No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର ) ବରଗଡ଼ :- ଗତ ରବିବାର ଉତ୍ତର ପ୍ରଦେଶର ଲଖିମପୁର ଖିରୀ ରେ ଏକ ଦୁର୍ଭାଗ୍ୟ ଜନକ ଘଟଣା ଘଟିଗଲା । ଚାଷୀ ମାନଙ୍କ ଉପରେ ଗାଡି ଚଲେଇ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ହତ୍ୟା କଲେ ଏହି ଘଟଣାର ତୀବ୍ର ନିନ୍ଦା କରିଛି ଆମ୍ ଆଦମୀ ପାର୍ଟି ବରଗଡ଼ । ଦୋଷୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଭାରତ ର ରାଷ୍ଟ୍ରପତି ଙ୍କୁ ବରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଗତ ଦଶମାସ ହେଲା ଦେଶରେ ଚାଷୀ ଆନ୍ଦୋଳନ ଜାରି ରହିଛି । ତିନି କଳା କୃଷି ଆଇନ କୁ ପ୍ରତ୍ୟାହାର କରିବାକୁ ଚାଷୀ ମାନେ କେନ୍ଦ୍ର ସରକାରକୁ ଗୁହାରୀ କରି ଆସୁଥିଲେ ସୁଦ୍ଧା ମୋଦୀ ସରକାର କର୍ଣପାତ କରୁନଥିବା କହିଛନ୍ତି ଆପ୍ ଜିଲ୍ଳା ଆବାହକ ଭବାନୀ ସାହୁ ।
ଦୋଷୀଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଓ ପ୍ରତ୍ୟେକ ମୃତକ ଚାଷୀ ପରିବାର କୁ ଏକ କୋଟି ଟଙ୍କା କ୍ଷତିପୂରଣ ସହ କଳା ଆଇନ ପ୍ରତ୍ୟାହାର ପାଇଁ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଦାବୀ କରିଛନ୍ତି । ଆପ୍ ମହିଳା ସଂଗଠନ ର ମରିୟମ ବାର୍ଳା, ଅସିତ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

No Result
View All Result