No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୪ ଅକ୍ଟୋବର ସୋମବାର ) ରାୟଗଡ,ଗଜପତି :- ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ର ବାର୍ତା ନେଇ ଆଜିମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଜିଲ୍ଲା ସ୍ତରୀୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ପାରଳାଖେମୁଣ୍ଡି ଠାରେ ଶୁଭାରମ୍ଭ କରିବା ପରେ ରାୟଗଡ ବ୍ଲକରେ ମୁଖ୍ୟ ଅତିଥିଭାବେ ଜଳ ସମ୍ପଦ ମନ୍ତ୍ରୀ ରଘୁ ନନ୍ଦନ ଦାସ,ସନମାନୀତ ଅତିଥି ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧକ୍ଷ ବିଜୟ କୁମାର ନାୟକ ଯୋଗ ଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିଥିଲେ.ବ୍ଲକର 18079 ଜଣ ରେସନ କାର୍ଡ ଥିବା ହିତାଧିକାରୀ ମାନଙ୍କୁ ଉକ୍ତ କାର୍ଡ ବଣ୍ଟନ କରାଯିବ. ଆଜି ରାୟଗଡ ବ୍ଲକର ସଦର ମହକୁମା ରାୟଗଡ ପଂଚାୟତ,

ମାର୍ଲବା ପଂଚାୟତ ଓ ନାରାୟଣପୁର ପଂଚାୟତ ଠାରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ଦାସ, ସନମାନୀତ ଅତିଥି ଶ୍ରୀ ନାୟକ 3ଟି ପଂଚାୟତରେ ବଣ୍ଟନ ସକାଶେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀ ମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ କରିଥିଲେ. ଉକ୍ତ କାର୍ଡରେ ପରିବାରର ମହିଳା ମାନଙ୍କ ସକାଶେ ଦଶ ଲକ୍ଷ ଓ ପୁରୁଷ ମାନଙ୍କ ପାଇଁ ପାଞ୍ଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଚିକିତ୍ସା ଜନିତ ଖର୍ଚ୍ଚର ଲାଭ ପାଇପାରିବେ.
ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ବେଳେ ଗଜପତି ଜ଼ିଲ୍ଲାପରିଷଦ ଉପାଧ୍ୟାକ୍ଷ ଆର ବିଜୟ କୁମାର, ବ୍ଲକ ଉପାଧ୍ୟାକ୍ଷା ଟି ଈଶ୍ୱରୀ, ବିଡ଼ିଓ ରାଜା ରଂଜିତ ପ୍ରତାପ ବଳ ଓ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l ବ୍ଲକ ହିସାବ ଅଧିକାରୀ(ଆକାଉଣ୍ଟ ଅଫିସର )ବିଜୟ କୁମାର ବେଵର୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l (ସଂଜୀବ କୁମାର ପାଣି ରାୟଗଡ଼ ଗଜପତି )
No Result
View All Result