• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲାର ସମସ୍ୟାଘେରରେ ଜର୍ଜରିତ ମୋହନା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗାଁ ହୁଏରି,.ଲୋକଙ୍କ ଗୁହାରି ଶୁଣୁନି ଜିଲ୍ଲା ପ୍ରଶାସନ I ମୌଳିକ ସୁବିଧା ସାତ ସପନ

Proprietor Abhimanyu Maharana by Proprietor Abhimanyu Maharana
November 23, 2021
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲାର ସମସ୍ୟାଘେରରେ ଜର୍ଜରିତ ମୋହନା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଗାଁ ହୁଏରି,.ଲୋକଙ୍କ ଗୁହାରି ଶୁଣୁନି ଜିଲ୍ଲା ପ୍ରଶାସନ I ମୌଳିକ ସୁବିଧା ସାତ ସପନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୨୩ ନଭେମ୍ବର ,ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପାହାଡ ପର୍ବତଶିଖରରେ ଆଦିବାସୀ ଗାଁ ହୁଏରି ଅବସ୍ଥିତ । ଏହି ଗାଁକୁ ଚାଲି ଚାଲି ଯିବାକୁ ଭଲରାସ୍ତା ଖଣ୍ଡିଏ ନାହିଁ ।ପାହାଡ ତଳେ ବାହ୍ୟ ମଳମୁକ୍ତ ଗାଁର ବୋର୍ଡ ଖଣ୍ଡିଏ ପୋତିଦେଇ ବାହାବାହା ନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ । ସେପଟେ ବାସ୍ତବ ସ୍ଥିତି କିନ୍ତୁ ଅଲଗା । ସମସ୍ତ ମୌଳିକ ସମସ୍ୟାରୁ ବଞ୍ଚିତ ଗ୍ରାମବାସୀ । ଗ୍ରାମ ରାସ୍ତା ପାଲଟିଛି ମରଣଯନ୍ତ୍ରୀ। ବଡ ବଡ ପଥରରେ ପରିପୂର୍ଣ୍ଣ ଏହି ରାସ୍ତା ।ଏହି ରାସ୍ତାରେ ଯାନବାହାନ ଚଳାଚଳ ତ ଦୂରରକଥା ମଣିଷ ଚାଲି କରି ଯିବା କଷ୍ଟସାଧ୍ଯ । ଗ୍ରାମ ଆରମ୍ଭରେ ପୋତାଯାଇଥିବା ସୂଚନା ଫଳକରେ ।ଲେଖା ଯାଇଛି ବାହ୍ୟମଳମୁକ୍ତ ଗାଁ ହୁଏରୀ ।

ବାହ୍ୟ ମଳମୁକ୍ତ ଗାଁ ବୋଲି ଘୋଷଣା ତାରିଖ ଲେଖାଯାଇଛି ୦୬/୦୫/୨୦୧୯ । କିନ୍ତୁ ଗାଁରେ ନାହିଁ ଶୌଚାଳୟ । ଗଜପତି ଜିଲ୍ଲା ମୋହନା ବ୍ଲକ୍ ଠାରୁ ମାତ୍ର ୬ କିମି ଦୂରରେ ରହିଛି ହୁଏରି ଗାଁ ।ଏହି ଗାଁ କୁ ଯିବାକୁ ହେଲେ ମୋହନା ବ୍ଲକ୍ ଠାରୁ ଚାରିକିମି ପ୍ରଧାନମନ୍ତ୍ରୀ ସଡ଼କରେ ଯିବାପରେ ଗଣ୍ଡାପଦର ଗ୍ରାମ ଛକ ଠାରୁ ୨ କିମି ପଥୁରିଆ ପାହାଡ ରାସ୍ତାରେ ଚଢିଲେ ଏହି ଗାଁରେ ପହଞ୍ଚିବାକୁ ହୁଏ । ଗାଁରେ ପ୍ରାୟ ୨୫ରୁ ଉର୍ଦ୍ଧ୍ବ କୁଇ କନ୍ଧ ଆଦିବାସୀ ସଂପ୍ରଦାୟର ଲୋକ କେଉଁ ଆବାହମାନ କାଳରୁ ବସ ବାସ କରି ଆସୁଛନ୍ତି। ଏମାନଙ୍କର ଜୀବିକା ହେଲା ଚାଷ ଓ ଜଙ୍ଗଲ ବଗଡରୁ ଖାଦ୍ୟଶସ୍ୟ ସଂଗ୍ରହ କରିବ।

ଦୀର୍ଘବର୍ଷ ହେଲା ଗାଁରେ ଲାଗିରହିଛି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ,ପାନୀୟ ଜଳ,ନେଟୱାର୍କ ଭଳି ଅନେକ ମୌଳିକ ସମସ୍ୟା । ଲୋକେ ଗାଁଠାରୁ କିଛି ଦୂରରେ ରହିଥିବା ବିଲମାଳ ମଧ୍ୟରେ ଏକ ପଥର କୂଅର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଯାହାଫଳରେ ବିଭିନ୍ନ ରୋଗରେ ମଧ୍ୟ ପୀଡିତ ହେଉଛନ୍ତିି। ଗାଁ ଲୋକଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ରାସ୍ତା । ଦୈନନ୍ଦିନ ବଜାର ସଉଦା କିଣା ବିକା ଠାରୁ ଆରମ୍ଭ କରି ଭତ୍ତା, ,ରାସନ , ବିବ୍ୟାଳୟ ଓ ମହାବିଦ୍ୟାଳୟକୁ ପାଠ ପଢିବା ପାଇଁ ଯିବା ଓ ସରକାରୀ ଓ ବେସରକାରୀ କାମରେ ମୋହନା ଯିବା ନିମନ୍ତେ ଲୋକେ ଏହି ରାସ୍ତା ଉପରେ ନିର୍ଭର କରି ଚାଲି ଚାଲି ଯାତାୟତ କରନ୍ତି ।

ରାସ୍ତା ସମସ୍ୟା ଯୋଗୁଁ ଗାଁରେ ଘର ନିର୍ମାଣ ସରଞ୍ଜାମ ପହଞ୍ଚି ପାରୁନି। ତେଣୁ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ କରିବାକୁ ଲୋକେ ଅସମର୍ଥ । ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ନଯିବା ହେତୁ କାହାକୁ କିଛି ରୋଗ ହେଲେ ନାନା ସମସ୍ୟା ଭୋଗନ୍ତି ଲୋକେ।ଜରୁରୀ ଚିକିସ୍ଥା ପାଇଁ ଗର୍ଭବତୀ ମହିଳାଙ୍କୁ ଦୋଳା ଓ ଭାରରେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବାକୁ ପଡ଼େ । ଏଉଳି ଦୁଃଖଦ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ନେତା ଠାରୁ ଆରମ୍ଭ କରି ପ୍ରଶାସନକୁ ବାରମ୍ଵାର ଲିଖିତ ଓ ମୌଖିକ ଭାବେ ଜଣାଇ ଆସୁଥିଲେ ମଧ୍ୟ ଫଳ ଶୂନ । ଯେନ ତେନ ପ୍ରକାରେଣ ଗ୍ରାମରେ ନିର୍ମାଣ ହୋଇଛି ଅଙ୍ଗନବାଡି କେନ୍ଦ୍ର। ଗାଁରେ ୧୮ ଟି ହିନ୍ଦୁ ପରିବାର ଥିବା ବେଳେ ୭ଟି ପରିବାର ୨୦୦୭ ମସିହାରୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଛନ୍ତି।

ଭାଇଚାରା ନେଇ ଉଭୟ ସମ୍ପ୍ରଦାୟର ଲୋକେ ଵସବାସ କରି ଆସୁଥୁବା ବେଳେ ନାନା ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ଗ୍ରାମବାସୀ । ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ସରକାର କାହିଁକି ଏହି ଗ୍ରାମ ପ୍ରତି ଦୃଷ୍ଟି ଦେଉନାହାନ୍ତି ତାହା ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଗାଁରେ ଗୋଟିଏ ବି ଶୌଚାଳୟ ନିର୍ମାଣ କରାଯାଇନି ତେବେ ଗାଁକୁ ନଯାଇ ଗାଁରେ ଶୌଚାଳୟ ନିର୍ମାଣ ନକରି ପାହାଡ ତଳେ ବାହ୍ୟମଳମୁକ୍ତ ଗାଁ ଫଳକ ପ୍ରଶାସନ କେମିତି ଲଗାଇଛନ୍ତି ତାହା ସବୁଠାରୁ ବଡ଼ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାମବାସୀ ଗାଁକୁ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଦାବି କରିବା ସହ ତ୍ର୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ସେମାନଙ୍କର ସମସ୍ୟା ଗୁଡ଼ିକର ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version