No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର ) ବରଗଡ଼ :- ବରଗଡ଼ ଜିଲ୍ଲା ପରିଷଦ ଇ-ଷ୍ଟିଣ୍ଡିଙ୍ଗ କମିଟି ର ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷଠାର ଆୟୋଜିତ ହୋଇଯାଇଛି । କମିଟି ର ଅଧ୍ୟକ୍ଷ ଶଙ୍କର ଖାଲକୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ର ଗ୍ରାମାଞ୍ଚଳ ଗୁଡିକ ରେ ଯୋଗାଣ ବିଭାଗ ର ବଣ୍ଟନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଏଥିରେ ବହୁ ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି ବୋଲି ମତପ୍ରକାଶ ପାଇଥିଲା । ସେହିପରି ଅନ୍ତଦୋୟ ଯୋଜନା ମଧ୍ୟ ଠିକ୍ ଭାବରେ କାର୍ଯ୍ୟକାରୀ ହେଉନଥିବାରୁ ଉପସ୍ଥିତ ସଭ୍ୟ ସଭ୍ୟା ମାନେ ବୈଠକରେ ଅଭିଯୋଗ କରି ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଗ୍ରାମାଞ୍ଚଳ ପଶୁ ସମ୍ପଦ ବିକାଶ ଉପରେ ଆଲୋଚନା କରାଯାଇଥିଲା । ଏଥିରେ ଗାଇ ଗୋରୁ ଙ୍କ ପାଇଁ ତୃଣ ଉନ୍ନୟନ ଯୋଜନା ର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା ସେହିପରି କୁକୁଡ଼ା ପାଳନ ଏବଂ ପ୍ରାଣୀ ଚିକିତ୍ସା ସେବା ଉପରେ ଆଲୋକପାତ କରାଯାଇଥିଲା । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ଉପାଧ୍ୟକ୍ଷ ମଦନ ଦୀପଙ୍କ ସମେତ ସଭ୍ୟ ନିତ୍ୟାନନ୍ଦ ପ୍ରଧାନ, ଉମେଶ ବେହେରା,ସର ପ୍ରଧାନ ଆଲୋଚନା ଅଂଶ ଗ୍ରହଣ କରିଥିଲେ । ଶେଷରେ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result