No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୪ ଅକ୍ଟୋବର ଗୁରୁବାର ) ପୁରୀ :- ଦଶହରା ପର୍ବ ପାଳିତ ପୁରୀ ଶ୍ରୀମନ୍ଦିରରେ । ଏହି ଅବସରରେ ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନଙ୍କୁ ରାଜାଧିରାଜ ବା ସୁନାବେଶରେ ସଜ୍ଜିତ କରାଯିବ ବୋଲି ଜଣାପଡିଛି । ପାରମ୍ପରୀକରୀତି ମତେ ଅବକାଶ ନୀତି ଶେଷ ହେବାପରେ ଦିନ ପ୍ରାୟ ୧୦ଟା ବେଳକୁ ରତ୍ନସିଂହାସନ ନିକଟରେ ଶ୍ରୀଜୀଉମାନଙ୍କର ହଳ, ମୂଷଳ, ଶଂଙ୍ଖ, ଚକ୍ର, ଗଦା ,ପଦ୍ମ ଓ ତଡଗୀ ଆଦି ଶ୍ରୀଜୀଉମାନଙ୍କର ଆୟୂଧ ସବୁକୁ ପୂଜା କରାଯିବ ।

ଏହା ସହ ଶ୍ରୀଜୀଉମାନଙ୍କୁ ସୁନାବେଶରେ ସଜ୍ଜିତ କରାଯିବ । ତେବେ କରୋନା ଯୋଗୁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ ଅଗଣିତ ଭକ୍ତ ଏହି ଆକର୍ଷଣୀୟ ସୁନାବେଶ ଦର୍ଶନ କରିବାରୁ ବଞ୍ଚିତ ହେବେ । କରୋନା କଟକଣା ଯୋଗୁ ଭକ୍ତ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ,(ରିପୋର୍ଟ /ବିଶ୍ବମ୍ବର ମିଶ୍ର )
No Result
View All Result