେ ଓଡ଼ିଶାର ସୁନାମଧନ୍ୟ ପ୍ରବଚକ ପଣ୍ଡିତ ଜିତୁ ଦାସ ବାଲିଗୁଡା ରେ ମା ପାଟଖଣ୍ଡା ମନ୍ଦିର ପ୍ରାଙ୍ଗଣରେ ପ୍ରବଚନ ଦେଇଛନ୍ତି l

ଜିତୁଦାସ ହନୁମାନ ଙ୍କ ଉପରେ ଅତି ସୁନ୍ଦର ଭାବେ ସରଳ ଭାଷାରେ ବୁଝାଉଥିବାରୁ ଶ୍ରୋତା ମାନେ ଏକ ମନରେ ମଜିଯାଇଥିଲେ l ଜିତୁ ଦାସ ମା ପାଟଖଣ୍ଡାଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି ବୋଲି ନିଜ ବକ୍ତବ୍ୟ ରେ କହିଛନ୍ତି l ମଙ୍ଗଳବାର ସନ୍ଧ୍ୟା ରେ ଜିତୁ ଦାସ ଦ୍ୱିତୀୟ ଦିନର ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଅଛି !ଏହି ପ୍ରତିଷ୍ଠା ମହୋତ୍ସବ ତୃତୀୟ ଦିନରେ ୧୦୮ ହନୁମାନ ଚାଳିଶା ସହ ରୀତିନୀତି ପ୍ରକାରେ ପୂଜାର୍ଚନା କରାଯିବ l

ସନ୍ଧ୍ୟାରେ ଜିତୁ ଙ୍କ ପ୍ରବଚନ ଏବଂ ସୁନ୍ଦରାକାଣ୍ଡ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନ କାର୍ଯ୍ୟକ୍ରମ ରହିଅଛି l ମା ପାଟଖଣ୍ଡା ଦୁର୍ଗା ପୂଜା ସମିତିର ସଭାପତି ଲୋକନାଥ ପାଢ଼ୀ, ଉପସଭାପତି ଇନ୍ଦ୍ରମିଣି ପାତ୍ର, ସମ୍ପାଦକ ଟି.ଶ୍ରୀନିବାସ ରାଓ, ସହ ସମ୍ପାଦକ ଭଗବତୀ ପ୍ରସାଦ ସାବତ, ସୁଜିତ ପାଳ, କୋଷାଧକ୍ଷ ଡି.ନାଗେଶ୍ୱର ରାଓ, ଶ୍ରୀନିବାସ ଦୋରା, ମଦନ ମୋହନ ପାଢ଼ୀ ପ୍ରଶାନ୍ତ କୁମାର ସାହୁ, ଭଗବାନ ପଣ୍ଡା, ପଞ୍ଚାନନ ପଣ୍ଡା, ସୀତାରାମ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉତ୍ସବ ମୁଖର କରିବାରେ ସହଯୋଗ କରିଥିଲେ l


No Result
View All Result