ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର) ନୟାଗଡ଼ :- ଜିଲ୍ଲା ସ୍ବାସ୍ଥ୍ଯ ସମିତି, ନୟାଗଡ଼ ତରଫରୁ ସମର୍ପଣ (ବୃଦ୍ଧାଶ୍ରମ) ରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ ହୋଇଯାଇଛି। ସମର୍ପଣ ପରିଚାଳନା କମିଟିର କାର୍ଯ୍ଯନୀର୍ବାହୀ ସଦସ୍ଯ ସମାଜସେବୀ ଶ୍ରୀଧର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡାକ୍ତର ପୁଷ୍ପାନିଳିମା ଲାକ୍ରା ମୁଖ୍ଯ ଅତିଥି ଭାବେ ଯୋଗଦେଇ ବାର୍ଦ୍ଧକ୍ଯ ଅବସ୍ଥାରେ ମନୁଷ୍ଯର କର୍ତ୍ତବ୍ଯ ବିଷୟରେ ଆଲୋଚନା କରିବା ସହିତ ଈଶ୍ବର ଉପାସନା ଓ ସାତ୍ତ୍ୱିକ ଭୋଜନ କରି ବାର୍ଦ୍ଧକ୍ଯ ସମୟରେ ନିରୋଗ ରହିବା ପାଇଁ ପରାମର୍ଶ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ଯ ଅଧିକାରୀ ଡାକ୍ତର ଶରତ କୁମାର ଦାଶ, ଲେପର୍ସି କାଉନସିଲର ଡାକ୍ତର ଦେବ ଦୁର୍ଲଭ ନାୟକ,ଡାକ୍ତର ସ୍ନିଗ୍ଧା ଲଳିତା ନନ୍ଦ ଯୋଗଦେଇ ଅତୀତକୁ ଭୁଲି ମନ ଆନନ୍ଦରେ ଏହି ଆଶ୍ରମରେ ରହି ଭଗବାନଙ୍କ ନାମ କୀର୍ତ୍ତନ କରିବା ପାଇଁ ବକ୍ତବ୍ଯ ରଖିଥିଲେ ।















