• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କାର୍ତିକ ମାସ ହେଉଛି ସବୁଠାରୁ ପବିତ୍ର ଓ ପୂଣ୍ୟ ର ମାସ

Proprietor Abhimanyu Maharana by Proprietor Abhimanyu Maharana
November 10, 2021
in ଓଡ଼ିଶା, ପୁରୀ, ମହାନଗର, ହୋମ୍
0
କାର୍ତିକ ମାସ ହେଉଛି ସବୁଠାରୁ ପବିତ୍ର ଓ ପୂଣ୍ୟ ର ମାସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ଭୁବନେଶ୍ୱର :-  କାର୍ତିକ ମାସ ହେଉଛି ସବୁଠାରୁ ପବିତ୍ର ଓ ପୂଣ୍ୟ ର ମାସ । ପ୍ରତେକ ଦିନ ସଖାଳ ଧୂପ ସମ୍ପୂର୍ଣ ପରେ ବାଳ ଧୂପ ନୀତି ଅନୁଷ୍ଠିତ ହୋଇଥାଏ ଓ ଏହିମାସ ରେ କେଉଁ ଦିନ କି ପ୍ରକାର ପ୍ରଭୁ ଙ୍କୁ ବେଶ କରା ଯାଏ ସମସ୍ତ ବିବରଣୀ ପଢନ୍ତୁ ।

କାର୍ତିକ ଶୁକ୍ଳ ଏକାଦଶୀ – ଠିଆକିଆ ବେଶ
ଦ୍ୱାଦଶୀ – ବାଙ୍କଚୂଡ ବେଶ
ତ୍ରୟୋଦଶ-ଡାଳିକିଆବେଶ
ଚତୁର୍ଦ୍ଦଶୀ – ଆଡ଼କିଆ
ପୂର୍ଣ୍ଣିମା – ରାଜରାଜେଶ୍ୱର ବେଶ ଓ କାର୍ତିକ ଶୁକ୍ଳ ଦ୍ୱାଦଶୀରୁ ଚତୁର୍ଦ୍ଦଶୀ ମଧ୍ୟରେ ଯେଉଁବର୍ଷ ପଞ୍ଚକ ପାଞ୍ଚଦିନ ନ ହୋଇ ଛଅ ଦିନ ପଡିଥାଏ । ଉକ୍ତ ମଳ (ଅଧିକ)ତିଥିରେ ମଣିମା ଙ୍କ ନାଗାଅର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ

କାର୍ତ୍ତିକ :- ଇତି ତଦ୍ ବଚନଂ ଶ୍ରୁତ୍ୱା ପୃଥୁଃ ବିସ୍ମିତ ମାନସଃ।
ସମ୍ପୁଜ୍ୟ ନାରଦଂ ଭକ୍ତ୍ୟା ବିସସର୍ଜ ତଦା ପ୍ରିୟେ।।

ଏମନ୍ତେ ନାରଦଙ୍କ ବାଣୀ । ସେ ପୃଥୁ ରାଜା କର୍ଣ୍ଣେ ଶୁଣି।।
ବିଚାରି ଧର୍ମ ଉପଦେଶ । ନୃପତି ହୋଇଲା ସନ୍ତୋଷ ।।
ନାରଦ ବାକ୍ୟ ମନେ କରି । ସଂସାରେ ଧର୍ମ ଉଦେ କରି ।।
ଜ୍ଞାନ ପାଇଲେ ଏକେ ଏକେ । ମୁନି ଯେ ଗଲେ ବ୍ରହ୍ମଲୋକେ।।
ସେ ମୁନି ବଚନେ ଅମୃତ । ସଂସାରେ ହୋଇଲା ବିଖ୍ୟାତ ।।
ଯେ ତାହା ଶ୍ରୁତି ପଥେ ଶୁଣି । କି ଅବା ସୁଜନେ ବଖାଣି ।।
ଯେ ଜନ ଶ୍ରଦ୍ଧାଯୁକ୍ତ ପୁଚ୍ଛେ । ସେ ସର୍ବ ମୁକ୍ତିପଥ ଗଚ୍ଛେ।।
ଏମନ୍ତ କୃଷ୍ଣ ମୁଖୁ ଶୁଣି । ପୁଣି ପୁଛନ୍ତି ଠାକୁରାଣୀ।।
ମୋର ସଂଶୟ ଦୂର କର । ଭୋ ପ୍ରଭୁ କରୁଣା ସାଗର।।
କଳହ ନାମେ ଯେଉଁ ନାରୀ । ସେ ସ୍ବାମୀ ଦ୍ରୋହ ପାପକରି।।
ବନେ ପିଶାଚୀ ହୋଇଥିଲା । ବିପ୍ର ତାହାକୁ ଧର୍ମ ଦେଲା ।।
ସେ ଧର୍ମେ ହୋଇଲା ମୁକତ । ଏଥକୁ ପୁଚ୍ଛଇ ଏମନ୍ତ ।।
ଯେବଣ ସ୍ତିରୀ ମୂର୍ଖ ପଣେ । ନ ସେବେ ସ୍ବାମୀର ଚରଣେ।।
ଉତ୍ତମ କଥା ନ ଶୁଣଇ । ଧର୍ମ କେ ତାହା ନ ଜାଣଇ।।
କେହି ନ ଦେବେ ତାକୁ ଧର୍ମ । ଏମନ୍ତ ହେବ ଯାର କର୍ମ।।
ତାହାକୁ ଅଛି ଯେଉଁ ଗତି । ବିଚାରି କହ ଜଗଜ୍ୟୋତି ।।
କୃଷ୍ଣ ବୋଲନ୍ତି ପ୍ରିୟେ ଶୁଣ । ସଂସାର ବିଧାତା ଭିଆଣ ।।
ଜ୍ଞାନ ଅଜ୍ଞାନ ଦୁଇ ମତେ । ବିଶେଷ ଅଛନ୍ତି ଜଗତେ ।।
ତାହାଙ୍କ ପାପ ପୁଣ୍ୟ ଫଳ । ଦିନକୁ ଦିନ କରି ଠୁଳ ।।
ବିଧାତା ହେଉଅଛି ବାଣ୍ଟି । ଯାହାକୁ ଯାହା କର୍ମେ ଘଟି ।।
ତାହା କରିବା ବିଧି ମତେ । ହେ ପ୍ରିୟେ ଶୁଣ ଏକଚିତ୍ତେ।।
ସଂସାର ଚାରି ଧର୍ମ ସାର । ସେ ଯେ ଅତ୍ୟନ୍ତ ପ୍ରିୟ ମୋର।।
ବୃକ୍ଷଙ୍କ ମଧ୍ୟରେ ତୁଳସୀ । ତିଥିରେ ବ୍ରତ ଏକାଦଶୀ ।।
କ୍ଷେତ୍ର ଦ୍ଵାରକାପୁର ସ୍ନାନ । ମାସେ କାର୍ତ୍ତିକ ବିଦ୍ୟମାନ ।।
କାର୍ତ୍ତିକ ବ୍ରତ ମନେ ଧରି । ଯେ ମୋତେ ସେବେ ମୂଳ କରି।।
ତାର ଦୁର୍ଗତି ଦୂରେ ଯାଇ । ଏକେ ସେ ଅନ୍ତେ ମୋତେ ପାଇ।।
ଯେ ପୁଣ ଥାଇ ତାର ସଙ୍ଗେ । ପାପ ନ ରହେ ତାର ଅଙ୍ଗେ ।।
ସେହି ଲଭଇ ମୋକ୍ଷ ଗତି । ଏଥି ଉତ୍ତାରୁ ଶୁଣ ସତୀ ।।
ଯେ ଜନ ହେବ ଦଣ୍ଡଧାରୀ । ଯେ ଲୋକ ଗ୍ରାମେ ଅଧିକାରୀ।।
ଯେ ପ୍ରାଣୀ କୁଳର ନାୟକ ।ଏ ତିନି ମଧ୍ୟେ ଯେତେ ଲୋକ।।
ଅର୍ଜନ୍ତି ପାପ ପୁଣ୍ୟ କର୍ମେ । ସେ ଷଡ଼ଭାଗ ହୋଇ ଗମେ।।
କର୍ତ୍ତା ଲଭଇ ପାଞ୍ଚଭାଗ । ଅଧିକାରୀର ଅଂଶ ଭୋଗ ।।
ଭୋଜନ ପରଷିବାଠାରେ । ଯେ ପରାପର ମନେ ଧରେ।।
ଆପଣା ସ୍ନେହ ଅନୁସରି । ପରଷେ ଅନ୍ନ କ୍ଷୁଦ୍ର କରି ।।
ସେ ଲୋକ ଯେତେ ପାପେ ଥାଇ। ତିନି ଭାଗରୁ ଅଂଶେ ପାଇ।।
ଯେ ପାପ ପୁଣ୍ୟ କହିବାରେ । ବୁଦ୍ଧି ଦାୟକ ହୋଇ ତାରେ ।।
କି ଅବା କରେ ଉଦଯୋଗ । ସେ ପ୍ରାଣୀ ଲଭେ ସମଭାଗ ।।
ଯେ ଜନ ପର ନିନ୍ଦା କରେ । ପିଶୁନ ବଚନ ଧିକ୍କାରେ।।
ସେ ତିନି ଅଂଶ ପାପ ଯାଇ । ଯେ ଯାହା ସଙ୍ଗେ ସଙ୍ଗ ହୋଇ।।
ଉଭୟ ପାପ ପୁଣ୍ୟ ଯେତେ । ଚତୁର୍ଥ ଅଂଶ ଲଭେ ନିତ୍ୟେ ।।
ଯେ ଜନ ମହାପାପୀ କହି । ସୁବର୍ଣ୍ଣ ଚୋର ଗୁରୁଦ୍ରୋହୀ ।।
ବ୍ରହ୍ମ ଇତ୍ୟାଦି କୃତଘନ । ଏ ଚାରି ଲୋକ ସଙ୍ଗଜନ ।।
ପାଞ୍ଚ ହେଁ ସମ ମହାପାପୀ । ଚତୁର୍ଥ ଅଂଶୀ ଆନ ରୂପୀ ।।
ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ପୁରାଣ ପୁରୁଷୋତ୍ତମ।।
ଯେ ବଳେ ପରଦ୍ରବ୍ୟ ହରେ । କି ଅବା ଆପେ ଚୋରି କରେ।।
ଦାମ୍ଭିକ ପଣେ ଧର୍ମ କରେ । ଅଧର୍ମ ଅର୍ଥୀ ଅର୍ଥ ହରେ ।।
ଅର୍ଥୀର ପାପ ଯେତେ ଥାଇ ।ଦାମ୍ଭିକ ଦେହେ ବସେ ଯାଇ।।
ଗୃହିଣୀ ପୁତ୍ର ଶିଷ୍ୟ ଭୃତ୍ୟ । ଏ ଚାରିଜନ ଲୋକମତ ।।
ସୁଚିତ୍ତେ ସେବା ଅନୁକ୍ରମେ । କାରିଣୀ ହୋନ୍ତି ପ୍ରଭୁ ଧର୍ମେ।।
ଚିତ୍ତ ହରଣ କରେ ଯେହୁ । ଉଭୟ ପାପେ କର୍ତ୍ତା ସେହୁ।।
ଗୃହସ୍ଥ ଧର୍ମ ଯେବେ କରି । କି ଅବା ପାପ ହିଁ ଆଚରି ।।
କୁଟୁମ୍ବ ଜନଙ୍କୁ ପୁଚ୍ଛିବ । ପ୍ରଭୁ ଭକ୍ତଙ୍କୁ ପଚାରିବ ।।
ଯୁବତୀ ପାପ ପୁଣ୍ୟବେନି । ଷଡ଼ ଅଂଶରେ ସ୍ବାମୀ ଘେନି।।
ସେବକ କର୍ମ ଏହି ରୂପେ । ସାମନ୍ତ ହୃଦଗତେ ବ୍ୟାପେ।।
ଯେବଣ ଜନ ଋଣ କରି । ଶୁଝି ନ ପାରି ଯାଏ ମରି ।।
ସେ ଧର୍ମ ଅର୍ଜିଥାଇ ଯେତେ । ସାଧୁତା ଦ୍ରବ୍ୟ ଅନୁଗତେ ।।
ଖାତକ ତହୁଁ ଧର୍ମ ପାଇ । ଯମ କରଣେ ବୁଝି ଦେଇ ।।
ଦ୍ରବ୍ୟ ସମାନେ ପାପ ପାଇ । ଖାତକ ନର୍କେ ପଡ଼ିଥାଇ।।
ଯେ ଇଷ୍ଟ ଅର୍ଥେ ମାଗି ଦ୍ରବ୍ୟ । ଆଣି ଗାର୍ହସ୍ଥ୍ୟ କରେ ସର୍ବ।।
ଦାତା ଲଭଇ ଯେବା ଧର୍ମ । ଯେବେ ତା ଥାଇ ପାପକର୍ମ ।।
ଗ୍ରାହ୍ୟ ଅଙ୍ଗରେ ବସେ ଯାଇ । କହନ୍ତି ପ୍ରଭୁ ଭାବଗ୍ରାହୀ ।।
ଏମନ୍ତ ପାପପୁଣ୍ୟ ଯେତେ । ସଂସାରେ ହେଉଥାଇ ନିତ୍ୟେ।।
ଏକ ଆରେକ କର୍ମ ମେଣ୍ଟି । ବିଧାତା ଦେଇଅଛି ବାଣ୍ଟି ।।
କେବଳ କଲା କର୍ମ ସାର । ଆପଣେ ଦେଲେ ପାଇପାର।।
ଯେବେ ଲଭିବ ପୁଣ୍ୟ ଯଶ । ବିକଳେ ଆତ୍ମା କଲେ ନାଶ ।।
ଏହି ପ୍ରକାରେ ପାପ ପୁଣ୍ୟେ । ଘେନି ସଂସାରେ ଜନମାନେ।।
ଆରୋହି କର୍ମମୟ ରଥେ । ସ୍ୱର୍ଗ ନରକ ବେନି ପଥେ ।।
ସାଧୁ ଅସାଧୁ ସଙ୍ଗ ଫଳେ । ଗତ ଆଗତ କାଳେ କାଳେ ।।
ପ୍ରାଣୀ ହୁଅନ୍ତି ଆତଯାତ । କହନ୍ତି ବସୁଦେବ ସୁତ ।।
କେବଳ ସଂସାର ସାଗରେ । ସୁଜନେ ସଙ୍ଗେ ଥିଲେ ତରେ।।
ଭଣଇ ମହାଦେବ ଦାସ । ସୁଜନ ଜନରେ ବିଶ୍ବାସ ।।

(ଲେଖା :-ମଣିମା ଙ୍କ ସେବକ ଶିଵ ଶଙ୍କର ଖୁଣ୍ଟିଆ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁମେ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

ପବିତ୍ର ଶୀତଳ ଷଷ୍ଠୀ ଅବସରରେ କଟକର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ବିବାହ ଉତ୍ସବ

June 21, 2026
ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

ଘରପୋଡି ରେ ଦୁଇ ପରିବାର ସର୍ବସ୍ବାନ୍ତ

June 20, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

ହରିବୋଲ ହୁଳହୁଳିରେ ବିଛୁବାହାଲି: ପୂର୍ଣାହୁତି ପରେ ପ୍ରସାଦ ସେବନ

June 21, 2026
ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

ନିଖିଳ ଉତ୍କଳ ବିଶ୍ବକର୍ମା ସମିତି ପକ୍ଷରୁ ଚାମେଲିଙ୍କୁ ସ୍ବାଗତ

June 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version