No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର ) ବରଗଡ :- ଉତ୍ତର ପ୍ରଦେଶର ଲଖିମ୍ ପୁର ଠାରେ ୩ ତାରିଖ ରେ ଆନ୍ଦୋଳନରତ ଚାଷୀ ମାନଙ୍କ ଉପରେ ଗାଡି ଚଳେଇବା ଘଟଣା ବିରୁଦ୍ଧରେ ଆଜି ବରଗଡ ଜିଲ୍ଲା କଂଗ୍ରେସ ପକ୍ଷରୁ ଧାରଣା ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନ ରେ ବରଗଡ ଜିଲ୍ଲା ଯୁବ କଂଗ୍ରେସ ତରଫରୁ ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ର ଙ୍କ ଗସ୍ତକୁ ତିନି କଳା ଆଇନ କୁ ବିରୋଧ କରି ଆନ୍ଦୋଳନ କରୁଥିବା କୃଷକ ମାନେ କଳା ପତାକା ଦେଖାଉଥିବା ବେଳେ ଅଜୟ ମିଶ୍ରଙ୍କ ପୁଅ ଆନ୍ଦୋଳନ କରୁଥିବା କୃଷକ ମାନଙ୍କ ଉପରେ ନିଜ କାରକେଡ ଗାଡି ଚଢାଇ ଦେଇଥିଲେ ଯାହାଦ୍ଵାରା ଘଟଣା ସ୍ଥଳରେ ୮ ଜଣ କୃଷକଙ୍କ ମୃତୁ ହୋଇଥିଲା ।

ଗାନ୍ଧୀ ଛକ ରେ ଥିବା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ତଳେ ଶାନ୍ତି ପୂର୍ଣ୍ଣ ଭାବେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଗଲା ! ଏଥିରେ ସହିଦ୍ କୃଷକ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଗଲା । ସେହିପରି ଜିଲ୍ଲା ଛାତ୍ର କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଘଟଣା ବିରୁଦ୍ଧରେ ଧାରଣା ଦେବା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି । ଏହି ଆନ୍ଦୋଳନ ରେ ଜିଲ୍ଲା କଂଗେସ,ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ ର ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ ।
ଏହି ଆନ୍ଦୋଳନ ରେ କଂଗ୍ରେସ ନେତା ନିପନ୍ ଦାଶ, ହର ଦୀପ ସିଂ, ବ୍ରହ୍ମା ମହାକୁଡ,ଟାଉନ କଂଗ୍ରେସ ସଭାପତି ସୁଧୀର ରଞ୍ଜନ ଜେନା, ଶୁଭେନ୍ଦୁ ସାହୁ,ପ୍ରତାପ ନାୟକ, ମନୋହର ପ୍ରଧାନ,ସରୋଜ ଷଡ଼ଙ୍ଗୀ,ଅବଦୁଲ ଗଫାର ଖାଁ, ଯୁବ କଂଗ୍ରେସ ସଭାପତି ସୁଶାନ୍ତ ସାହୁ,ଅମିତ୍ ଆଚାର୍ଯ୍ୟ, ଦାଶରଥି ପ୍ରଧାନ,ଅନନ୍ତ ତାଣ୍ଡି, ଦେବୁ, ଅଭିଳାଷ ପତି, ଗୋବିନ୍ଦ ପଟେଲ,ନୀତିନ ଦାଶ, ନିଲେଶ୍ ଶତପଥୀ, ଛାତ୍ର କଂଗ୍ରେସ ସଭାପତି ଗୌରବ ପତି,ନୀତିଶ ସୁନା, ଦିନେଶ ବେହେରା, ପିଙ୍କୁ ସୁନା, ଚିଙ୍କୁ ଲୁହା,ରୋହିତ ବାରିକ, ଟିକୁ ମାଝୀ,ଆୟୁଷ ମାଝୀ,ପପୁ କୁମ୍ଭାର,ସନ୍ତୋଷ ସାହୁ, ପ୍ରମୁଖ ସାମିଲ ଥିଲେ ।

No Result
View All Result