No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩ ନଭେମ୍ବର ବୁଧବାର) କଟକ :- କଟକ ଖାନନଗର ସ୍ଥିତ ଭିକାରୀ ବଳ ପାର୍କରେ ଭଜନ ସମ୍ରାଟ ଭିକାରୀ ବଳଙ୍କ ଏକାଦଶତମ ପୂଣ୍ୟତିଥି ଅବସରରେ “ଭିକାରୀ ବଳ ସ୍ମୃତି ସଂସଦ” କଟକ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଅନୁଷ୍ଠାନର ସଭାପତି ବରିଷ୍ଠ ସାମ୍ବାଦିକ ଅରୁଣ କୁମାର ପଣ୍ଡା ସଭାପତିତ୍ୱ କରି ଭଜନ ସମ୍ରାଟଙ୍କ ସୋବଳା ଗ୍ରାମରୁ କଟକ ରାଜାବଗିଚା , ଭିକାରୀ ବଳ ରୁ ଭଜନ ସମ୍ରାଟ ପର୍ଯ୍ୟନ୍ତ ଯାତ୍ରାର ସୂଚନା ପ୍ରଦାନ ମାଧ୍ୟମରେ ସ୍ମୃତିଚାରଣକରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଅନୁଷ୍ଠାନର ସମ୍ପାଦକ ଡକ୍ଟର ସୁନାମଣି ରାଉତ ଶ୍ରଦ୍ଧାଞ୍ଜଳି ସଭାକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଂ.ଡକ୍ଟର ପ୍ରଭାକର ସ୍ବାଇଁ , ଡକ୍ଟର ବୈଜୟନ୍ତୀ ମିଶ୍ର , ଗୌରହରି ଦଳାଇ , ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ , ତରୁଣ କୁମାର ସାହୁ , ସଂଜିତ ପଟ୍ଟନାୟକ , ବ୍ରହ୍ମାନନ୍ଦ ବିଶ୍ବାଳ , ବ୍ଯଙ୍ଗକବି ଡ. ଧର୍ମଛଡା , ଦିଲ୍ଲୀପ ଦାସ , ଭୁବନାନନ୍ଦ ମହାନ୍ତି , କଳ୍ପନା ବଳ , ଅଶୋକ କୁମାର ବଳ , ଅମିୟ କୁମାର ବଳ , ସ୍ବାଗତ ରାଉତ , ଡାକ୍ତର ଶୁଭମ ଶାଶ୍ବତ ରାଉତ , ଆରଜେ ସ୍ବାତୀ ପ୍ରମୁଖ ଭଜନ ସମ୍ରାଟଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ପ୍ରଦାନ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

No Result
View All Result